Posted inଖେଳ

୩୮ ବର୍ଷ ବୟସରେ ପୁଣି କ୍ରିକେଟ୍‌କୁ ଫେରିଲେ ଏହି ପ୍ରସିଦ୍ଧ ଖେଳାଳି

ଖେଳ ପଡ଼ିଆରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଉତ୍ସାହ ଆବଶ୍ୟକ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜୋହାନ ବୋଥା ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଅବସର ନେବା ପରେ ପୁଣି ୩୮ ବର୍ଷ ବୟସରେ କ୍ରିକେଟକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ବୋଥା ଅଷ୍ଟ୍ରେଲିଆରେ ଚଳିତ ବର୍ଷର ବିଗ ବ୍ୟାସ ଲିଗ (ବିବିଏଲ)ରେ ଖେଳିବେ। ସେ ହୋବର୍ଟ ହରିକାନ୍ସ ଦଳ ପାଇଁ ଖେଳିବେ। ବୋଥା ଏବେ ଅଷ୍ଟ୍ରେଲିଆର ଟାସମାନିଆ ଦଳର କୋଚ। ନିକଟରେ ହୋବର୍ଟ ହରିକାନ୍ସ ତାରକା ସ୍ପିନର ସନ୍ଦୀପ ଲାମିଚାନେ କରୋନା ସଂକ୍ରମିତ ହୋଇଥିଲେ। ତେଣୁ ସେ ଚଳିତ ବର୍ଷ ବିଗ ବ୍ୟାସରେ ଖେଳି ପାରିବେ ନାହିଁ। ଏଭଳି ପରିସ୍ଥିତିରେ ହୋବର୍ଟଙ୍କ ଦଳରେ ୟୋହାନ ବୋଥା ମଧ୍ୟ ସାମିଲ ହୋଇଥିଲେ। ବିଶେଷ କଥା ହେଉଛି ବୋଥା ୨୦୧୬ ମସିହାରେ ଅଷ୍ଟ୍ରେଲିଆର ନାଗରିକତ୍ୱ ପାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଖେଳୁଥିବା ଏକାଦଶରେ ଘରୋଇ କ୍ରିକେଟର ଭାବରେ ଅନ୍ତର୍ଭୁକ୍ତ କରାଯିବ। ଏହାପୂର୍ବରୁ ବୋଥା ବିଗ ବସରେ ସିଡନୀ ସିକ୍ସର୍ସ ପାଇଁ ଖେଳିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସର ଏକ ଅଂଶ ମଧ୍ୟ ରହିଛନ୍ତି। ଗତ ବର୍ଷ ଜାନୁଆରୀରେ ବିଗ ଫାଇନାଲରେ ହୋବର୍ଟ ସିଡନୀ ସିକ୍ସର୍ସଙ୍କୁ ପରାସ୍ତ କରିବା ପରେ ହଠାତ୍‌ ଅବସର ଘୋଷଣା କରିଥିଲେ ବୋଥା। ଏବେ ଅବସରରୁ ଫେରିବା ପ୍ରଶ୍ନରେ ବୋଥା କହିଛନ୍ତି ଯେ ସେ ବର୍ତ୍ତମାନ ଅପେକ୍ଷା ଅଧିକ ଫିଟ ଅଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ୫ ଟି ଟେଷ୍ଟ, ୭୮ଟି ଏକଦିବସୀୟ ଏବଂ ୪୦ ଟି -୨୦ ଖେଳି ବୋଥା ଜଣେ ଶକ୍ତିଶାଳୀ ଅଫ ସ୍ପିନର ତଥା ଲୋୟର ଅର୍ଡରର ଭଲ ବ୍ୟାଟ୍ସମ୍ୟାନ। ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ସେ ୪.୫୭ ହାରରେ ୬୬ଟି ଏକଦିବସୀୟରେ ୬୪ ୱିକେଟ ନେଇଥିଲେ। ତାଙ୍କ କ୍ୟାରିଅରରେ ବୋଥାଙ୍କ ବୋଲିଂ ଆକ୍ସନ ଉପରେ ପ୍ରଶ୍ନ ଉଠିଥିଲା। ୨୦୦୯ରେ ତାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri