ସୃଜନଶୀଳତାର ଶିକ୍ଷା ଦେଇଛି ମହାମାରୀ

ଭବିଷ୍ୟତକୁ ସ୍ପଷ୍ଟ ଭାବରେ ଦେଖି ନିଜ କାର୍ଯ୍ୟ ଉପରେ ନିୟନ୍ତ୍ରଣ ରଖିପାରିଲେ ଯାଇ କୌଣସି ବ୍ୟବସାୟରେ ଆଶାନୁରୂପ ସଫଳତା ମିଳିଥାଏ। କିନ୍ତୁ କୋଭିଡ୍‌-୧୯ ଏକ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଥିଲା। ୨୦୨୦ ମାର୍ଚ୍ଚରେ କରୋନା ଲକ୍‌ଡାଉନ୍‌ ଘୋଷଣା ପରେ ସମସ୍ତେ ଅନିଶ୍ଚିତତା ଦେଇ ଗତି କରିଥିଲେ। ଲକ୍‌ଡାଉନ୍‌ କେତେଦିନ ଲାଗିରହିିବ ତାହା କାହାକୁ ଜଣା ନ ଥିଲା। ମେ’ ମାସରେ ଲକ୍‌ଡାଉନ୍‌ ଶେଷ ହୋଇଥିଲା। ତେବେ ଅଗଷ୍ଟ ଶେଷ ଆଡ଼କୁ ହିଁ କଡ଼ା କଟକଣା ମଧ୍ୟରେ ହୋଟେଲ ଖୋଲିବାକୁ ଅନୁମତି ମିଳିଥିଲା। ରେଷ୍ଟୁରାଣ୍ଟରେ ଅକ୍ଟୋବର ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଲାଗି ଅନୁମତି ନ ଥିଲା। ସାମାଜିକ ଉତ୍ସବ ଅବସରରେ ଭୋଜି ଆୟୋଜନ ଉପରେ ଜାରି କଟକଣା ଏଯାଏ ହଟିନାହିଁ।

ହସ୍ପିଟାଲିଟି ଶିଳ୍ପ ପୁଞ୍ଜି ପ୍ରତି ଅତି ମାତ୍ରାରେ ସମ୍ବେଦନଶୀଳ। ଏଠାରେ ପ୍ରମୋଟରମାନେ ଧନ ବଢ଼ାଇବା ଲାଗି ଏଥିରେ ପ୍ରଚୁର ଟଙ୍କା ନିବେଶ କରିଥାନ୍ତି। କର୍ମଚାରୀଙ୍କ ଦରମା, ବ୍ୟାଙ୍କ ଋଣର କିସ୍ତି ଏବଂ ଭଡ଼ା ଇତ୍ୟାଦି ନୈମିତ୍ତିକ ଖର୍ଚ୍ଚ ହେଉଛି ହୋଟେଲର ମୋଟ ଖର୍ଚ୍ଚର ପ୍ରାୟ ୬୦%। ଏଥିଯୋଗୁ ବ୍ରେକ୍‌ ଇଭିନ୍‌ ପଏଣ୍ଟ ଅତି ଉଚ୍ଚା। ତେଣୁ ପରିଚାଳନା ଖର୍ଚ୍ଚ ଉଠାଇବାକୁ ହେଲେ ଆମ ଭଳି ହୋଟେଲରେ ଅତି କମ୍‌ରେ ୫୦% ବୁକିଂ ପୂରଣ ହେବା ଦରକାର। ଅର୍ଥ ଆଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ମାସେ ପରେ ଖର୍ଚ୍ଚ ଉଠାଇବା ଅସମ୍ଭବ।

ଲକ୍‌ଡାଉନ୍‌ ଫଳରେ ଆମେ ଯଥାସମ୍ଭବ ସହଯୋଗ କରିବାକୁ ଚାହଁିଲୁ। କଟକସ୍ଥିତ ପ୍ରମୋଦ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ କ୍ଲବ ରିସୋର୍ଟ, କଟକ ମହାନଗର ନିଗମ ସହିତ ସହଭାଗିତାରେ ଆମ ବିଲ୍ଡିଂକୁ ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆମାନଙ୍କ ପାଇଁ ଏକ କ୍ବାରାଣ୍ଟାଇନ୍‌ ସେଣ୍ଟର କରିବା ଲାଗି ପ୍ରସ୍ତାବ ଦେଲୁ। ପରେ ଅଶ୍ବିନୀ ହସ୍ପିଟାଲ ସହ ମିଶି କଟକରେ କୋଭିଡ୍‌-୧୯ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଏକ ସଙ୍ଗରୋଧ କେନ୍ଦ୍ରରେ ପରିଣତ କଲୁ। ଛୋଟ ହେଲେ ବି ଏହି ଭୂମିକା ଆମ ପାଇଁ ଏକ ଗୌରବ ଥିଲା। ଆମ ପାଖରେ ରହୁଥିବା କୋଭିଡ୍‌ ଯୋଦ୍ଧାମାନଙ୍କୁ ସେବା ଯୋଗାଇବାକୁ ଆମର ସମସ୍ତ କର୍ମଚାରୀ ଓ ସହଯୋଗୀ ଆଗେଇ ଆସିଲେ। ସୁରୁଖୁରୁରେ ସେବା ଯୋଗାଇବା ଲାଗି କର୍ମଚାରୀମାନଙ୍କୁ ୩ଟି ଦଳରେ ବିଭକ୍ତ କରାଗଲା। ପ୍ରଥମ ଦଳ ହୋଟେଲରେ ସେବା ଯୋଗାଇଦେଲେ। ଦ୍ବିତୀୟ ଦଳ ଆଇସୋଲେଶନ୍‌ରେ ଏବଂ ତୃତୀୟ ଦଳ ସେବା ଯୋଗାଇବା ଲାଗି ପ୍ରସ୍ତୁତ ରହିଲେ। ହୋଟେଲରେ ଆମେ ବିନା ସଂକ୍ରମଣରେ ଡାକ୍ତରମାନଙ୍କୁ ସେବା ଯୋଗାଇବାରେ ସକ୍ଷମ ହେଲୁ।
ମହାମାରୀ ଆମକୁ ଖାଦ୍ୟ ପରଷିବାରେ ମଧ୍ୟ ସୃଜନଶୀଳତା ଶିକ୍ଷା ଦେଲା। ପରିଷ୍କାର ପରିଚ୍ଛନ୍ନତା ସମସ୍ୟାକୁ ନେଇ ଅନେକ ଗ୍ରାହକ ଖାଦ୍ୟ ଲାଗି ଅନ୍‌ଲାଇନ୍‌ ଅର୍ଡର ଦେଉ ନ ଥିଲେ। ହୋମ୍‌ ଡେଲିଭରି ଲାଗି ଅର୍ଡର ଦେଉଥିବା ଗ୍ରାହକ ଖାଦ୍ୟ ଥଣ୍ଡା ହୋଇଯାଉଥିବାରୁ ଏବଂ ହୋଟେଲରେ ମିଳୁଥିବା ଖାଦ୍ୟଭଳି ଲାଗୁ ନ ଥିବାରୁ ନିରୁତ୍ସାହିତ ହେଉଥିଲେ। ସେମାନେ ରେଷ୍ଟୁରାଣ୍ଟର ଉପଯୁକ୍ତ ସ୍ବାଦ ପାଇପାରୁ ନ ଥିଲେ। ଉଭୟ ଅସୁବିଧା ଦୂର ଲାଗି ଆମେ ଏକ ନୂଆ ସେବା ଆରମ୍ଭ କଲୁ ଯାହାର ନାଁ ଥିଲା ‘ଫ୍ରେଶ୍‌ ବକ୍ସ’। ଏଥିରେ ଆମର ଲୋକପ୍ରିୟ ଆଇଟମ୍‌ଗୁଡ଼ିକୁ ପ୍ୟାକ୍‌ କରି ଗ୍ରାହକଙ୍କ ପାଖରେ ଅତି ସ୍ବଚ୍ଛ ଓ ସୁରକ୍ଷିତ ଭାବେ ଇଜି-ଟୁ-କୁକ୍‌ ଫର୍ମାଟରେ ପହଞ୍ଚାଯାଉଥିଲା। ଗ୍ରାହକମାନେ ଗୋଟିଏ ଫ୍ରେଶ୍‌ ବକ୍ସ ଅର୍ଡର କରି ସେଥିରେ ଥିବା ଖାଦ୍ୟକୁ ଗରମ କରି ସେମାନେ ଚାହୁଁଥିବା ଖାଦ୍ୟକୁ ଘରର ସୁରକ୍ଷିତ ପରିବେଶ ମଧ୍ୟରେ ଖାଇ ପାରୁଥିଲେ। ଏହି କନ୍‌ସେପ୍ଟ ତୁରନ୍ତ ଲୋକପ୍ରିୟ ହେଲା। ଲକ୍‌ଡାଉନ୍‌ ସମୟରେ ଗ୍ରାହକଙ୍କ ସହ ଯୋଡ଼ିହେବା ପାଇଁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେଲା।
ଶେଷରେ କରୋନା ମହାମାରୀ ଆମ ସେବା କ୍ଷେତ୍ରରେ ଏକ ସ୍ଥାୟୀ ପରିବର୍ତ୍ତନ ଆଣିଲା। କୋଭିଡ୍‌ କଟକଣା ମଧ୍ୟରେ ସେବା ଚାହିଦାକୁ ପୂରଣ କରିବା ଲାଗି ଆମ ବିଭିନ୍ନ ବିଭାଗର କର୍ମଚାରୀମାନେ ଅନେକ ପ୍ରକାର କୌଶଳ ହାସଲ କଲେ। କୋଭିଡ୍‌-୧୯ ଦ୍ବାରା ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ପ୍ରତି ବିଭାଗରେ ବିଶେଷ ଦକ୍ଷତା ହାସଲ କରିବା ସହଜ ନୁହେଁ। ନିଜ ଦକ୍ଷତାକୁ ଜାଣିବା ତଥା ଗ୍ରାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟି ଦେଇ ମୂଲ୍ୟଭିତ୍ତିକ ସେବା ଯୋଗାଇବା ପାଇଁ ମହାମାରୀ ଆମକୁ ସୁଯୋଗ ଦେଇଛି। ଆଗାମୀ ଦିନରେ କୋଭିଡ୍‌ ପୂର୍ବ ଭଳି ଚାହିଦା ଆଶା କରୁଛୁ। ଟିକା ଆସିବା ଫଳରେ ଗ୍ରାହକଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୁଡ଼ିକୁ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ରାଶି ଭରଣା କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶା ସମେତ ୧୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳକୁ ୬...

ସବୁ ରେକର୍ଡ ଭାଙ୍ଗିଲା ବିଟ୍‌ କଏନ୍‌

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍‌ ବୁଧବାର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ପ୍ରଥମଥର ଲାଗି ଏହି କ୍ରିପ୍ଟୋ କରେନ୍ସିର ମୂଲ୍ୟ ୨୦ ହଜାର ଡଲାର...

ଆର୍‌ବିଆଇର ଆର୍ଥତ୍କ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,୪-୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଆର୍ଥତ୍କ ସାକ୍ଷରତା ସପ୍ତାହ ପାଳନ କରାଯାଉଛି। ଏହା ଚଳିତ ମାସ ୩ରୁ ୭ ଯାଏ ଅନୁଷ୍ଠିତ ହେବ।...

ଭୁବନେଶ୍ୱର ସହିତ ୪ ସହରରେ ୧ ଡିସେମ୍ବରରୁ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ…

ନୂଆଦିଲ୍ଲୀ,୨୯।୧୧ : ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନାରେ କୁହାଯାଇଛି ଯେ ଖୁଚୁରା ବିଭାଗ ପାଇଁ ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ୧...

ଶେଷ ହୋଇପାରେ ଆମେରିକା-ଚାଇନା ଟ୍ରେଡଓ୍ବାର 

ନୂଆଦିଲ୍ଳୀ,୨୨-୧୨: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ। ଟ୍ରେଡ୍‌ ଡିଲ୍‌କୁ ନେଇ ଚାଇନାର ରାଷ୍ଟ୍ରପତି ଜି.ଜିନପିଙ୍ଗଙ୍କ ସହ...

କାଲି ଲଞ୍ଚ ହେବ ଦେଶର ପ୍ରଥମ ଦେଶୀ ଆପ ଏଲିମେଣ୍ଟ୍ସ

ନୂଆଦିଲ୍ଲୀ,୪।୭-ଦିନକୁ ଦିନ ଦେଶରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପଖି ୫୦ କୋଟିରୁ ଅଧିକ ରହିଥିବା...

ଡବ୍ଲ୍ୟୁଇର ଚତୁର୍ଥ ସଂସ୍କରଣ ଘୋଷଣା

ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ସ୍ତରର ଏଡ୍‌ଟେକ କମ୍ପାନୀ ଏବଂ ଟ୍ୟାଲେଣ୍ଟ ସ୍ପିରିଟ ତାହାର ଓମେନ ଇଞ୍ଜିନିୟର୍ସ (ଡବ୍ଲ୍ୟୁଇ) କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି।...

କାର୍‌, ବାଇକ ଟାୟାରରେ ନାଇଟ୍ରୋଜେନ୍‌ ଭରିବା ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୯-୭: ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କେନ୍ଦ୍ର ସରକାର ଟାୟାର ଗୁଣବତ୍ତାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାବ୍ୟତୀତ ଟାୟାରରେ ନାଇଟ୍ରୋଜେନ ଗ୍ୟାସ୍‌ ଭର୍ତ୍ତି କରିବାକୁ ଆଗାମୀ...

Advertisement
Archives

Model This Week