ବନ୍ଧାହେଲେ ନକଲି ତହସିଲଦାର

ଢେଙ୍କାନାଳ ଅଫିସ, ୭।୭ – ନିଜକୁ ତହସିଲଦାର ବୋଲି ପରିଚୟ ଦେଉଥିଲେ। ଡରାଇ, ଧମକାଇ ଲଘୁ ଖଣିଜ ବୋଝେଇ ଭାରିଯାନରୁ ଆଦାୟ କରୁଥିଲେ ବଟି। ଏଭଳି ଏକ ଗ୍ୟାଙ୍ଗ୍‌ର ଦୁଇଜଣ ସଦସ୍ୟ ଢେଙ୍କାନାଳ ଟାଉନ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ଗୋବିନ୍ଦପୁର ଫାଣ୍ଡି ସିଆରିଆ ଗ୍ରାମର ଅଶ୍ୱିନୀ କୁମାର ଧଳ (୨୯) ଏବଂ କାଳୁ ଦୋରା (୨୮)। ଅନ୍ୟ ଜଣେ ଅଭିଯୁକ୍ତ କୌଶଳକ୍ରମେ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରୁ ଏକ ବୋଲେରୋ (ନଂ. ଓଡ଼ି ୦୬ ଜି ୧୨୭୦) ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଗୁଡ଼ିଆକାଟେଣୀ ଅଞ୍ଚଳରେ ଥିବା କ୍ରଶରରୁ ଏକ ମେଟାଲ ବୋଝେଇ ଟ୍ରକ୍‌ ସୋମବାର ରାତିରେ ଜଗତ୍‌ସିଂହପୁର ଯାଉଥିଲା। ରାତି ପ୍ରାୟ ୧୦ଟା ୧୫ରେ ଢେଙ୍କାନାଳ ସହରସ୍ଥିତ ଆନନ୍ଦନଗରଠାରେ ୩ଜଣ ଯୁବକ ବୋଲେରୋରେ ଆସି ଗାଡ଼ି ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ତହସିଲଦାର ବୋଲି ପରିଚୟ ଦେଇ ଟ୍ରକ୍‌ ଚାଳକ ରାମଚନ୍ଦ୍ର ପଟ୍ଟନାୟକଙ୍କୁ କାଗଜପତ୍ର ସହ ଟଙ୍କା ମାଗିଥିଲେ। ଦାବି ଅନୁଯାୟୀ ଅର୍ଥ ନ ଦେଲେ ଗୋବିନ୍ଦପୁର ଫାଣ୍ଡିରେ ପୂରେଇଦେବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ସଦର ଥାନାର ପିସିଆର୍‌ ଭ୍ୟାନ୍‌ରେ ଥିବା ପୋଲିସ କର୍ମଚାରୀଙ୍କ ନଜରକୁ ଏହି ଘଟଣା ଆସିଥିଲା। ସନ୍ଦେହରେ ସେମାନେ ଗାଡ଼ିରୁ ଓହ୍ଲାଇ ପଚରାଉଚୁରା କରିବା ବେଳେ ପ୍ରକୃତ କଥା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ୨ଅଭିଯୁକ୍ତ ଧରାପଡ଼ିଥିବାବେଳେ ଅନ୍ୟଜଣେ ଫେରାର ହୋଇଯାଇଥିଲେ। ପିସିଆର୍‌ କର୍ମଚାରୀଙ୍କଠାରୁ ସୂଚନା ପାଇ ଟାଉନ ଥାନା ପୋଲିସ ପହଞ୍ଚତ୍ ସମ୍ପୃକ୍ତ ୨ ଜଣଙ୍କୁ ହେପାଜତକୁ ନେଇଥିଲା। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଅଞ୍ଚଳର ଟ୍ରକ୍‌ ଚାଳକ ରାମଚନ୍ଦ୍ରଙ୍କ ଅଭିଯୋଗକ୍ରମେ ମଙ୍ଗଳବାର ନଂ. ୨୬୯/୨୧ରେ ଏକ ମାମଲା ରୁଜୁ ହୋଇଛି। ଅଶ୍ୱିନୀ ନିଜକୁ ତହସିଲଦାର ବୋଲି ପରିଚୟ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

 

ଜିଲାରେ ଠକେଇ ଗ୍ୟାଙ୍ଗ୍‌ ସକ୍ରିୟ
ଢେଙ୍କାନାଳ ଜିଲାରେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଭାବେ ପରିଚୟ ଦେଇ ବଟି ଆଦାୟ କରିବା ଭଳି ଘଟଣା ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏଭଳି ମାମଲା ନଜରକୁ ଆସୁଛି। ବିଶେଷ କରି ୫୫ନଂ. ଜାତୀୟ ରାଜପଥର ନିଛାଟିଆ ସ୍ଥାନରେ ଗାଡ଼ି ଅଟକାଇ ଅଭିଯୁକ୍ତମାନେ ନିଜକୁ ତହସିଲଦାର ଓ ଆର୍‌ଟିଓ ବୋଲି ପରିଚୟ ଦେଇ ମାଲ୍‌ ବୋଝେଇ ଭାରିଯାନ ଚାଳକଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏଭଳି ଆପରାଧିକ ଘଟଣାରେ ବିଧିବଦ୍ଧ ଭାବେ ଏକ ଗ୍ୟାଙ୍ଗ୍‌ ସାମିଲ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

 

ଆର୍‌ଟିଓ ଅଫିସ୍‌ରେ ଭଡ଼ାରେ ଲାଗିଥିଲା ବୋଲେରୋ
ଅଭିଯୁକ୍ତମାନେ ବ୍ୟବହାର କରୁଥିବା ବୋଲେରୋ କିଛିଦିନ ତଳେ ଢେଙ୍କାନାଳ ଆର୍‌ଟିଓଙ୍କ କାର୍ଯ୍ୟାଳୟରେ ଭଡ଼ାରେ ଲାଗିଥିଲା। ଉକ୍ତ ଗାଡ଼ିର ପ୍ରକୃତ ମାଲିକ କିଏ। ଅଭିଯୁକ୍ତମାନଙ୍କ ସହିତ ଗାଡ଼ି ମାଲିକଙ୍କ ଲିଙ୍କ୍‌ ରହିଛି କି। ସେମାନେ ଭଡ଼ାରେ ବୋଲେରୋ ଆଣିଥିଲେ କି। ଏହି ଘଟଣାରେ ଆର୍‌ଟିଓ କାର୍ଯ୍ୟାଳୟର କାହାରି ସମ୍ପୃକ୍ତି ଅଛି କି ନାହିଁ। ଏଭଳି ଅନେକ ପ୍ରଶ୍ନ ଏବେ ବି ରହସ୍ୟ ଘେରରେ ରହିଛି। ବିଭିନ୍ନ ଦିଗକୁ ନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri