Posted inରାଜ୍ୟ

ଅଧିକାରୀଙ୍କ ସହ ସଲାସୁତୁରା: ଚାଲିଛି ଟିକସ ଫାଙ୍କି ଖଣିଜ କାରବାର

ଭୁବନେଶ୍ୱର (ବ୍ୟୁରୋ)/ ଯୋଡ଼ା (ଡି.ଏନ.ଏ.), ୮ା୧୧: ୨୦୧୦-୧୧ରେ ଓଡ଼ିଶାର ଖଣି ଦୁର୍ନୀତି ସାରା ଦେଶରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏମ୍‌.ବି. ଶାହ କମିଶନ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି(ସିଇସି) ଉକ୍ତ ଖଣି ଦୁର୍ନୀତିର ତଦନ୍ତ କରିଥିଲେ। ତଦନ୍ତ ସମୟରେ ବିପୁଳ ପରିମାଣରେ ବେଆଇନ ଖଣି ଉତ୍ତୋଳନ କରାଯାଇଥିବା ଜଣାପଡ଼ିଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଖଣି ଖନନ କରିଥିବା ଲିଜ୍‌ଧାରୀମାନେ ଏଯାବତ୍‌ ରାଜ୍ୟ ସରକାରଙ୍କ ନିକଟରେ ୧୯ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ପଇଠ କଲେଣି। ଏହା ସତ୍ତ୍ୱେ ଖଣି କମ୍ପାନୀଗୁଡ଼ିକ ଖଣିଜ ପଦାର୍ଥ ଚୋରି କରିବାରୁ ନିବୃତ୍ତ ହୋଇପାରୁ ନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରା କରି ରାଜସ୍ବ ଫାଙ୍କିବା ଉଦ୍ଦେଶ୍ୟରେ ଉଚ୍ଚ ଲୌହାଂଶ ଥିବା ପଥରକୁ ନିମ୍ନ ମାନର ଦର୍ଶାଇ ଚାରା ଚାଲାଣ କରାଯାଉଛି। କେବଳ ରାଜ୍ୟ କି ଦେଶ ମଧ୍ୟରେ ନୁହେଁ, ଏବେ ଏହି ଚୋରା କାରବାର ବିଦେଶକୁ ଲମ୍ବିଥିବା ଜଣାପଡ଼ିଛି। ଗତ ୨୯ତାରିଖରେ ପାରାଦୀପ ବନ୍ଦରଠାରେ ଏକ୍ସାଇଜ ଓ କଷ୍ଟମ ବିଭାଗ ଏକ ରପ୍ତାନିକାରୀ ସଂସ୍ଥା ଉପରେ ଚଢ଼ାଉ କରି ୮.୦୭କୋଟି ଟଙ୍କାର ଜରିମାନା ଲାଗୁ କରିବା ପରେ କିପରି ଟିକସ ଫାଙ୍କି କରାଯାଇ ଖଣିଜ ପଥର ବିଦେଶକୁ ଚାଲାଣ ହେଉଛି ତାହାର ପର୍ଦ୍ଦାଫାଶ ହୋଇଛି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାରାଦୀପ ବନ୍ଦରଠାରେ ଏମ୍‌ଭି ମ୍ୟାଗନନ୍‌ ଫର୍ଚ୍ୟୁନ୍‌ ନାମକ ଏକ ଜାହାଜରେ ପ୍ରାୟ ୫୨ହଜାର ୦୫୧ମେଟ୍ରିକ୍‌ ଟନ୍‌ ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିଲା। ଏହି ଲୁହାପଥରକୁ ବି.ଏସ୍‌. ମିନେରାଲ ନାମକ ଏକ ସଂସ୍ଥା ପକ୍ଷରୁ ରପ୍ତାନି କରାଯାଉଥିଲା। ଖବରପାଇ ଏକ୍ସାଇଜ୍‌ ଏବଂ କଷ୍ଟମ୍ସ ବିଭାଗ ପକ୍ଷରୁ ରପ୍ତାନିକାରୀ ସଂସ୍ଥା ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ଜାହାଜରେ ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡର ଟିକସ ଫାଙ୍କି ଘଟଣା ବିଭାଗ ଜାଣିବାକୁ ପାଇଥିଲା। ବିଭାଗ ପକ୍ଷରୁ ବୋଝେଇ ହୋଇଥିବା ଖଣିଜକୁ ଜବତ କରାଯିବା ସହ ୮,୦୭,୨୬,୩୧୪ ଟଙ୍କାର ଜରିମାନା ଏବଂ ୧ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଲାଗୁ କରାଯାଇଥିଲା। ପରେ ୫କୋଟି ୪୦ ଲକ୍ଷ ଟଙ୍କାର ବଣ୍ଡ ପାଇବା ପରେ ଉକ୍ତ ଜାହାଜକୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବା ପାଇଁ ଅନୁମତି ଦିଆଯାଇଥିଲା। ଏହି ଲୁହାପଥର ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ମଣ୍ଡଳ ଓ କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରୁ ପରିବହନ ହୋଇ ବିଦେଶ ରପ୍ତାନି ପାଇଁ ପାରାଦୀପ ବନ୍ଦରକୁ ଯାଇଥିଲା। ନିୟମ ଅନୁସାରେ ୫୭ ପ୍ରତିଶତରୁ ନିମ୍ନରେ ଥିବା ଲୌହାଂଶ ଖଣିଜକୁ ବିଦେଶକୁ ରପ୍ତାନିରେ କର ବା ଟିକସ ଲାଗୁ ହୋଇ ନ ଥାଏ। ୫୮ପ୍ରତିଶତରୁ ଊର୍ଦ୍ଧ୍ୱ ଲୌହାଂଶ ଯୁକ୍ତ ଖଣିଜ ରପ୍ତାନିରେ ଇଣ୍ଡିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍ସ (ଆଇବିଏମ୍‌) ଦ୍ୱାରା ନିର୍ଦ୍ଧାରିତ ଖଣିଜ ମୂଲ୍ୟର ୩୦ ପ୍ରତିଶତ ରପ୍ତାନି କର ଦେବାକୁ ପଡ଼ିଥାଏ। ହେଲେ ଏଠାରେ ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇ ବିଭିନ୍ନ ଖଣିରୁ ରପ୍ତାନି ହେଉଥିଲା ବୋଲି ଯାଞ୍ଚ ସମୟରେ ଜଣାପଡ଼ିଥିଲା। ତେବେ ବିଭିନ୍ନ ଖଣି ମଣ୍ଡଳରେ ଅବସ୍ଥାପିତ ଖଣି ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦଶକ, ଖଣି ଅଧିକାରୀ, ଖଣି ନିରୀକ୍ଷକଙ୍କ ଅଗୋଚରରେ ଏଭଳି ଚଞ୍ଚକତା କିପରି ହେଉଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଖଣି ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ସନ୍ଦେହ ଘେରରେ ରଖିଛି। ଏନେଇ ଯୋଡ଼ାସ୍ଥିତ ଯୁଗ୍ମ ନିର୍ଦ୍ଦେଶକ ସଲିଲ କୁମାର ବେହେରାଙ୍କୁ ପଚାରିବାରେ ସେ ଏହି ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବେଆଇନ ଖଣିଜ କାରବାରର ଚେର କେନ୍ଦୁଝର ଠାରୁ ଉପାନ୍ତ ଅଞ୍ଚଳ ବଡବିଲ ପର୍ଯ୍ୟନ୍ତ ଲମ୍ବିଛି। ବଡବିଲରେ ଜଣେ ଅଣ ଓଡ଼ିଆ ବ୍ୟବସାୟୀ ଏଥିରେ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବେଆଇନ ଖଣିଜ କାରବାରରେ ସମ୍ପୃକ୍ତ ଅଧିକାରୀଙ୍କ ମୁଖା ଖୋଲିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri