Posted inଫୁରସତ

ଆଖିପତା ସାଜିଛି କାନ୍‌ଭାସ୍‌

ଇସ୍ରାଇଲର ତାଲ ପେଲେଗ୍‌ ଜଣେ ଅଭିଜ୍ଞ ମେକ୍‌ଅପ୍‌ ଆର୍ଟିଷ୍ଟ। ପିଲାଟିବେଳୁ ସେ ଚିତ୍ର ଆଙ୍କୁଥିଲେ ଓ ସାନ ଭଉଣୀକୁ ମଡେଲ ସଜେଇ ମୁହଁରେ ମେକ୍‌ଅପ୍‌ ଏକ୍ସପେରିମେଣ୍ଟ କରୁଥିଲେ। ଏବେବି ସେହି ସଉକ ସେ ଛାଡି ନାହାନ୍ତି। ବରଂ ନିଜ ଆଖିପତାକୁ କାନ୍‌ଭାସ୍‌ ସଜାଇ ସେଥିରେ କରୁଛନ୍ତି ବିଭିନ୍ନ ସୁନ୍ଦର ସୁନ୍ଦର ପେଣ୍ଟିଂ। ଏଥିପାଇଁ ସେ ଷ୍ଟାଣ୍ଡାର୍ଡ ମେକ୍‌ଅପ୍‌ ଓ ଓ୍ବାଟର କଲର୍‌ ବ୍ୟବହାର କରନ୍ତି। ଆଇକୋନିକ ଫିଲ୍ମ, କାର୍ଟୁନ ସିନ୍‌, ନିଜସ୍ବ କିଛି ଓରିଜନାଲ ଡିଜାଇନ୍‌ ଆଦିକୁ ପତଳା ବ୍ରଶ୍‌ ସାହାଯ୍ୟରେ ନିଜ ଆଖିପତା ଉପରେ ଆଙ୍କୁଛନ୍ତି; ଯେଉଁଥିପାଇଁ ତାଙ୍କୁ ଦେଢ ଘଣ୍ଟାରୁ ସାଢେ ଚାରିଘଣ୍ଟା ସମୟ ଲାଗିଥାଏ। ଚିତ୍ରର କାରୁକାର୍ଯ୍ୟ ଉପରେ ପେଣ୍ଟିଂ କାମ ସରିବା ସମୟ ନିର୍ଭର କରିଥାଏ। ଏହି କାମ ପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି ବୋଲି ତାଲ କହନ୍ତି। ତାଙ୍କର ପ୍ରତିଟି ପେଣ୍ଟିଂ ଗୋଟେ ଗୋଟେ ମାଷ୍ଟରପିସ୍‌ ଭଳି ଲାଗେ। ଏହାର ଫଟୋକୁ ସେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରନ୍ତି। ଏହି ସୃଜନାତ୍ମକ କାର୍ଯ୍ୟକୁ ବହୁତ ଲୋକ ପସନ୍ଦ କରୁଛନ୍ତି। ଆଉ ତାଙ୍କର ଫ୍ୟାନ୍‌, ଫଲୋୟର୍‌ ବି ବଢିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri