ମେଡିକାଲରୁ ଶିଶୁ ମୃତଦେହ ବାଇକରେ ନେଲେ ପରିବାର ଲୋକେ

ରାଇକିଆ,୧୩ା୭(ଡି ଏ ନ ଏ)- କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବା ଜଣେ ଶିଶୁଙ୍କ ମୃତ୍ୟୁପରେ ମୃତଦେହକୁ ପରିବାର ଲୋକେ କୌଣସି ସୁବିଧା ନ ପାଇ ବାଇକରେ ଘରକୁ ଆଣିଛନ୍ତି। ପ୍ରକାଶ ଯେ, ଶୁଗଡବଡ଼ି ଗ୍ରାମର ମୁନା ନାୟକଙ୍କ ୭ ବର୍ଷର ପୁଅ ଅସୁସ୍ଥ ହେବାରୁ ରବିବାର ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଶିଶୁର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଫୁଲବାଣୀ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଫୁଲବାଣୀ ନେବା ପୂର୍ବରୁ ମେଡିକାଲ ପରିସରରେ ହିଁ ଶିଶୁର ମୃତ୍ୟୁ ଘଟିଥିଲା। ମୃତଦେହ ଘରକୁ ନେବାକୁ ତୁରନ୍ତ କୌଣସି ବ୍ୟବସ୍ଥା ନ ପାଇ ବାଇକ ଯୋଗେ ଘରକୁ ନେଇଥିଲେ ପରିବାର ଲୋକେ।