ଶୁଭିବନି ଖଣ୍ଡଗିରି କୁମ୍ଭମେଳାର କୋଳାହଳ

ଭୁବନେଶ୍ୱର, ୬।୨ (ବ୍ୟୁରୋ): ସୋମବାର ମାଘ ସପ୍ତମୀଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେବ। ହେଲେ କରୋନା କଟକଣା ପାଇଁ ଗତବର୍ଷ ଭଳି ଏଥର ମଧ୍ୟ ମେଳାର କୋଳାହଳ ଶୁଭିବ ନାହିଁ। ଯାତ୍ରା ପଡ଼ିଆ ଫାଙ୍କା ପଡ଼ିଥିବାବେଳେ ଖଣ୍ଡଗିରି-ଉଦୟଗିରି ରାସ୍ତା ପାର୍ଶ୍ୱରେ ମିନାବଜାର ଦେଖିବାକୁ ମିଳିବ ନାହିଁ। ବାରଭୁଜା ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ କେବଳ ବିଧି ରକ୍ଷା ପୂର୍ବକ ଯଜ୍ଞାଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୭ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ‘ନବରାତ୍ର କୁମ୍ଭମେଳା’ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମାଘ ସପ୍ତମୀ ଅବସରରେ ଅନନ୍ତକେଶରୀ ଦେବ ଜାଗମରାରୁ ବାହାରି ରାଣୀ ହଂସପୁର ଯାତ୍ରା କରିବେ। ଠାକୁରଙ୍କ ଶୋଭାଯାତ୍ରାକୁ ଜାକଜମକରେ ନିଆଯିବ ନାହିଁ। ପରମ୍ପରା ଅନୁସାରେ କେବଳ ଶଙ୍ଖ ଓ ଘଣ୍ଟଘଣ୍ଟାରେ ଶୋଭାଯାତ୍ରା ବାହାରିବ ବୋଲି ଟ୍ରଷ୍ଟ କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନା କହିଛନ୍ତି। ଏହି ଅବସରରେ ଗୁପ୍ତଗଙ୍ଗା ଓ ଆକାଶ ଗଙ୍ଗା ପବିତ୍ର ଜଳରେ ଅବଗାହନ କରି ଧ୍ୟାନ କରିବା ପୂର୍ବକ ଏକତ୍ରିତ ହେବେ। ଚଳିତ ବର୍ଷ ୪୦ତମ ଶ୍ରୀ ରାମଚରିତମାନସ ପାରାୟଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି ୯ ଦିନ ଧରି ପ୍ରତ୍ୟେକ ସକାଳ ୮ଟା ୩୦ରୁ ରାମାୟଣୀ ସନ୍ଥଙ୍କ ଦ୍ୱାରା ଶ୍ରୀ ରାମଚରିତମାସ ପାରାୟଣ ଅନୁଷ୍ଠିତ ହେବ। ଏହା ସହ କରୋନା କଟକଣା ମଧ୍ୟରେ ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ କରାଯିବ। ସେହିପରି ଟ୍ରଷ୍ଟ ପକ୍ଷରୁ ନାରାୟଣ ସେବା, ସାଧୁସେବା, ପଂକ୍ତି ଭୋଜନ, ବସ୍ତ୍ରଦାନ ଆଦିର ଯୋଜନା ରହିଛି। ସେହିପରି ୧୫ ତାରିଖ ଅପରାହ୍ନରେ ସାଧୁ ସମ୍ମିଳନୀ ଓ ଧର୍ମସଭାର ଆୟୋଜନ କରାଯିବ। କୁମ୍ଭମେଳାର ଶେଷଦିନ ଅର୍ଥାତ୍‌ ୧୬ ତାରିଖରେ ପାରାୟଣ ପୂର୍ଣ୍ଣାହୂତି ସହ ସନ୍ଧ୍ୟାରେ ଅନନ୍ତ ଗୁମ୍ଫା ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ।

ଆସିଲେଣି ସାଧୁସନ୍ଥ, ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ
ଖଣ୍ଡଗିରି କୁମ୍ଭମେଳାରେ ଅଧିକ ସମାଗମକୁ ବାରଣ କରାଯାଇଛି। ତେବେ ଅଳ୍ପ ସଂଖ୍ୟକ ସାଧୁସନ୍ଥଙ୍କୁ ନେଇ ପୂଜା ଓ ଯଜ୍ଞ କରିବାକୁ କୁହାଯାଇଥିବାବେଳେ ଏଠାକୁ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଛି। ଶନିବାର ୮ରୁ ୧୦ଜଣ ସାଧୁ ଖଣ୍ଡଗିରିରେ ପହଞ୍ଚତ୍ଥିବାବେଳେ ଅନ୍ୟମାନେ ରବିବାର ଆସିବେ ବୋଲି ସୂଚନା ଦିଆଯାଇଛି। ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୌଣସି ଆନୁଷଙ୍ଗିକ ବନ୍ଦୋବସ୍ତ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସେଠାରେ ସଫେଇ କାର୍ଯ୍ୟ ମଧ୍ୟ ହୋଇନାହିଁ। ସେହିପରି ଅନନ୍ତକେଶରୀ ଦେବ ୯ଦିନ ଧରି ଅବସ୍ଥାନ କରୁଥିବା ରାଣୀହଂସପୁରରେ ଏପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଇ ନ ଥିବାରୁ ସ୍ଥାନୀୟ ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି। ବର୍ଷକୁ ଥରେ ସାଧୁସନ୍ଥଙ୍କ ସମାଗମକୁ ସ୍ଥାନୀୟ ବାସିନ୍ଦା ଅପେକ୍ଷା କରି ରହୁଥିବାବେଳେ ପ୍ରଶାସନ ଏଥିପ୍ରତି କୌଣସି ଗୁରୁତ୍ୱ ନ ଦେବା ଦୁଃଖର ବିଷୟ ବୋଲି ସ କହିଛନ୍ତି। ବିଏମ୍‌ସି ପକ୍ଷରୁ କୌଣସି ସଫେଇ କାର୍ଯ୍ୟ କରା ନ ଯିବା ଫଳରେ ସନ୍ନ୍ୟାସୀ ନିଜେ ନିଜେ ସଫେଇ କରୁଛନ୍ତି। ସେହିପରି ଖଣ୍ଡଗିରିରେ ଥିବା ଆକାଶ ଗଙ୍ଗା, ଗୁପ୍ତ ଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଆଦି ପବିତ୍ର ଜଳାଶୟର ସୁରକ୍ଷା ମଧ୍ୟ କରାଯାଉନାହିଁ। ତେଣୁ ସନ୍ନ୍ୟାସୀମାନଙ୍କ ସଂଖ୍ୟା ପ୍ରତିବର୍ଷ କମ୍‌ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri