ସହର ପ୍ରବେଶ ପଥ ବନ୍ଦ

ବାରିପଦା ଅଫିସ,୩୦।୧୧: ବାରିପଦା ସହରକୁ ସଂଯୋଗ କରୁଥିବା ୧୮ନଂ. ଜାତୀୟ ରାଜପଥର ପାଲବଣି ବାଇପାସ ପ୍ରବେଶ ପଥ ରାସ୍ତା ବନ୍ଦ କରାଯିବା ଘଟଣାରେ ଜିଲା ବିଜେଡି ପ୍ରତିବାଦର ସ୍ବର ଉଠାଇଛି। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଆଇ)ର ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଜିଲା, ପଡ଼ୋଶୀ ଜିଲା ଓ ସହରବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପାଲବଣି, ଦାଗୋଗାଡାହି, ମୁର୍ଗାବାଡ଼ି ଓ ଦାରଗାଡ଼ି ଗୋଲାଇ ମଧ୍ୟରେ ଦୁଇଟି ଗଳାପୋଲ ନିର୍ମାଣ କରିବାକୁ ବିଜେଡି ପକ୍ଷରୁ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ ଏନ୍‌ଏଚ୍‌ଆଇ ପ୍ରକଳ୍ପ ନିର୍ଦ୍ଦେଶକ ଓ ରାଜ୍ୟ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ା
ବାଲେଶ୍ୱରରୁ ଝାରପୋଖରିଆ ପର୍ଯ୍ୟନ୍ତ ୪ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ କାର୍ଯ୍ୟ କରାଯାଇଥିବାରୁ ସହରରୁ ବାହାରକୁ ଯାଉଥିବା ଯାନବାହାନଗୁଡ଼ିକ ବିପରୀତ ରାସ୍ତାରେ ଯାଇ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ପ୍ରତିଦିନ ଏଭଳି ଘଟଣା ଘଟିବାରୁ ଟାଉନ ପୋଲିସ ପକ୍ଷରୁ ଉକ୍ତ ସଂଯୋଗକାରୀ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଫଳରେ ବାଲେଶ୍ୱର ପଟୁ ଆସୁଥିବା ଯାନବାହାନଗୁଡ଼ିକ ବୁଲାଣି ରାସ୍ତାରେ ସହର ମଧ୍ୟକୁ ପ୍ରବେଶ କରୁଛନ୍ତି। ନିର୍ମାଣ ସମୟରେ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଠିକ୍‌ ଭାବେ ବିଚାରକୁ ନିଆ ଯାଇ ନ ଥିବାରୁ ସହରବାସୀଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡିଛି ବୋଲି ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟର ଯୋଜନା ଏବଂ ଆକଳନ ଅନୁମୋଦନ ପୂର୍ବରୁ ସ୍ଥାନୀୟ ପୌରପରିଷଦ, ଜିଲା ପ୍ରଶାସନ କିମ୍ବା ସ୍ଥାନୀୟ ଜନସାଧାରଣଙ୍କ ସହିତ ବିଭାଗୀୟ କର୍ତ୍ତୃପକ୍ଷ ଆଲୋଚନା କରି ନ ଥିଲେ। ଯାହା ଫଳରେ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାଲବଣିଠାରେ ଥିବା ପ୍ରବେଶ ପଥକୁ ବନ୍ଦ କରାଯିବା ଦ୍ୱାରା ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ଆୟକର ବିଭାଗ କାର୍ଯ୍ୟାଳୟ, ରେଳ ଷ୍ଟେଶନ, ସର୍କିଟ ହାଉସ, କେସି ସର୍କଲ, ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ, ଜଗନ୍ନାଥ ମନ୍ଦିର, ଜିଲାପାଳଙ୍କ କାର୍ଯ୍ୟାଳୟ ଓ କୋର୍ଟ ଆଦିକୁ ଯିବାଆସିବା ପାଇଁ ସ୍ଥାନୀୟ ଲୋକେ ହଇରାଣ ହରକତ ହେଉଛନ୍ତି। ସେହିପରି ଦାରୋଗାଡାହିରୁ ମୁର୍ଗାବାଡି ଗୋଲାଇ ମଧ୍ୟର କୌଣସି ଗଳାପୋଲ ନ ଥିବାରୁ ପଥଚାରୀମାନେ ନାନା ଅସୁବିଧା ଭୋଗୁଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରୁ ଆସୁଥିବା ଲୋକେ ବହୁ ବାଟରୁ ବୁଲିକି ଆସୁଥିବା ବେଳେ ଅନ୍ୟ କେହି ଭୁଲ ବାଟ ଦେଇ ଆସୁଥିବାରୁ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୁର୍ଗାବାଡି ଓ ଦାରୋଗାଡାହି ଗୋଲେଇ ମଧ୍ୟରେ ଥିବା ଶ୍ମଶାନ ଘାଟ ନିକଟରେ ଏକ ଗଳାପୋଲ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ହେବ ବୋଲି ଦାବିରେ ଉଲ୍ଲେଖ କରାଯାଇଛି। ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇଟି ଗଳାପୋଲ ନିର୍ମାଣ ପାଇଁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦା, ଏମ୍‌ସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ପ୍ରାକ୍ତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପ୍ରାକ୍ତନ ବିଧାୟକ ଭାଦବ ହଁାସଦା, ଜିତେନ୍ଦ୍ର ମହାନ୍ତି, ପ୍ରଭାତ କୁମାର ନାୟକ, କାଉନସିଲର ଦେବାଶିଷ ପାତ୍ର, ସୁନୀଲ କୁମାର ନାୟକ, ଅରୁଣ କୁମାର ବରାଡଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର ଓ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri