ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳ: ଭକ୍ତିମୟ କଲା ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ତପୋଭୂମି ଖଣ୍ଡଗିରି ପାହାଡ଼ରେ ଆରମ୍ଭ ହୋଇଛି ନବଦିନାତ୍ମକ ପବିତ୍ର କୁମ୍ଭମେଳା। ରାଜ୍ୟ ତଥା ବାହାରୁ ଯୋଗ ଦେଇଥିବା ସାଧୁ ସନ୍ନ୍ୟାସୀଙ୍କ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ସାରା ଅଞ୍ଚଳ। ଏଥିସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ହୋଇପଡିଛି ଏହି ଐତିହ୍ୟ ସ୍ଥଳ।
ସାଧୁସନ୍ନ୍ୟାସୀମାନେ ଶନିବାର ସକାଳୁ ଖଣ୍ଡଗିରିର ପବିତ୍ର ଜଳାଶୟରେ ଅବହଗାନ କରି ସୂର୍ଯ୍ୟ ପୂଜା ସହ ଯଜ୍ଞକୁଣ୍ଡରେ ଧୁନି ସ୍ଥାପନ କରିଥିଲେ। ଏଥିସହ କିଏ ଗୋଟିଏ ଗୋଡରେ ଠିଆ ହୋଇ ତପସ୍ୟା କରୁଥିଲେ ତ ଆଉ କିଏ ସାରା ଶରୀରରେ ରୁଦ୍ରାକ୍ଷ ପରିଧାନ କରିଳ, ଭସ୍ମ ଲେପନ ଓ ମନ୍ତ୍ର ଉଚ୍ଚାରଣ କରି ସାଧନା ଜାରି ରଖିଥିଲେ। ଏପରି ଏକ ଆଧ୍ୟାମତ୍ିକ ପରିବେଶ ମଧ୍ୟରେ ଚଳିତବର୍ଷ ଏକାଧିକ ଜଟାଧାରୀ ମାତାଙ୍କୁ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ସାଧୁସନ୍ନ୍ୟାସୀଙ୍କ ଆଶୀର୍ବାଦ ନେବାସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପରାମର୍ଶ ନେଉଛନ୍ତି। ଏପଟେ ମେଳା ପାଇଁ ବ୍ୟବସାୟୀମାନେ ନିଜ ପସରା ମେଲି ବସିଥିବାବେଳେ ମେଳାର ଅନ୍ୟତମ ଆକର୍ଷଣ ମୀନାବଜାର ଓ ବିଭିନ୍ନ ଦୋଳି ପ୍ରସ୍ତୁତି ଚାଲିଛି। ଅନ୍ୟପକ୍ଷରେ ୩୦ ତାରିଖରୁ ଏଠାରେ ଯାତ୍ରା ମହାସମର ଆରମ୍ଭ ହେବ। ଏହାକୁ ଯାତ୍ରାପ୍ରେମୀ ଅପେକ୍ଷା କରି ରହିଥିବାବେଳେ ଏସବୁ ଭିତରେ ଉତ୍ସବମୁଖରିତ ହୋଇପଡିଛି ଖଣ୍ଡଗିରି-ଉଦୟଗିରି ପାହାଡ଼ ଓ ଆଖପାଖ ଅଞ୍ଚଳ।

ସନାତନ ଧର୍ମର ଶିକ୍ଷା ନେଉଛନ୍ତି ବିଦେଶୀ

ଖଣ୍ଡଗିରି ମେଳାରେ କେବଳ ରାଜଧାନୀ କିମ୍ବା ଆଖପାଖର ଶ୍ରଦ୍ଧାଳୁଙ୍କ ସମାଗମ ହୋଇନାହିଁ, ବହୁ ବିଦେଶୀ ମଧ୍ୟ ମେଳା ବୁଲୁଥିବା ଦେଖିବାକୁ ମିଳିଛି। ଏପରିକି ସେମାନେ ସାଧୁସନ୍ନ୍ୟାସୀଙ୍କ ସହ କଥା ହେଉଛନ୍ତି। ଖ୍ରୀଷ୍ଟ ଧର୍ମର ହୋଇ ମଧ୍ୟ ସନାତନ ଧର୍ମ ବିଷୟରେ ଶିକ୍ଷା ନେଉଛନ୍ତି ବିଦେଶୀ। ଆଶୀର୍ବାଦ ନେବା ସହ ବିଭୂତି ମଧ୍ୟ ଲଗାଉଛନ୍ତି। ସମସ୍ତେ ଏହି ପବିତ୍ର କୁମ୍ଭମେଳା ବୁଲିବା ଆବଶ୍ୟକ ବୋଲି ଜଣେ ବିଦେଶୀ ପର୍ଯ୍ୟଟକ କହିଛନ୍ତି। ସେ କହିଛନ୍ତି, ଏଠାକୁ ଆସି ବହୁତ ଖୁସି ଲାଗୁଛି। ଆମ ଧର୍ମ ଛଡ଼ା ଅନ୍ୟାନ୍ୟ ଧର୍ମ ବିଷୟରେ ଜାଣିବାକୁ ମିଳିଲା। ଏଠାକାର ପରିବେଶ ବହୁତ ଭଲ।

 

ମାଘସ୍ନାନ କଲେ ଅନନ୍ତ କେଶରୀ

ଚଳିତବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ବାରଭୁଜା ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ବାରଭୁଜା ପୀଠ ଓ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞବିଧି ଆରମ୍ଭ ହୋଇଛି।
ପୀଠରେ ୪୧ତମ ‘ନବରାତ୍ର କୁମ୍ଭମେଳା’ ପାଇଁ ପାରାୟଣ ପୂଜା ସହ ପରମ୍ପରା ମୁତାବକ ହୋମ ଯଜ୍ଞ ଚାଲିଥିବାବେଳେ ଅନନ୍ତ ଗୁମ୍ଫା ନିକଟ ହୋମ ଯଜ୍ଞ ପାଇଁ ଜାଗମରା ବଡ଼ ପୋଖରୀକୁ କଳସଯାତ୍ରା ପରେ ଧୁନି ସ୍ଥାପନ କରାଯାଇଥିଲା। ଅନ୍ୟପଟେ ଜାଗମରା ଗ୍ରାମବାସୀଙ୍କ ଆରାଧ୍ୟ ଦେବତା ଅନନ୍ତକେଶରୀ ଦେବଙ୍କ ଯାତ୍ରା ମଧ୍ୟ ଜାକଜମକରେ ଅନୁଷ୍ଠିତ ହୋଇଥିଲା। ଘଣ୍ଟଘଣ୍ଟା ଧ୍ୱନି, ବୁଢ଼ାବୁଢ଼ୀ ନାଚ, ଘୋଡ଼ାନାଚ ସହ ଶୋଭାଯାତ୍ରାରେ ଅନନ୍ତକେଶରୀ ଦେବ ଉଦୟଗିରିସ୍ଥିତ ରାଣୀ ହଂସପୁରରେ ପହଞ୍ଚତ୍ଥିଲେ। ବିଳମ୍ବିତ ରାତ୍ରିରେ ଦେବସଭାରେ ପ୍ରଭୁଙ୍କ ମାଘସ୍ନାନ ଅନୁଷ୍ଠିତ ହୋଇଥିଲା। ତେବେ ପୀଠରୁ ପ୍ରଭୁଙ୍କ ସୁସଜ୍ଜିତ ବିମାନ ବାହାରି ଗ୍ରାମ ପରିକ୍ରମା କରିବା ପରେ କ୍ରିକ୍ରେଟ୍‌ ପଡ଼ିଆରେ ଆତସବାଜି କରାଯାଇଥିଲା। କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ବେଶ୍‌ ଉପଭୋଗ କରିଥିଲେ।

 

ବାବାଙ୍କ ମେଳରେ ଏଥର ଜଣେ ଜଟାଧାରୀ ମାତାଙ୍କୁ ଦେଖିବାକୁ ମିଳିଛି। ସେ ହେଲେ ପଶ୍ଟିମବଙ୍ଗ ହୁଗୁଳିରୁ ଆସିଥିବା ବଙ୍ଗାଳୀ ମାତା ସୁନନ୍ଦା ଦେବୀ। ମୁଣ୍ଡରେ ସିନ୍ଦୂର ଟୋପା ପିନ୍ଧିବା ସହ ନାଲି ଶାଢ଼ି ଓ ବେକରେ ରୁଦ୍ରାକ୍ଷ ପକାଇ ବସି ରହିଛନ୍ତି। ସେ ଅଧିକାଂଶ ସମୟ ଜିଭ କାଢ଼ି ମା’ କାଳୀଙ୍କ ବେଶରେ ରହୁଥିଲେ। ୩୦ବର୍ଷ ଧରି ସେ ନିଜ ମୁଣ୍ଡ କୁଣ୍ଡାଇ ନାହାନ୍ତି। ସେ କହିଛନ୍ତି, ପୂର୍ବରୁ ପ୍ରଥମେ ମୋ ସ୍ବାମୀ ବାସୁଦେବ ଘୋଷ ଏଠାକୁ ଆସି ସାଧନା କରୁଥିଲେ। ଏବେ ମୁଁ ପାଖାପାଖି ୩୦ବର୍ଷ ହେବ ଖଣ୍ଡଗିରି ଆସି ସାଧନା କରୁଛି। ଆସୁଥିବା ଲୋକଙ୍କୁ ଆଶୀର୍ବାଦ ଦେଉଛି। ସମସ୍ତେ ଭଲରେ ରୁହନ୍ତୁ।

 

ଖଣ୍ଡଗିରି ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଏଥିମଧ୍ୟରୁ ୨ ପ୍ଲାଟୁନ କେବଳ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ହେବେ। ସେମାନଙ୍କୁ ପରିଚାଳନା ପାଇଁ ୧୭ ଅଫିସର କାର୍ଯ୍ୟ କରିବେ। ଲୁଟ ଓ ଛିନତାଇ ଏଡାଇବା ଲାଗି ସାଦା ପୋଷାକଧାରୀ ପୋଲିସ୍‌ ନିୟୋଜିତ ରହିବେ। କୌଣସି ଦୁର୍ଘଟଣାଜନିତ ସ୍ଥିତିର ମୁକାବିଲା ପାଇଁ ଜଣେ ଅଗ୍ନିଶମ ଅଧିକାରୀ ଓ ଜଣେ ଡାକ୍ତର ନିୟୋଜିତ ରହିବେ। ଖଣ୍ଡଗିରି ଏବଂ ଉଦୟଗିରି ମଧ୍ୟରେ ୨ ଓ ୪ ଚକିଆ ଗାଡ଼ି ଯିବା ଆସିବା କରିବ ନାହିଁ। କେବଳ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଗାଡି ଚଳାଚଳ ପାଇଁ ପାସ୍‌ ଦିଆଯିବ। ଏହାସହ ୫ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ମହିମା ଆଶ୍ରମ ପଡିଆ, ବିଏମ୍‌ସି ଜୋନ ଅଫିସ ପଡିଆ, ନ୍ୟୁଜ୍‌-୭ ପଡିଆ ନିକଟ ମେଳଣ ପଡିଆ, ବିଡିଏ ପାର୍କ ଓ ଏଏସ୍‌ଆଇ କାର୍ଯ୍ୟାଳୟ ପରିସରରେ ଗାଡି ରଖି ପାରିବେ। ତେବେ ଏଏସ୍‌ଆଇ କାର୍ଯ୍ୟାଳୟ ପରିସର ପାର୍କିଂ ସ୍ଥଳକୁ ଛାଡି ଅନ୍ୟସବୁ ପାର୍କିଂ ସ୍ଥାନ ଦେୟଯୁକ୍ତ ରହିବ। ଖଣ୍ଡଗିରି ଥାନା ପାଖ ଓ ବିଏମ୍‌ସି ଜୋନ ଅଫିସ ପାର୍କିଂରେ ୨ ଚକିଆ ଯାନ ରଖିବାକୁ ବ୍ୟବସ୍ଥା କରିଯାଇଥିବା ବେଳେ ଅନ୍ୟ ପାର୍କିଂ ସ୍ଥାନରେ ଚାରି ଚକିଆ ଯାନ ରହିବ। ଏହାଛଡା ଚାରିଆଡେ ସିସିଟିଭି କ୍ୟାମେରା ଲଗାଯାଇଥିବାବେଳେ ରାତି ସମୟରେ ପେଟ୍ରୋଲିଂ ହେବ। ବିଏମ୍‌ସି ଗାଇଡ୍‌ଲାଇନ ଅନୁସାରେ ଯାତ୍ରା ଚାଲିବ। ରାତି ୧୦ରୁ ସକାଳ ୪ଟା ପର୍ଯ୍ୟନ୍ତ ଅପେରା ପରିବେଷଣ ହେବ। ଏନେଇ କମିଶନରେଟ ପୋଲିସର ଜୋନ୍‌ ୩ ଏସିପି ରଜତ ରାୟ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri