ସୃଜନଶୀଳତାର ଶିକ୍ଷା ଦେଇଛି ମହାମାରୀ

ଭବିଷ୍ୟତକୁ ସ୍ପଷ୍ଟ ଭାବରେ ଦେଖି ନିଜ କାର୍ଯ୍ୟ ଉପରେ ନିୟନ୍ତ୍ରଣ ରଖିପାରିଲେ ଯାଇ କୌଣସି ବ୍ୟବସାୟରେ ଆଶାନୁରୂପ ସଫଳତା ମିଳିଥାଏ। କିନ୍ତୁ କୋଭିଡ୍‌-୧୯ ଏକ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଥିଲା। ୨୦୨୦ ମାର୍ଚ୍ଚରେ କରୋନା ଲକ୍‌ଡାଉନ୍‌ ଘୋଷଣା ପରେ ସମସ୍ତେ ଅନିଶ୍ଚିତତା ଦେଇ ଗତି କରିଥିଲେ। ଲକ୍‌ଡାଉନ୍‌ କେତେଦିନ ଲାଗିରହିିବ ତାହା କାହାକୁ ଜଣା ନ ଥିଲା। ମେ’ ମାସରେ ଲକ୍‌ଡାଉନ୍‌ ଶେଷ ହୋଇଥିଲା। ତେବେ ଅଗଷ୍ଟ ଶେଷ ଆଡ଼କୁ ହିଁ କଡ଼ା କଟକଣା ମଧ୍ୟରେ ହୋଟେଲ ଖୋଲିବାକୁ ଅନୁମତି ମିଳିଥିଲା। ରେଷ୍ଟୁରାଣ୍ଟରେ ଅକ୍ଟୋବର ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଲାଗି ଅନୁମତି ନ ଥିଲା। ସାମାଜିକ ଉତ୍ସବ ଅବସରରେ ଭୋଜି ଆୟୋଜନ ଉପରେ ଜାରି କଟକଣା ଏଯାଏ ହଟିନାହିଁ।

ହସ୍ପିଟାଲିଟି ଶିଳ୍ପ ପୁଞ୍ଜି ପ୍ରତି ଅତି ମାତ୍ରାରେ ସମ୍ବେଦନଶୀଳ। ଏଠାରେ ପ୍ରମୋଟରମାନେ ଧନ ବଢ଼ାଇବା ଲାଗି ଏଥିରେ ପ୍ରଚୁର ଟଙ୍କା ନିବେଶ କରିଥାନ୍ତି। କର୍ମଚାରୀଙ୍କ ଦରମା, ବ୍ୟାଙ୍କ ଋଣର କିସ୍ତି ଏବଂ ଭଡ଼ା ଇତ୍ୟାଦି ନୈମିତ୍ତିକ ଖର୍ଚ୍ଚ ହେଉଛି ହୋଟେଲର ମୋଟ ଖର୍ଚ୍ଚର ପ୍ରାୟ ୬୦%। ଏଥିଯୋଗୁ ବ୍ରେକ୍‌ ଇଭିନ୍‌ ପଏଣ୍ଟ ଅତି ଉଚ୍ଚା। ତେଣୁ ପରିଚାଳନା ଖର୍ଚ୍ଚ ଉଠାଇବାକୁ ହେଲେ ଆମ ଭଳି ହୋଟେଲରେ ଅତି କମ୍‌ରେ ୫୦% ବୁକିଂ ପୂରଣ ହେବା ଦରକାର। ଅର୍ଥ ଆଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ମାସେ ପରେ ଖର୍ଚ୍ଚ ଉଠାଇବା ଅସମ୍ଭବ।

ଲକ୍‌ଡାଉନ୍‌ ଫଳରେ ଆମେ ଯଥାସମ୍ଭବ ସହଯୋଗ କରିବାକୁ ଚାହଁିଲୁ। କଟକସ୍ଥିତ ପ୍ରମୋଦ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ କ୍ଲବ ରିସୋର୍ଟ, କଟକ ମହାନଗର ନିଗମ ସହିତ ସହଭାଗିତାରେ ଆମ ବିଲ୍ଡିଂକୁ ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆମାନଙ୍କ ପାଇଁ ଏକ କ୍ବାରାଣ୍ଟାଇନ୍‌ ସେଣ୍ଟର କରିବା ଲାଗି ପ୍ରସ୍ତାବ ଦେଲୁ। ପରେ ଅଶ୍ବିନୀ ହସ୍ପିଟାଲ ସହ ମିଶି କଟକରେ କୋଭିଡ୍‌-୧୯ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଏକ ସଙ୍ଗରୋଧ କେନ୍ଦ୍ରରେ ପରିଣତ କଲୁ। ଛୋଟ ହେଲେ ବି ଏହି ଭୂମିକା ଆମ ପାଇଁ ଏକ ଗୌରବ ଥିଲା। ଆମ ପାଖରେ ରହୁଥିବା କୋଭିଡ୍‌ ଯୋଦ୍ଧାମାନଙ୍କୁ ସେବା ଯୋଗାଇବାକୁ ଆମର ସମସ୍ତ କର୍ମଚାରୀ ଓ ସହଯୋଗୀ ଆଗେଇ ଆସିଲେ। ସୁରୁଖୁରୁରେ ସେବା ଯୋଗାଇବା ଲାଗି କର୍ମଚାରୀମାନଙ୍କୁ ୩ଟି ଦଳରେ ବିଭକ୍ତ କରାଗଲା। ପ୍ରଥମ ଦଳ ହୋଟେଲରେ ସେବା ଯୋଗାଇଦେଲେ। ଦ୍ବିତୀୟ ଦଳ ଆଇସୋଲେଶନ୍‌ରେ ଏବଂ ତୃତୀୟ ଦଳ ସେବା ଯୋଗାଇବା ଲାଗି ପ୍ରସ୍ତୁତ ରହିଲେ। ହୋଟେଲରେ ଆମେ ବିନା ସଂକ୍ରମଣରେ ଡାକ୍ତରମାନଙ୍କୁ ସେବା ଯୋଗାଇବାରେ ସକ୍ଷମ ହେଲୁ।
ମହାମାରୀ ଆମକୁ ଖାଦ୍ୟ ପରଷିବାରେ ମଧ୍ୟ ସୃଜନଶୀଳତା ଶିକ୍ଷା ଦେଲା। ପରିଷ୍କାର ପରିଚ୍ଛନ୍ନତା ସମସ୍ୟାକୁ ନେଇ ଅନେକ ଗ୍ରାହକ ଖାଦ୍ୟ ଲାଗି ଅନ୍‌ଲାଇନ୍‌ ଅର୍ଡର ଦେଉ ନ ଥିଲେ। ହୋମ୍‌ ଡେଲିଭରି ଲାଗି ଅର୍ଡର ଦେଉଥିବା ଗ୍ରାହକ ଖାଦ୍ୟ ଥଣ୍ଡା ହୋଇଯାଉଥିବାରୁ ଏବଂ ହୋଟେଲରେ ମିଳୁଥିବା ଖାଦ୍ୟଭଳି ଲାଗୁ ନ ଥିବାରୁ ନିରୁତ୍ସାହିତ ହେଉଥିଲେ। ସେମାନେ ରେଷ୍ଟୁରାଣ୍ଟର ଉପଯୁକ୍ତ ସ୍ବାଦ ପାଇପାରୁ ନ ଥିଲେ। ଉଭୟ ଅସୁବିଧା ଦୂର ଲାଗି ଆମେ ଏକ ନୂଆ ସେବା ଆରମ୍ଭ କଲୁ ଯାହାର ନାଁ ଥିଲା ‘ଫ୍ରେଶ୍‌ ବକ୍ସ’। ଏଥିରେ ଆମର ଲୋକପ୍ରିୟ ଆଇଟମ୍‌ଗୁଡ଼ିକୁ ପ୍ୟାକ୍‌ କରି ଗ୍ରାହକଙ୍କ ପାଖରେ ଅତି ସ୍ବଚ୍ଛ ଓ ସୁରକ୍ଷିତ ଭାବେ ଇଜି-ଟୁ-କୁକ୍‌ ଫର୍ମାଟରେ ପହଞ୍ଚାଯାଉଥିଲା। ଗ୍ରାହକମାନେ ଗୋଟିଏ ଫ୍ରେଶ୍‌ ବକ୍ସ ଅର୍ଡର କରି ସେଥିରେ ଥିବା ଖାଦ୍ୟକୁ ଗରମ କରି ସେମାନେ ଚାହୁଁଥିବା ଖାଦ୍ୟକୁ ଘରର ସୁରକ୍ଷିତ ପରିବେଶ ମଧ୍ୟରେ ଖାଇ ପାରୁଥିଲେ। ଏହି କନ୍‌ସେପ୍ଟ ତୁରନ୍ତ ଲୋକପ୍ରିୟ ହେଲା। ଲକ୍‌ଡାଉନ୍‌ ସମୟରେ ଗ୍ରାହକଙ୍କ ସହ ଯୋଡ଼ିହେବା ପାଇଁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେଲା।
ଶେଷରେ କରୋନା ମହାମାରୀ ଆମ ସେବା କ୍ଷେତ୍ରରେ ଏକ ସ୍ଥାୟୀ ପରିବର୍ତ୍ତନ ଆଣିଲା। କୋଭିଡ୍‌ କଟକଣା ମଧ୍ୟରେ ସେବା ଚାହିଦାକୁ ପୂରଣ କରିବା ଲାଗି ଆମ ବିଭିନ୍ନ ବିଭାଗର କର୍ମଚାରୀମାନେ ଅନେକ ପ୍ରକାର କୌଶଳ ହାସଲ କଲେ। କୋଭିଡ୍‌-୧୯ ଦ୍ବାରା ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ପ୍ରତି ବିଭାଗରେ ବିଶେଷ ଦକ୍ଷତା ହାସଲ କରିବା ସହଜ ନୁହେଁ। ନିଜ ଦକ୍ଷତାକୁ ଜାଣିବା ତଥା ଗ୍ରାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟି ଦେଇ ମୂଲ୍ୟଭିତ୍ତିକ ସେବା ଯୋଗାଇବା ପାଇଁ ମହାମାରୀ ଆମକୁ ସୁଯୋଗ ଦେଇଛି। ଆଗାମୀ ଦିନରେ କୋଭିଡ୍‌ ପୂର୍ବ ଭଳି ଚାହିଦା ଆଶା କରୁଛୁ। ଟିକା ଆସିବା ଫଳରେ ଗ୍ରାହକଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri