ବାହ୍ୟ ମଳମୁକ୍ତ ଯୋଜନା ପ୍ରହସନ

ପଟ୍ଟାମୁଣ୍ଡାଇ,୨୪ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନ ଯୋଜନା ଫେଲ୍‌ ମାରିଛି। ଅଧିକାଂଶ ଗଁା ଅଳିଆ ଆବର୍ଜନାରେ ପୁରି ରହିଛି। ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି। କେତେଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁ ଏହି ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି ା
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ,ହିମାଶୁଂ ଶେଖର ବିଶ୍ୱାଳ, ସୁକାନ୍ତ ସାମଲ, ଆଇନଜୀବୀ ପ୍ରମୋଦ ସାହୁ ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ବାହ୍ୟ ମଳମୁକ୍ତ ଯୋଜନା ଠିକ୍‌ ଭାବେ ଚାଲିନାହିଁ। ବ୍ଲକର ପ୍ରତି ଗଁାକୁ ବାହ୍ୟ ମଳମୁକ୍ତ କରିବା ପାଇଁ ସ୍ବଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ା ସରକାରଙ୍କ ଏହି ଅଭିଯାନରେ ଯେଉଁ ହିତାଧିକାରୀ ନିଜସ୍ବ ପାଇଖାନା ନିର୍ମାଣ କରିବେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ତାଙ୍କୁ ୧୨ ହଜାର ଟଙ୍କା ପୁରସ୍କାର ବାବଦରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏଥିନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଲୋକଙ୍କୁ ସଚେତନତା କରି ପାଇଖାନା ନିର୍ମାଣ କରାଇବା ପରିବର୍ତ୍ତେ ୧୨ ହଜାର ଟଙ୍କା ନିଅ ପାଇଖାନା କର ବୋଲି କହୁଛନ୍ତି ା ଆଜି ବି ଲୋକେ ପାଇଖାନା ପାଇଁ ରାଜ୍ୟ ସରକାର ୧୨ ହଜାର ଟଙ୍କା ଦେଉଛନ୍ତି ବୋଲି ଜାଣିଛନ୍ତି ା ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେତେକ ଅଧିକାରୀ ନିଜେ ଠିକାଦାର ଦେଇ ଜେନେତେନେ ପ୍ରକାର ପାଇଖାନା କରି ପ୍ରାଇଜ୍‌ ଟଙ୍କା ହାତେଇଛନ୍ତି ା ଗରିବ ହିତାଧିକାରୀମାନେ ଅର୍ଥାଭାବରୁ ଆଗତୁରା ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ପାଇଖାନା ନିର୍ମାଣ କରିବା ସମ୍ଭବପର ହେଉ ନ ଥିବାରୁ ଏଥି ନିମନ୍ତେ ବିଭାଗ ପକ୍ଷରୁ ଠିକାଦାରମାନଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ଠିକାଦାରମାନେ ଗ୍ରାମର ମଧ୍ୟସ୍ଥି, ସାଧାରଣ ନେତା ଓ ବିଭାଗୀୟ ଯନ୍ତ୍ରୀଙ୍କୁ ହାତ କରି ୩ରୁ ୪ ହଜାର ଟଙ୍କାରେ ଅତ୍ୟନ୍ତ ନିମ୍ନମାନର ପାଇଖାନା ନିର୍ମାଣ କରି ପ୍ରାଇଜ ଅର୍ଥକୁ ହଡ଼ପ କରୁଥିବା ଜଣାପଡ଼ିଛି।
ପଟ୍ଟମୁଣ୍ଡାଇର ପ୍ରତ୍ୟେକ ପରିବାରରେ ଶୌଚାଳୟ ନିର୍ମାଣ ଶେଷ ହୋଇଥିବା ନେଇ ବିଭାଗ ପକ୍ଷରୁ ୨୦୨୦ରେ ଗାଁକୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଘୋଷଣା କରାଯାଇ ଫଳକ ମରାଯାଇଛି। ମାତ୍ର ୩ ରୁ ୪ ହଜାର ଟଙ୍କାର ପାଇଖାନା ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି ା ଯେଉଁଠି ପାଇଖାନାର ବ୍ୟବହାର ହେଉନି ସେଠାରେ କିପରି ଜଳ ଓ ପରିମଳ ବିଭାଗ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଘୋଷଣା କରି ବୋର୍ଡ ଲଗାଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗାଁରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ହେଉଛି ନା ଅପବ୍ୟବହାର କରାଯାଉଛି ତାହା ଦେଖିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପାଖରେ ସମୟ ନାହଁି ବୋଲି କେନ୍ଦ୍ରାପଡ଼ା ନିର୍ବାହୀ ଅଧିକାରୀ ବସନ୍ତ ନାୟକ କହିଛନ୍ତି ା ଏଥି ସହିତ ସେ ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଯୋଗାଯୋଗ କର ବୋଲି କହିଥିଲେ ା ଶୌଚାଳୟ ନିର୍ମାଣ ଶେଷ ହୋଇଥିବାରୁ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇ ଫଳକ ମରାଯାଇଛି। ହେଲେ ବାସ୍ତବ ଚିତ୍ର ଅଲଗା, ଗଁା ମୁଣ୍ଡକୁ ଗଲେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ରାସ୍ତାକଡ଼, ପୋଖରୀ କୂଳ, କେନାଲ ରାସ୍ତାରେ ଲୋକେ ମଳ ତ୍ୟାଗ କରୁଛନ୍ତି ା କେତେକ ସ୍ଥାନରେ ପାଇଖାନା ଭାଙ୍ଗି ଯାଇଥିବା ବେଳେ ଏହାର ଅପବ୍ୟବହାର କରାଯାଉଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଗଁାରେ ନିର୍ମାଣ ହୋଇଥିବା ପାଇଖାନା ଅତ୍ୟନ୍ତ ନିମ୍ନମାନର କାମ ଯୋଗୁ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ। ଫଳରେ ମଳତ୍ୟାଗ ବା ଶୌଚକ୍ରିୟା ପାଇଁ ଲୋକେ ପୂର୍ବଭଳି ବାହାରକୁ ଯାଉଛନ୍ତି ା ସରକାର ଯେଉଁ ପ୍ରାଇଜ ଅର୍ଥ ୧୨ ହଜାର ଟଙ୍କା ଦେଉଛନ୍ତି ସେଥିରେ ପାଇଖାନା ହୋଇଯିବା କଥା ା ଏଥରୁ ଅଧା ଅର୍ଥ ବି ଖର୍ଚ୍ଚ ହୋଇ ନ ଥିବା ଦର୍ଶାଇଛନ୍ତି ଉପଭୋକ୍ତା। ଉପଭୋକ୍ତାଙ୍କ ନାମ ଓ ଦସ୍ତଖତରେ ଲୁଟ ହୋଇଛି ଲକ୍ଷାଧିକ ଟଙ୍କା। ଏହାର ତଦନ୍ତ କରିବାକୁ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ ଦେଢ଼ଗୁଣା…

ଭୁବନେଶ୍ବର,୨୮ା୧:  ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ । ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ଆକ୍ସନ୍ ହେବ କହିଛନ୍ତି କୃଷ୍ଣଚନ୍ଦ୍ର…

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri