ହସୁଛି ଉଜୁଡ଼ା ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଦିନ ଥିଲା ସେହି ଜଙ୍ଗଲ ଗଛଲତାରେ ପୂରି ରହିଥିଲା । ସୂର୍ଯ୍ୟଙ୍କ କିରଣ ଭୂମିରେ ପଡୁ ନ ଥିଲା । ଆଖପାଖ ଗାଁର ପରିବେଶ ଶୀତଳ ରହୁଥିଲା । ହେଲେ କାଠଚୋରମାନଙ୍କ ଲୋଲୁପ ଦୃଷ୍ଟି ସେହି ଜଙ୍ଗଲ ଉପରେ ପଡ଼ିଲା । ପ୍ରତିଦିନ ଚାଲିଲା ଗଛ କଟା। ଧୀରେ ଧୀରେ ସବୁଜିମା ନଷ୍ଟ ହେବାରେ ଲାଗିଲା । ଉଜୁଡି ଯାଇଥିଲା ଜଙ୍ଗଲ। ଏବେ ସେହି ଉଜୁଡା ଜଙ୍ଗଲ ଆଦିବାସୀ ମହିଳାଙ୍କ ସୁରକ୍ଷାରେ ହସୁଛି। ପରିବେଶ ସୁରକ୍ଷାର ବାର୍ତ୍ତା ସେମାନଙ୍କ ଘରର ରୋଜଗାର ବଢ଼ାଇଛି। କାଠଚୋରଙ୍କ ପ୍ରାଦୁର୍ଭାବ କମିଛି । ସବୁଜିମାର ଆବରଣ ଭିତରେ ରହିଥିବା ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକେରା ପଞ୍ଚାୟତ ମୁଣ୍ଡୁଳୀ ଗଁାରେ ପରିବେଶ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

ବିଭିନ୍ନ ଭୟ ଦେଖାଇ କାଠ ଚୋରମାନେ ୮୦୦ ଏକରବିଶିଷ୍ଟ ଏହି ଜଙ୍ଗଲକୁ ପଦା କରିବାକୁ ଲାଗିଥିଲେ। ମୁଣ୍ଡୁଳୀ ଗଁାର ପୁରୁଷ ଲୋକମାନେ ଏହାକୁ ବିରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏ ସଂକ୍ରାନ୍ତରେ ବନବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲାନାହିଁ। ଏପରି ପରିସ୍ଥିତିରେ ଗାଁ ଲୋକେ କି ପଦକ୍ଷେପ ନେବେ କିଛି ଠିକ୍‌ କରିପାରି ନ ଥିଲେ। ଶେଷରେ ଗାଁରେ ବୈଠକ ବସିଲା । ପୁରୁଷମାନେ ନିଜ ଅସହାୟତା ପ୍ରକାଶ କଲେ । ହେଲେ ଏ କଥା ଗାଁ ମହିଳାମାନଙ୍କୁ ଭଲ ଲାଗିଲା ନାହିଁ । ସେମାନେ ନିଜ ଜଙ୍ଗଲର ସୁରକ୍ଷା ପାଇଁ ହାତରେ ହାତ ମିଶାଇଥିଲେ । ଯେ କୌଣସି ପରିସ୍ଥିତିର ସାମ୍‌ନା କରିବାକୁ ସେମାନେ ଶପଥ ନେଲେ । ୨୦୧୫ରୁ ମହିଳାମାନଙ୍କ ହାତକୁ ଯାଇଥିଲା ଜଙ୍ଗଲ ସୁରକ୍ଷା। ଗାଁର ମହିଳାମାନେ ପାଳି କରି ଜଙ୍ଗଲ ଜଗିଲେ । ଏଥିପାଇଁ ସେମାନଙ୍କୁ ରାତିଦିନ ଏକାଠି କରିବାକୁ ପଡିଥିଲା। ଏପରି ସ୍ଥିତି ଦେଖି କାଠ ଚୋରମାନେ ଭୟଭୀତ ହୋଇପଡିଥିଲେ । ତଥାପି ସୁଯୋଗ ଦେଖି ଜଙ୍ଗଲ ଲୁଟ୍‌ କରିଚାଲିଲେ। ହେଲେ ମହିଳାମାନେ ଏକାଠି ହୋଇ ଜଙ୍ଗଲ ସୁରକ୍ଷା ପରିସୀମାକୁ ବଢ଼ାଇ ଚାଲିଥିଲେ । ପ୍ରଥମେ ମହିଳମାନେ କାଠ ଚୋରମାନଙ୍କୁ ଜଙ୍ଗଲ ନଷ୍ଟ ନ କରିବାକୁ ବୁଝାଇଲେ, ସଚେତନତା ବାର୍ତ୍ତା ପ୍ରଚାର କଲେ । ଏହାପରେ ବି କେତେଜଣ କାଠ ଚୋର ନିଜ ବୃତ୍ତିକୁ ଛାଡି ପାରି ନ ଥିଲେ । ସେମାନେ ନିଜ ସହଯୋଗୀମାନଙ୍କ ସହ ଜଙ୍ଗଲ ପଦା କରିବାକୁ ଲାଗିପଡିଥିଲେ । ଏହାକୁ ମହିଳା ଗୋଷ୍ଠୀ ମିଳିତ ଭାବେ ମୁକାବିଲା କଲେ। ମହିଳାଙ୍କ ଦୁର୍ଗାରୂପ ଦେଖି କାଠଚୋରମାନେ ଜଙ୍ଗଲ ଛାଡିବାକୁ ବାଧ୍ୟ ହୋଇଥିଲେ ।

ମୁଣ୍ଡୁଳୀଗଁାର ମହିଳାମାନେ ଜଙ୍ଗଲରେ ରାତି ଜଗୁଆଳି ସାଜିବାକୁ ବି ପଛାଇ ନ ଥିଲେ । ଏଥିପାଇଁ ସେମାନଙ୍କୁ ପୁରୁଷମାନେ ସହଯୋଗ କଲେ। ଆବଶ୍ୟକ ପଡିଲେ ଗାଁରୁ ଚାନ୍ଦା ଆଦାୟ କରାଗଲା । ଏମିତି ଚାଲିଲା ୫ବର୍ଷ। ବଦଳିଲା ଉଜୁଡା ଜଙ୍ଗଲର ଚିତ୍ର। ଏଥିଯୋଗୁ ମହିଳାଙ୍କ ରୋଜଗାରରେ ବି ପରିବର୍ତ୍ତନ ଆସିଲା। ଜଙ୍ଗଲ ସୁରକ୍ଷା ସହିତ ମହିଳାମାନେ ଜଙ୍ଗଲରେ ବୁଲୁ ବୁଲି ଶାଳ, ଶିଆଳି ପତ୍ର ସଂଗ୍ରହ କଲେ। ସେହି ପତ୍ରକୁ ଘରକୁ ଆଣି ଖଲି ତିଆରି କଲେ । ବଣରୁ ଫଳମୂଳ, ଝୁଣା, ମହୁୁ ସଂଗ୍ରହ କରି ଆଖପାଖ ଗଁାର ଲୋକଙ୍କୁ ବିକ୍ରି କଲେ । କିଛିଦିନ ଏମିତି ଚାଲିବା ପରେ ଗାଁ ମହିଳାମାନେ ସ୍ବାବଲମ୍ବୀ ହେବାରେ ଲାଗିଲେ।

ଏନେଇ ଜଙ୍ଗଲ କମିଟି ସଭାନେତ୍ରୀ ସୂର୍ଯ୍ୟକାନ୍ତି ଜାନୀ ଓ ସମ୍ପାଦିକା ବାସନ୍ତୀ ଜାନୀ କୁହନ୍ତି, ଡିଙ୍ଗିଡିପିଆ ପାହାଡ, ପାହିଆତଇଲା, ଡାବଡାଠେସରା, ଆମ୍ବଦମକ, ଟାଙ୍ଗିରୀ, କୁଟୁଜି ପଥର, ପଥର ବସା, ବରଖାଲ, ମଜୁରୁମାଟୁ, ସାଗଧର, କଇଁଆଧୋଡା ପରି ୮୦୦ ଏକର ଜଙ୍ଗଲକୁ ଆମେ ସୁରକ୍ଷା ଦେଉଛୁ। ଏଥିପାଇଁ ଆମେ ମା’ଫୁଲସୁନ୍ଦରୀ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ପରିଚାଳନା କମିଟି ଗଠନ କରିଛୁ। ଆମେ ଜଙ୍ଗଲ ସୁରକ୍ଷା ସହିତ ନିଜର ରୋଜଗାରକୁ ମଧ୍ୟ ବଢ଼ାଇ ପାରିଛୁ। ପରିବେଶ ପାଇଁ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ନିଜ ସୁରକ୍ଷା ସହିତ ଜଙ୍ଗଲର ସୁରକ୍ଷା ଲାଗି ବ୍ରତୀ ହୋଇଛୁ।

-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri