ନିଃସଙ୍ଗତାର ଅଭିଜ୍ଞତା

ଜୀବନସାଥୀ ବିନା ଜୀବନ ନିଃସଙ୍ଗତାପୂର୍ଣ୍ଣ। ଅର୍ଥାତ୍‌ ସ୍ବାମୀ ବିନା ସ୍ତ୍ରୀ କିମ୍ବା ସ୍ତ୍ରୀ ବିନା ସ୍ବାମୀ ନିଃସଙ୍ଗ। ଈଶ୍ୱରଙ୍କ ସୃଷ୍ଟିରେ ଦାମ୍ପତ୍ୟ ଜୀବନ ହେଉଛି ଅନବଦ୍ୟ ଓ ସୁଖ ସମ୍ଭାରର ଅନ୍ତରୀକ୍ଷ। ଏ ସମ୍ପର୍କ ମାନ ଅଭିମାନ, ସୁଖଦୁଃଖ, ସୁବିଧା ଅସୁବିଧାରେ ପରସ୍ପରକୁ ବାହୁ ପ୍ରସାରି ପ୍ରତ୍ୟକ୍ଷ ସହଯୋଗ କରୁଥିବାର ଏକ ଜ୍ୱଳନ୍ତ ନିଦର୍ଶନ। ଅତଃ ଏକାକୀ ବା ନିଃସଙ୍ଗ ଜୀବନ ଦାମ୍ପତ୍ୟର ପରିଭାଷା ନୁହେଁ। ନିଃସଙ୍ଗତା ମଣିଷକୁ ବିଷାଦ, ଅବସାଦ ଆଡ଼କୁ ନିଏ। ତଥାପି ଏମିତି ମଣିଷ ଅଛନ୍ତି ଯିଏ ନିଜ ଜୀବନକୁ ନିଃସଙ୍ଗତାରେ ଜିଇଁବାକୁ ପସନ୍ଦ କରନ୍ତି। ଅର୍ଥାତ୍‌ ବିବାହ ବିନା ଶେଷ ପର୍ଯ୍ୟନ୍ତ ଏକା ଏକା ବଞ୍ଚତ୍ବାକୁ ଚାହିଁଥାନ୍ତି। ସେମାନଙ୍କର ନା ଥାଏ ଆସକ୍ତି ନା ଥାଏ ସ୍ବ-ଭକ୍ତି। ପିତାମାତାଙ୍କ ସେବା ହେଉ ବା ଦେଶ ସେବା କେବଳ ମଣିଷ, ଦେଶ, ଜାତିର ଉପକାର, ବିକାଶ ପାଇଁ ଜୀବନ ଉସତ୍ର୍ଗ କରିିବାକୁ ଚାହାନ୍ତିି ନିଃସଙ୍ଗ ହୋଇ ଚିରଦିନ ପାଇଁ। ଆମେରିକାରୁ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟରୁ ଜଣାଯାଏ ଏକାକୀ ରହୁଥିବା ବା ସାଥୀହୀନ ଜୀବନ ଜିଉଁଥିବା ବ୍ୟକ୍ତି କୁଆଡ଼େ ତୁଳନାମତ୍କ ଭାବେ ବିବାହିତ ବ୍ୟକ୍ତିିଙ୍କଠାରୁ ପ୍ରତିଟି ବିକାଶ କ୍ଷେତ୍ରରେ ଅଧିକ ଦକ୍ଷ, ସୁସ୍ଥ ଓ ଅଭିଜ୍ଞ। ସ୍ବନିର୍ଭରଶୀଳ ହୋଇ ନିଜ ପାଇଁ ପ୍ରତିଟି ମୁହୂର୍ତ୍ତ ଏକାଗ୍ରତାର ସହିତ ଲକ୍ଷ୍ୟ ସାଧନରେ ବ୍ୟୟ କରୁଥିବାରୁ ଏହି ବ୍ୟକ୍ତିମାନେ ସଫଳତା ଲାଭ କରନ୍ତି ଓ କମ୍‌ ସମସ୍ୟାର ସମ୍ମୁଖୀନ ହେଉଥିବା ମଧ୍ୟ ଦାବିକରନ୍ତି। ନିଜର ବିକାଶ ନିଜସ୍ବ ଶୈଳୀରେ କରନ୍ତି ତଥା ଅନ୍ୟମାନଙ୍କ ସୁବିଧା ପ୍ରତି ବେଶ୍‌ ଯନତ୍ବାନ୍‌ ହୁଅନ୍ତି। ଏମିତିକି ଏକାକୀ ଜୀବନ ବିତାଉଥିବା ବ୍ୟକ୍ତି ଅଧିକ ସୁଖୀ ବୋଲି କୁହନ୍ତି। ଅନେକେ ପରିସ୍ଥିତିରେ ପଡ଼ି ସଙ୍ଗହୀନ ହୋଇ ରହିଥାନ୍ତି। ଅପରପକ୍ଷରେ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ୩୦ ଶତକଡ଼ା ମହିଳା ଘରୋଇ ହିଂସାର ଶିକାର ହେଉଥିବାର ଜଣାଯାଏ। ସେହିପରି ସାରା ବିଶ୍ୱରେ ଛାଡ଼ପତ୍ର ହାର ହେଉଛି ୧.୮। ଲିଙ୍ଗଗତ ହାର ହ୍ରାସ ମଧ୍ୟ ଅନ୍ୟ ଏକ କାରଣ। କାରଣ ଯାହା ହେଉନା କାହିଁକି ଏହି ତଥ୍ୟ ବାଧ୍ୟ କରେ ଏକାକୀ ଜୀବନଯାପନ କରିବାକୁ। ଏଣୁ ବିକାଶ କ୍ଷେତ୍ରରେ ସେହି ବ୍ୟକ୍ତିମାନେ ପଛୁଆ ହେବା ସ୍ବାଭାବିକ କଥା। ଯେପରିକି ନିଜକୁ ଭିନ୍ନ ପ୍ରତିପାଦିତ କରୁଥିବା, ନିଜକୁ ପୃଥକ୍‌ ରଖିବାକୁ ଚାହୁଁଥିବା, ବିବାହ ପାଇଁ ଉପଯୁକ୍ତ ବର କନ୍ୟା ନ ମିଳିବା, ନିଜକୁ ଶୀର୍ଷ ସ୍ଥାନରେ ଦେଖିବାର ଆଶାକୁ ଚରିତାର୍ଥ କରିବା ଇତ୍ୟାଦି ପ୍ରସଙ୍ଗରେ ନିଃସଙ୍ଗ ବା ଏକାକୀ ଜୀବନକୁ ଆପଣେଇଥାନ୍ତି।
ଏ ସମ୍ବନ୍ଧରେ ଏକ ଘଟଣା ମନେପଡ଼େ। ରଙ୍ଗାଧରବାବୁଙ୍କ ଦମ୍ପତ୍ୟ ଜୀବନରେ ଭଟ୍ଟା ପଡ଼ିଲା। ଅର୍ଥାତ୍‌ ରଙ୍ଗାଧରବାବୁଙ୍କୁ ଯେତେବେଳେ ୫୦ବର୍ଷ, ତାଙ୍କ ଧର୍ମପତ୍ନୀ ଆରପାରିକୁ ଚାଲିଗଲେ। ତାଙ୍କର ୪ ପୁଅ ଝିଅ ମଧ୍ୟ ଅଛନ୍ତି। ସମ୍ପର୍କୀୟଙ୍କ ପରାମର୍ଶକ୍ରମେ ଦ୍ୱିତୀୟ ବିବାହ ପାାଇଁ ମନବଳାଇଲେ ରଙ୍ଗାଧରବାବୁ। କାରଣ ନିଃସଙ୍ଗ ଜୀବନ ଅଭିଶପ୍ତ ବୋଲି ସେ ଦୃଢ଼ ନିଶ୍ଚିତ ଥିଲେ। ଦିନେ ଏ ସମ୍ବନ୍ଧରେ ଏକ ବିବାହ ମେଳାର ଆୟୋଜନ ହେଉଥିବା ସମ୍ପର୍କରେ ଖବରକାଗଜରୁ ଜାଣିବାକୁ ପାଇଲେ ରଙ୍ଗାଧରବାବୁଙ୍କର ଜଣେ ସମ୍ପର୍କୀୟ। ବିବାହମେଳାରେ ଯୋଗଦେବାକୁ ସେ ରଙ୍ଗାଧରବାବୁଙ୍କୁ କହିଲେ। ରଙ୍ଗାଧରବାବୁଙ୍କ ପିଲାମାନେ ମଧ୍ୟ ସମ୍ମତି ପ୍ରଦାନ କଲେ। ତା’ପରେ ରଙ୍ଗାଧରବାବୁ ସେଠାକୁ ଗଲେ। ଦେଖିଲେ ନିଃସଙ୍ଗ ଜୀବନ ବିତାଉଥିବା ତାଙ୍କ ପରି ଅନେକ ବ୍ୟକ୍ତି ଆସିଛନ୍ତି ନିଜ ପାଇଁ ଉପଯୁକ୍ତ ପ୍ରାର୍ଥୀଟିଏ ଚୟନ କରିବାକୁ। ରଙ୍ଗାଧରବାବୁ ବେଶ୍‌ ସ୍ପଷ୍ଟବାଦୀ ଓ ସଂସ୍କୃତିସମ୍ପନ୍ନ। ଯେତେବେଳେ ଆୟୋଜକ ରଙ୍ଗାଧରବାବୁଙ୍କ ଯୋଗ୍ୟତାର ପରୀକ୍ଷା ନେଲେ ସେତେବେଳେ ଅନେକ ମୌଖିକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଲା ରଙ୍ଗାଧରବାବୁଙ୍କୁ। ଯେପରିକି ତୁମର ଦାମ୍ପତ୍ୟ ଜୀବନ କିପରି କଟୁଥିଲା? କେଉଁ ପରିସ୍ଥିତିରେ ସ୍ତ୍ରୀଙ୍କ ସହିତ ମନୋମାଳିନ୍ୟ ହୁଏ? ପୁନର୍ବାର ବିବାହ ପାଇଁ କାହିଁକି ମନ ବଳାଇଲେ ଆପଣ ଇତ୍ୟାଦି। ଏସବୁ ପ୍ରଶ୍ନର ଉତ୍ତର ଧୈର୍ଯ୍ୟର ସହ ଦେଉଥାନ୍ତି ରଙ୍ଗାଧରବାବୁ। ଶେଷରେ ତାଙ୍କୁ ପ୍ରଶ୍ନ କରାଗଲା କାହିଁକି ବା କେଉଁ ଉଦ୍ଦେଶ୍ୟରେ ତୁମେ ତୁମ ପିଲାମାନଙ୍କ ସହିତ ସମ୍ପର୍କ ରଖୁଛ ? ଏ ପ୍ରଶ୍ନ ଶୁଣିବା ମାତ୍ରକେ ରଙ୍ଗାଧରବାବୁ ରାଗରେ ରଙ୍ଗା ପଡ଼ିଗଲେ। ସଙ୍ଗେ ସଙ୍ଗେ କହିପକାଇଲେ, ରଖ ହୋ ତୁମ ସ୍ବୟମ୍ବର। କୌଣସି ବାପାକୁ ଏ ପ୍ରଶ୍ନ କେବେ ପଚରାଯାଏନା। ମୁଁ ମୋ ପିଲାଙ୍କ ପାଇଁ ସମୟ ଦେବିନି, ତାଙ୍କୁ ସହେଯାଗ କରିବିନି ଆଉ ମୁଁ କ’ଣ ପାଇଁ ବାହାହେବି? ଏଠାକୁ କିଏ କ’ଣ ଉଦ୍ଦେଶ୍ୟ ନେଇ ଆସିଛନ୍ତିି ବା ଆପଣ କେଉଁ ଉଦ୍ଦେଶ୍ୟ ନେଇ ଏ ସ୍ବୟମ୍ବର କରୁଛନ୍ତି ତାହା ମୁଁ ଜାଣେନା କିନ୍ତୁ ମନେରଖନ୍ତୁ ମୁଁ ପ୍ରଥମେ ଜଣେ ବାପା, ତା’ପରେ ତୁମର ଦରଖାସ୍ତକାରୀ। ଏହାପରେ ରଙ୍ଗାଧରବାବୁ ସେ ସ୍ବୟମ୍ବର ନିମନ୍ତେ ଅଯୋଗ୍ୟ ସିଦ୍ଧ ହେଲେ। ସେଠାରୁ ଫେରି ଆସିଲେ ଏବଂ ଆଜି ବି ସେ ଏକାକୀ ରହୁଛନ୍ତି। ଏହା ତାଙ୍କ ପିଲାମାନଙ୍କ ସୁବିଧା ପାଇଁ ଆବଶ୍ୟକତା, ସମ୍ପର୍କୀୟଙ୍କ ବାଧ୍ୟବାଧକତା ବା ସାମାଜିକ ପ୍ରୋତ୍ସାହନ ହୋଇପାରେ, କିନ୍ତୁ ନିଜ ଜୀବନକୁ ଅନ୍ୟ ପାଇଁ ଉତ୍ସର୍ଗ କରିବାର ଯେଉଁ ସଂସ୍କୃତି ଓ ସୁଖ ତାହା ଏକାକୀ ଜୀବନରେ ଅଧିକ ସମ୍ଭବ ବୋଲି ରଙ୍ଗାଧରବାବୁଙ୍କ ମତ। ତାଙ୍କ ଅଭିଜ୍ଞତାରୁ ସେ କୁହନ୍ତି ସାଥୀ ହେବାର ଅର୍ଥ ନୁହେଁ ସ୍ବାର୍ଥ ସମ୍ବଳିତ ହେବା ବରଂ ସ୍ବାର୍ଥ ବିଜଡ଼ିତ ସମ୍ପର୍କ ମାଧ୍ୟମରେ ତ୍ୟାଗରୂପୀ ସର୍ବମଙ୍ଗଳ କରିବାର ଲକ୍ଷ୍ୟ ପୂରଣରେ ବ୍ରତୀ ହେବା ଜରୁରୀ। ତା’ଛଡ଼ା ପରିସ୍ଥିତି ପରିବେଶ ଯାହା ହେଉନା କାହିଁକି ସଂସାରର ସ୍ଥାୟିତ୍ୱ ପ୍ରତି ଆନୁଗତ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରାଥମିକତା ହେଉ।
ତେବେ ବ୍ୟକ୍ତିଗତ ସ୍ତରରେ ନିଃସଙ୍ଗତା ଭିନ୍ନ ଭିନ୍ନ ଉଦାହରଣକୁ ନେଇ ପର୍ଯ୍ୟବସିତ। ଏ ନିଃସଙ୍ଗତାପୂଣ୍ଣର୍ର୍ ଜୀବନ କାହାରିକୁ ନେଇ ମଝିଦରିଆରେ ଠିଆ ନ କରୁ କି ନିବୁଜ କୋଠରିରେ ବସି ନକାରାମତ୍କ ଭାବନାକୁ ଜନ୍ମ ନ ଦେଉ। ତେବେ ବ୍ୟକ୍ତିଗତ ଜୀବନରେ ସଂଯମ, ନିୟନ୍ତ୍ରଣ, ନିଃସଙ୍ଗତା ଜୀବନରେ ସୁଖ ଆଣିପାରେ ଏବଂ ଶେଷ ସମୟରେ ଯେ ପାଖରେ କେହି ନ ଥିବେ ଏହାକୁ ଭୁଲ୍‌ ପ୍ରମାଣିତ କରିପାରେ। ଆଜନ୍ମ କୁମାର ବା କୁମାରୀ ରହିଆସିଥିବା ସନ୍ନ୍ୟାସୀ, ରାଜନେତା, ସାଧୁଙ୍କ ଜୀବନ ଏହାର ଜ୍ୱଳନ୍ତ ଉଦାହରଣ। ତେବେ ବ୍ୟକ୍ତିଗତଭାବେ ବିଚାର ଓ ପସନ୍ଦକୁ ଯେତିକି ଗୁରୁତ୍ୱ ଦେବା ସାଂସାରିକ ସୁଖ ଓ ଅଭିବୃଦ୍ଧିକୁ ମଧ୍ୟ ସେତିକି ଗୁରୁତ୍ୱ ଦେବା ଜରୁରୀ।

  • ଶୁଭନାରାୟଣ ଶତପଥୀ
    ବିଜିପୁର, ବ୍ରହ୍ମଗିରି, ପୁରୀ
    ମୋ-୯୪୩୮୪୩୨୦୨୩

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri