ଚେହେରା ଚିହ୍ନାଚିହ୍ନା ଲାଗେ ହେଲେ ମନେ ପଡ଼ି ନ ଥାଏ ନାମ ଏଭଳି କାହିଁକି ହୁଏ ଜାଣନ୍ତୁ

ବେଳେବେଳେ କାହାକୁ ଦେଖିଲେ ତାଙ୍କ ଚେହେରା ଚିହ୍ନା ଚିହ୍ନା ଲାଗେ। ହେଲେ ମନେ ପଡ଼ି ନ ଥାଏ ସେହି
ବ୍ୟକ୍ତିଙ୍କ ନାମ। କେବେ ଭାବିଛନ୍ତି କି ଏଭଳି କାହିଁକି ହୁଏ? ଏଥର ଜାଣିବା
ଏହି ପ୍ରଶ୍ନର ଉତ୍ତର..

ଏମିତି ଅନେକ ସମୟରେ ହୁଏ ବାଟେଘାଟେ କେହି ଦେଖାହେଲେ ଚେହେରା ଚିହ୍ନା ଲାଗେ ସିନା ନଁା ମନେ ପଡ଼ି ନ ଥାଏ। ଏମିତି କାହିଁକି ହୁଏ ଅନେକେ ଜାଣି ନ ଥାଆନ୍ତି। କେବଳ ନିଜର ସ୍ମରଣ ଶକ୍ତି ଦୁର୍ବଳ ବୋଲି ଭାବନ୍ତି। ତେବେ ଏହା ପଛର କାରଣ କ’ଣ?
ପ୍ରକୃତ କଥା ହେଲା ନଁା ମନେ ନ ରହିବା, ହେଲେ ଚେହେରା ମନେରହିବା ହେଉଛି ଏକ ସାମାନ୍ୟ ମନୋବୈଜ୍ଞାନିକ ସ୍ଥିତି। ଯାହାକୁ ଆମେ କେବେ ନା କେବେ ଅନୁଭବ କରିଥାଉ। ଏହାପଛର କାରଣ ଆମ ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀ, ସ୍ମରଣଶକ୍ତି ଓ ତଥ୍ୟକୁ ପ୍ରୋସେସ୍‌ କରିବାର ପଦ୍ଧତି ସହ ଜଡ଼ିତ। ମଣିଷର ମସ୍ତିଷ୍କ ନିଜ ପଦ୍ଧତିରେ ତଥ୍ୟକୁ ପ୍ରୋସେସ୍‌ କରିଥାଏ। ଚେହେରା ଓ ନଁାକୁ ଚିହ୍ନିବାର ପ୍ରକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ। ଚେହେରା ଓ ନଁା ଉଭୟ ଭିନ୍ନ ଭିନ୍ନ ସୂଚନା। ଯାହାକୁ ଆମେ ଭିନ୍ନ ଭିନ୍ନ ଉପାୟରେ ମନେରଖୁ। ଚେହେରାକୁ ଚିହ୍ନିବା ଲାଗି ବ୍ୟକ୍ତିଙ୍କ ଶାରୀରିକ ବିଶେଷତ୍ୱ ଯେମିତିକି ଆଖି, ନାକ, ଓଠ, ଚେହେରା ଓ ଚେହେରାର ବିଭିନ୍ନ ଅଙ୍ଗକୁ ଏକାସହିତ ଯୋଡ଼ି ଚିହ୍ନିଥାଉ। ଆମର ମସ୍ତିଷ୍କ ଚେହେରାକୁ ଚିହ୍ନିବା ଲାଗି ଏକ ଖାସ୍‌ ପ୍ରଣାଳୀ ବ୍ୟବହାର କରିଥାଏ, ଯାହାକୁ ଫେସ୍‌ ଇନହିବିସନ୍‌ ସିଷ୍ଟମ କୁହାଯାଏ। ଏହି ପ୍ରଣାଳୀ ଦ୍ୱାରା ଚେହେରାର ପ୍ରତି ଛୋଟ ଡିଟେଲ ମସ୍ତିଷ୍କ ସହ ଯୋଡ଼ିହୋଇଥାଏ। ଯେମିତିକି ଆଖି କିଭଳି, ଚେହେରାର ଗଢଣ କେମିତି, ତ୍ୱଚାର ରଙ୍ଗ କିଭଳି ଆଦି। ଏହି ପ୍ରକ୍ରିୟାରେ ମସ୍ତିଷ୍କର ଫୁଜିଫର୍ମ କୋର୍ଟେକ୍ସ ନାମକ ଅଂଶ ପ୍ରମୁଖ ଭୂମିକା ତୁଲାଇଥାଏ। ଯାହାକି ଚେହେରା ମନେରଖିବା ଓ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ପ୍ରକ୍ରିୟା ଏତେ ଶୀଘ୍ର ଓ ପ୍ରଭାବୀ ହୋଇଥାଏ ଯେ, ଆମେ ବେଶି କଷ୍ଟ ନ କରି ଅନ୍ୟର ଚେହେରା ଚିହ୍ନିଯାଉ। ଏହି କାରଣରୁ ହିଁ ଆମେ କାହାକୁ ଥରେ ଦେଖିଲେ ତାଙ୍କ ଚେହେରା ମନେ ରହିଯାଏ। ସେ ନଁା ମନେ ଥାଉ ଅବା ନ ଥାଉ।
ଅନ୍ୟପକ୍ଷେ ନଁାକୁ ଚିହ୍ନିବା ଓ ମନେ ରଖିବା ପ୍ରକ୍ରିୟା କିଛିଟା ଭିନ୍ନ। ନଁା ହେଉଛି ଏକ ଅବଷ୍ଟ୍ରାକ୍ଟ ଇନପୁଟ୍‌ ବା ଥିଓରେଟିକାଲ ଇନଫର୍ମେଶନ୍‌। ଯାହାର କୌଣସି ଶାରୀରିକ ରୂପ ନ ଥାଏ। ନଁାକୁ ମନେ ରଖିବା ଲାଗି ଆମକୁ ଖାସ୍‌କରି ସେହି ନାମ ସହିତ ଜଡ଼ିତ ବ୍ୟକ୍ତିତ୍ୱ ଅବା ଭାବନାକୁ ଯୋଡ଼ିବାକୁ ପଡ଼ିଥାଏ। ମସ୍ତିଷ୍କକୁ ନଁା ମନେରଖିବା ଲାଗି ଅଧିକ ସମୟ ଲାଗିଥାଏ। କାରଣ ଏହା କୌଣସି ଦୃଶ୍ୟ ଅବା ବାର୍ତ୍ତା ବିନା ହୋଇଥାଏ। ଚେହେରାର ବିପରୀତ ନଁାକୁ ଏକ ଖାସ୍‌ ମାନସିକ ସ୍ଥାନରେ ରଖିବା ଲାଗି ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼େ। ନାଁକୁ ମନେରଖିବା ଲାଗି ମେଣ୍ଟାଲ ଆଫିଲିଏଶନ୍‌ର ଆବଶ୍ୟକତା ପଡ଼ିଥାଏ। ଯେମିତିକି କୌଣସି ବ୍ୟକ୍ତି ସହ ତାଙ୍କର କାମ, ଚରିତ୍ର ଅବା କିଛି ଖାସ୍‌ ଘଟଣାକୁ ଯୋଡ଼ିବାକୁ ପଡ଼ିଥାଏ। ତେବେ ଯାଇ କାହାରି ନଁା ମନେ ରହେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri