Advertisement

ଦୁର୍ଘଟଣାରେ ଚାଲିଗଲା ଯନ୍ତ୍ରୀଙ୍କ ଜୀବନ

ହିଞ୍ଜିଳିକାଟୁ,୨୦।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହରିଶଙ୍କରରୁ ଦର୍ଶନ ସାରି କାର୍‌ରେ ବ୍ରହ୍ମପୁର ଫେରୁଥିବା ବେଳେ କୌଣସି କାରଣ ବଶତଃ କାର୍‌ଟି ରାସ୍ତା ଉପରେ ଏକ ଟ୍ରକ୍‌ର ପଛପଟେ ପିଟି ହୋଇଯାଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ବ୍ରହ୍ମପୁର ଅଞ୍ଚଳର ଅଚ୍ୟୁତାନନ୍ଦ ପାତ୍ର (୫୨)। ସେ ଆସିକା କ୍ଷୁଦ୍ର ଜଳସମ୍ପଦ ବିଭାଗର ଯନ୍ତ୍ରୀ ଥିବା ସୂଚନା ମିଳିଛି। ଗୁରୁତରଙ୍କ ମଧ୍ୟରେ ମୃତକଙ୍କ ସ୍ତ୍ରୀ , ଶଳା ଓ ଶଳାଭାଉଜ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ମଙ୍ଗଳବାରଠୁ ସେମାନେ ହରିଶଙ୍କର ସମେତ ବିଭିନ୍ନ ଅଞ୍ଚଳକୁ କାର୍‌ରେ ବୁଲିବାକୁ ଯାଇଥିଲେ। ବ୍ରହ୍ମପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ମୃତକ ଓ ଗୁରୁତରଙ୍କୁ କାର୍‌ ଭିତରୁ ଉଦ୍ଧାର କରିବା ସହ ହିଞ୍ଜିଳି ଥାନାରେ ଖବର ଦେଇଥିଲେ। ଖବରପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ବରିଷ୍ଠ ନାଗରିକଙ୍କୁ ପୁସ୍ତକ ବାଣ୍ଟିଲା ପୋଲିସ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କମିଶନରେଟ ପୋଲିସ ପକ୍ଷରୁ କରୋନା ମୁକାବିଲା ପାଇଁ ଟ୍ବିନସିଟିର ବିଭିନ୍ନ ଥାନା ଅଞ୍ଚଳରେ ପଞ୍ଜୀକୃତ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଭିନ୍ନ ପଦକ୍ଷେପ ଗ୍ରହଣ...

ମେଡିକାଲ ପଛ ଜଙ୍ଗଲରେ ହାତୀ

ଖୋର୍ଦ୍ଧା ଅଫିସ,୯।୪: ଖୋର୍ଦ୍ଧା ବନାଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦିନ ପୂର୍ବେ ରାମଚଣ୍ଡୀ ଠାରେ ଏକ ହାତୀ ଆକ୍ରମଣରେ...

ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଲାଠୋର, ୨୮ା୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ପକ୍ଷରୁ ସୋମବାର ସକାଳେ ବସଷ୍ଟାଣ୍ଡରେ ଲକ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସରପଞ୍ଚ...

ଶିମିଳିପାଳରେ ଅଣାୟତ୍ତ ହେଲା ନିଆଁ, ଚିନ୍ତାରେ ପରିବେଶବିତ୍‌

ବାରିପଦା ଅଫିସ,୬।୩: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହୋଇଥିବା ବେଳେ ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଛି। ନାସା ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ,...

ହ୍ବାଟ୍ସଆପ୍‌ ଡିପିରେ ଜିଲାପାଳଙ୍କ ଫଟୋ ରଖି ମାଗୁଛନ୍ତି ଟଙ୍କା

ଭଦ୍ରକ ଅଫିସ, ୨୯।୪: ଭଦ୍ରକ ଜିଲାପାଳଙ୍କ ଫଟୋକୁ କେହି ଜଣେ ବ୍ୟକ୍ତି ହ୍ବାଟ୍ସଆପ୍‌ ଡିପିରେ ରଖି ଟଙ୍କା ସାହାଯ୍ୟ ମାଗୁଛନ୍ତି। ଏହା ନଜରକୁ ଆସିବା ପରେ...

ଏସ୍‌ଏଏନ୍‌ଟି ମିଶାଇଲ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଚାନ୍ଦିପୁର ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍‌ ଆଣ୍ଟି ଟ୍ୟାଙ୍କ ମିଶାଇଲ (ଏସ୍‌ଏଏନ୍‌ଟି) ସୋମବାର ପରୀକ୍ଷଣ କରାଯାଇଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା...

ଗୃହରେ ବାଲି ଝଡ଼

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ହଜାର ହଜାର ଟ୍ରକ୍‌ ବାଲି ପଡ଼ୋଶୀ ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶକୁ ଚାଲିଯାଉଛି। ଦଲାଲମାନେ ଶହ ଶହ ଟ୍ରକ୍‌...

କୋରାପୁଟ ଜିଲାରେ ଭାରତ ବନ୍ଦ ପ୍ରଭାବ: ଯାନବାହନ ଚଳାଚଳ ଠପ୍‌

କୋରାପୁଟ,୨୬।୧୧(ସ୍ବ.ପ୍ର.) କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା...

Advertisement
Archives

Model This Week