ଆଜିଠାରୁ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା

ଚଣ୍ଡିଖୋଲ,୧୮ା୧(ଡି.ଏନ.ଏ.): ଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ବୁଧବାର ଭୋର ସମୟରୁ ଆରମ୍ଭ ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାଘ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସ ଅବସରରେ ଏହି ମେଳା ଆରମ୍ଭ ହୋଇଥାଏ। ଚଳିତ ବର୍ଷ ୧୮୬ ତମ ଗୁମ୍ଫା ମେଳା ହେଉଥିବା ନେଇ ଓଳାଶୁଣୀ ଗୁମ୍ଫା ଉନ୍ନୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେଥିପାଇଁ ଓଳାଶୁଣୀ ପାହାଡ଼ ଶୀର୍ଷ ଦେଶରେ ଥିବା ମହାପୁରୁଷଙ୍କ ମହା ସମାଧି ମନ୍ଦିରରେ ସାଜସଜ୍ଜା ବ୍ୟାପକ ହୋଇଛି। ପାହାଡ଼ ପାଦଦେଶରେ ଅବସ୍ଥିତ ମେଳା ପଡିଆରେ ହଜାରହଜାର ଅସ୍ଥାୟୀ ଦୋକାନ ଖୋଲାଯାଇଛି। ପରମ୍ପରା ଅନୁଯାୟୀ ମେଳା ଆରମ୍ଭ ପୂର୍ବରୁ ଏଠାରେ କେଶ ଯାତ୍ରା ହୋଇଥାଏ। ସେଥିପାଇଁ ମଙ୍ଗଳବାର ସା ୭ଟାରେ ଏକ ବିମାନ ମଧ୍ୟରେ କେଶକୁ ରଖାଯାଇ ଅତାସ ବାଜି ଓ ଘଣ୍ଟ, ବାଜା ସହକାରେ ରୋଷଣି କରାଯାଇ କେଶକୁ ନିଆଯାଇଛି। ଲଳିତଗିରି ଗ୍ରାମର କଳ୍ପତରୁ ମହାରଣାଙ୍କ ବାସଭବନରେ ରହି ପୂଜା ପାଉଥିବା ଏହି କେଶ ଯାତ୍ରା ରାତ୍ରି ୧୧ଟାରେ ମହାପୁରୁଷଙ୍କ ସମାଧି ମନ୍ଦିରରେ ପହଞ୍ଚବା ପରେ ସମାଧି ପୀଠରେ ପୂଜାର୍ଚ୍ଚନା କରାଯାଇ ମନ୍ଦିରରେ ପତାକା ଲଗାଯିବ। ପରେ ମେଳା କାର୍ଯ୍ୟ ଆରମ୍ଭ ହେବ। ଦୀର୍ଘ ୧ କିଲୋମିଟର ଏହି ଯାତ୍ରାରେ ଲଲିତଗିରି ଓ ଶୁଖୁଆପଡା ଗ୍ରାମବାସୀ ସାମିଲ ହୋଇଥିଲେ। ଶୁଖୁଆପଡ଼ା ଗ୍ରାମବାସୀଙ୍କ ଦ୍ୱାରା ପ୍ରସ୍ତୁତ ମହାପୁରୁଷଙ୍କ ପ୍ରିୟଭୋଗ ପୋଡ଼ପିଠା ଭୋର ସମୟରେ ପ୍ରଥମେ ଲାଗି ହେବା ପରେ ଅନ୍ୟ ମାନସିକଧାରୀଙ୍କ ଭୋଗ ଲାଗି ହୋଇଥାଏ। ସେହିଭଳି ପ୍ରଥମେ ଶୁଖୁଆପଡ଼ା ଗ୍ରାମବାସୀ ମହାପ୍ରସାଦ ସେବନ କରିବା ପରେ ଅନ୍ୟମାନେ ମହା ପ୍ରସାଦ ପାଇ ଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri