ସମସ୍ୟାରେ ସନ୍ତୁଳିତ ଚିତ୍ରକର ପରିବାର

ଧରାକୋଟ,୧୦।୭(ଡି.ଏନ୍‌.ଏ.): ଠାକୁରଙ୍କ ଚିତ୍ର ଆଙ୍କିବା ପାଇଁ ରାଜା ପୁରୀ ବାଲିହରଚଣ୍ଡି ସାହିରୁ ଧରାକୋଟ ଆଣିଥିଲେ ଚିତ୍ରକର ପରିବାରକୁ। ଘର ସହ ଇନାମ ଆକାରରେ ଜମି ମଧ୍ୟ ଖଞ୍ଜୀଥିଲେ। ପ୍ରାୟ ଚାରିଶହ ବର୍ଷ ପୂର୍ବର ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାବେଳେ ଧରାକୋଟ ଆସିଥିବା ଚତ୍ରକର ପରିବାର ଭୋକର ଭୂଗୋଳରେ ଏବେ ସନ୍ତୁଳିତ। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସେମାନଙ୍କୁ ଚିନ୍ତା ଘାରିଛି। ସ୍ନାନ ବେଦିରୁ ଅଣସର ଘରକୁ ଠାକୁର ଯିବାପରେ ଆରମ୍ଭ ହୁଏ ତାଙ୍କର କାର୍ଯ୍ୟ। ଠାକୁରଙ୍କୁ ବସ୍ତ୍ର ପିନ୍ଧାଇବା, ଚିତ୍ରକରିବା ସେମାନଙ୍କ କାମ। ଯେଉଁ ହାତରେ ଠାକୁରଙ୍କ ସେବା କରନ୍ତି ବଳକା ସମୟରେ କାଠ, ମାଟି, ସିମେଣ୍ଟ ମୂର୍ତ୍ତି ତିଆରି କରି ସେସବୁକୁ ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ହେଲେ କରୋନାରେ ସବୁକିଛି ସ୍ଥିତି ବଦଳି ଯାଇଛି। ରାଜା ଦେଇଥିବା ଜମି ପୂର୍ବଜମାନେ ବିକି ଦେଇଛନ୍ତି। ଏବେ ପର୍ବପର୍ବାଣିରେ ମୂର୍ତ୍ତି ବିକ୍ରି କରିବା ସହ କୌଳିକ ପ୍ରଥାକୁ ଏଡାଇ ରାଜମିସ୍ତ୍ରି କାମ ଆପଣାଇଛନ୍ତି ଏଠାକାର ଚାରୋଟି ପରିବାର। ଯେଉଁ ହାତ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି, ତୋରଣ,ମନ୍ଦିର ଗଢ଼ିଥିଲା ସେହି ହାତରେ ସିମେଣ୍ଟ, ବାଲି, ଇଟାର ଘର ଗଢୁଛି। ରାଜା ଠାକୁରଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ପାଇଁ ସେମାନଙ୍କୁ ପୁରୀରୁ ଆଣି ଚିତ୍ରକର ଉପାଧି ପ୍ରଦାନ କରିଥିଲେ। ପିଢ଼ି ପରେ ପିଢ଼ି ଠାକୁରଙ୍କ କାର୍ଯ୍ୟ ନିଷ୍ଠାର ସହ କରି ଚାଲିଥିବା ବେଳେ ରାଜ ରାଜୁଡ଼ା ପ୍ରଥା ବିଲୋପ ହୋଇଯିବାପରେ ସେମାନେ ଉପଯୁକ୍ତ ପାଉଣା ପାଉନାହାନ୍ତି। ଏଣୁ ଅନ୍ୟ ଉପାର୍ଜନ ଆଡ଼କୁ ଅଗ୍ରସର ହେଲେଣି । କରୋନା କଟକଣା ଏମାନଙ୍କ ହାତ ଗତ ଦୁଇ ବର୍ଷହେଲା ବାନ୍ଧି ରଖିଛି। ଚଳିତ ବର୍ଷ ଏକାଦଶୀ ଯାତ୍ରାରେ ମୂର୍ତ୍ତି ବିକ୍ରିକରି ବେଶ ଦୁଇପାଇସା ରୋଜଗାର କରିବାର ଆଶା ରଖିଛନ୍ତି ଚିତ୍ରକର ପରିବାର । କାରଣ ବଡ଼ଦାଣ୍ଡରେ ରଥ ଗଡ଼ିଲେ ହାତ ତିଆରି ମୂର୍ତ୍ତି , ମାଟି କଣ୍ଢେଇ ପସରା ମେଲି ବେଶ କିଛି ଉପାର୍ଜନ କରନ୍ତି ଏହି ପରିବାର। ବାର୍ଷିକ ଚଲଣିର କିଛିମାତ୍ରାରେ ଏଥିରେ ଚଳିଯାଏ। ହେଲେ ଏହା ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ହେଉନାହିଁ। ଏସବୁ ଜାଣି ସୁଦ୍ଧା ପିଢ଼ି ପରେ ପିଢ଼ି ବାପା, ଜେଜେଙ୍କ ଠାରୁ ଚିତ୍ରକର କାର୍ଯ୍ୟ ଶିଖି କୌଳିକ ବୃତ୍ତିକୁ ଉତ୍ତରାଧିକାରୀମାନେ ବଜାୟ ରଖିଛନ୍ତି। ହେଲେ ଆଗକୁ ଏଥିରେ ଘର ଚଳିବନି ବୋଲି ଏଠାକାର ଚିତ୍ରକର ପରିବାରର ମୁରବି ସୁରେନ୍ଦ୍ର ମହାପାତ୍ର, ରାମହରି ମହାପାତ୍ର, ବିପ୍ର ମହାପାତ୍ର ଓ ଚନ୍ଦ୍ର ଶେଖର ମହାପାତ୍ର କହିଛନ୍ତି। ପେଟ ପୋଷିବାପାଇଁ ସରକାରୀ ପ୍ରୋତ୍ସାହନ, ତାଲିମ, ଭତ୍ତା ସହ ଗଢିଥିବା ମୂର୍ତ୍ତି ବିକ୍ରିପାଇଁ ବଜାରର ଆବଶ୍ୟକତା ରହିଛି। ଏଣୁ ସରକାର ସହାୟତାର ହାତ ବଢାଇଲେ ସୂଚାରୁ ରୂପେ ଠାକୁର ସେବା ସହ ପରିବାର ଚାଲିବା ଏବଂ କୌଳିକ ପ୍ରଥା ବଞ୍ଚି ରୁହନ୍ତା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା: ୩ ଜଣ ଖସିଯାଇଥିବା ସନ୍ଦେହ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଲ ଗ୍ରାମରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି…

୬୮୦ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମିଳିଲା ତାଲିମ୍‌ 

ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦…

ଅନଲାଇନ ଠକେଇରୁ କେମିତି ପାଇବେ ରକ୍ଷା

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା ପକ୍ଷରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ ଧମକ: ବନ୍ଧାହେଲେ ପୋଲିସ ଏଏସ୍‌ଆଇ

ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍‌ଆଇ । ଅଭିଯୁକ୍ତ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri