୭ ଦଫା ଦାବି ନେଇ ବିଡିଓଙ୍କୁ ଭେଟଲେ ଚାଷୀ

କେସିଙ୍ଗା,୨୭।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ଓ କନ୍ତେଶିର ପଞ୍ଚାୟତର ଚାଷୀ ଭିଭିନ୍ନ ସମସ୍ୟା ନେଇ ବୁଧବାର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାରଙ୍କୁ ଏହି ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଦୁଇ ପଞ୍ଚାୟତ ପାଇଁ ମେଗା ଜଳସେଚନ ପ୍ରକଳ୍ପ , ଉଭୟ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା, ତେଲ ନଦୀରେ ଆଡ଼ିବନ୍ଧ ନିର୍ମାଣ ଆଦି ଉଲ୍ଲେଖ ହୋଇଛି। ଏହି ସଙ୍ଗଠନର ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ପର୍ଶୁରାମ ପାଢ଼ୀ, ଜିତେନ୍ଦ୍ର ମାଝି, ପୃଥ୍ବୀରାଜ ମାଝି ପ୍ରମୁଖ ଉପସ୍ଥିତ ଥିଲେ।