Posted inଫୁରସତ

ଆଖିପତା ସାଜିଛି କାନ୍‌ଭାସ୍‌

ଇସ୍ରାଇଲର ତାଲ ପେଲେଗ୍‌ ଜଣେ ଅଭିଜ୍ଞ ମେକ୍‌ଅପ୍‌ ଆର୍ଟିଷ୍ଟ। ପିଲାଟିବେଳୁ ସେ ଚିତ୍ର ଆଙ୍କୁଥିଲେ ଓ ସାନ ଭଉଣୀକୁ ମଡେଲ ସଜେଇ ମୁହଁରେ ମେକ୍‌ଅପ୍‌ ଏକ୍ସପେରିମେଣ୍ଟ କରୁଥିଲେ। ଏବେବି ସେହି ସଉକ ସେ ଛାଡି ନାହାନ୍ତି। ବରଂ ନିଜ ଆଖିପତାକୁ କାନ୍‌ଭାସ୍‌ ସଜାଇ ସେଥିରେ କରୁଛନ୍ତି ବିଭିନ୍ନ ସୁନ୍ଦର ସୁନ୍ଦର ପେଣ୍ଟିଂ। ଏଥିପାଇଁ ସେ ଷ୍ଟାଣ୍ଡାର୍ଡ ମେକ୍‌ଅପ୍‌ ଓ ଓ୍ବାଟର କଲର୍‌ ବ୍ୟବହାର କରନ୍ତି। ଆଇକୋନିକ ଫିଲ୍ମ, କାର୍ଟୁନ ସିନ୍‌, ନିଜସ୍ବ କିଛି ଓରିଜନାଲ ଡିଜାଇନ୍‌ ଆଦିକୁ ପତଳା ବ୍ରଶ୍‌ ସାହାଯ୍ୟରେ ନିଜ ଆଖିପତା ଉପରେ ଆଙ୍କୁଛନ୍ତି; ଯେଉଁଥିପାଇଁ ତାଙ୍କୁ ଦେଢ ଘଣ୍ଟାରୁ ସାଢେ ଚାରିଘଣ୍ଟା ସମୟ ଲାଗିଥାଏ। ଚିତ୍ରର କାରୁକାର୍ଯ୍ୟ ଉପରେ ପେଣ୍ଟିଂ କାମ ସରିବା ସମୟ ନିର୍ଭର କରିଥାଏ। ଏହି କାମ ପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି ବୋଲି ତାଲ କହନ୍ତି। ତାଙ୍କର ପ୍ରତିଟି ପେଣ୍ଟିଂ ଗୋଟେ ଗୋଟେ ମାଷ୍ଟରପିସ୍‌ ଭଳି ଲାଗେ। ଏହାର ଫଟୋକୁ ସେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରନ୍ତି। ଏହି ସୃଜନାତ୍ମକ କାର୍ଯ୍ୟକୁ ବହୁତ ଲୋକ ପସନ୍ଦ କରୁଛନ୍ତି। ଆଉ ତାଙ୍କର ଫ୍ୟାନ୍‌, ଫଲୋୟର୍‌ ବି ବଢିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri