Posted inଜାତୀୟ

ଶତ୍ରୁ ଏବେ ଲୁଚିବାକୁ ପାଇବେନି ଜାଗା, ଏକାଥରେ ୩୦୦ ବ୍ରହ୍ମୋସ ମିଶାଇଲ ପକାଇବ ଭାରତ

ନୂଆଦିଲ୍ଲୀ,୨୬।୮: ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନର ବର୍ଦ୍ଧିତ କାର୍ଯ୍ୟକଳାପକୁ ଧ୍ୟାନରେ ରଖି, ଭାରତୀୟ ନୌସେନା ନିରନ୍ତର ତାର କ୍ଷମତା ବୃଦ୍ଧି କରୁଛି। ଏହି କ୍ରମରେ, ନୀଳଗିରି ଶ୍ରେଣୀର ଷ୍ଟେଲ୍ଥ ଫ୍ରିଗେଟ ଉଦୟଗିରି ଏବଂ ହିମଗିରିକୁ ନୌବାହିନୀରେ ସାମିଲ କରାଯିବ। ଉଭୟ ଫ୍ରିଗେଟ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସୁପରସୋନିକ ଆଣ୍ଟି-ସିପ ମିଶାଇଲ ବ୍ରହ୍ମୋସ ସହିତ ସଜ୍ଜିତ କରାଯାଇଛି। ଏହି ପଦକ୍ଷେପ ଭାରତୀୟ ନୌସେନାର ସାମୁଦ୍ରିକ ଶକ୍ତିକୁ ଆହୁରି ମଜବୁତ କରୁଛି।
ଏପର୍ଯ୍ୟନ୍ତ ନୌସେନାରେ ୧୪ଟି ଗାଇଡେଡ ମିଶାଇଲ ଷ୍ଟେଲ୍ଥ ଫ୍ରିଗେଟ ସାମିଲ କରାଯାଇଛି। ପ୍ରତ୍ୟେକ ଯୁଦ୍ଧଜାହାଜରେ ୮ଟି ଭର୍ଟିକାଲ ଲଞ୍ଚ ବ୍ରହ୍ମୋସ ମିଶାଇଲ ସ୍ଥାପିତ ହୋଇଛି। ତଲୱାର ଶ୍ରେଣୀର ୬ଟି ଜାହାଜ ମଧ୍ୟରୁ ୪ଟି ବ୍ରହ୍ମୋସ ସହିତ ସଜ୍ଜିତ ହୋଇସାରିଛି, ବାକି ୨ଟି ଉପରେ କାମ ଚାଲିଛି। ଭାରତ-ରୁଷିଆ ଚୁକ୍ତି ଅନୁଯାୟୀ, ଆହୁରି ୪ଟି ତଲୱାର ଶ୍ରେଣୀର ଫ୍ରିଗେଟ ନିର୍ମାଣ କରାଯାଇଥିଲା, ଯେଉଁଥିରୁ ଦୁଇଟି (ତୁଷିଲ ଏବଂ ତମାଲ) ନୌସେନାରେ ସାମିଲ କରାଯାଇଛି। ୨୦୩୦ସୁଦ୍ଧା, ଭାରତୀୟ ନୌସେନାରେ ମୋଟ ୨୦ଟି ଗାଇଡେଡ ମିସାଇଲ ଫ୍ରିଗେଟ ଏବଂ ୧୩ଟି ବିଧ୍ୱଂସକ ରହିବ। ଏହାର ଅର୍ଥ ହେଉଛି ଯେ ଭବିଷ୍ୟତରେ ଭାରତୀୟ ନୌସେନା ଏକକାଳୀନ ୩୦୦ରୁ ଅଧିକ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କ୍ଷମତା ରଖିବ।
ପ୍ରୋଜେକ୍ଟ 17A ଅଧୀନରେ ନୀଳଗିରି ଶ୍ରେଣୀର ଫ୍ରିଗେଟ ନିର୍ମାଣ କରାଯାଉଛି। ଏଥିପାଇଁ ମୋଟ ୭ଟି ନୀଳଗିରି ଶ୍ରେଣୀର ଜାହାଜ ପ୍ରସ୍ତୁତ କରାଯାଉଛି। ଏଥିମଧ୍ୟରୁ INS ନୀଳଗିରି, ଉଦୟଗିରି ଏବଂ ହିମଗିରି ନୌସେନାରେ ସାମିଲ ହୋଇସାରିଛନ୍ତି। ସମସ୍ତ ଜାହାଜର ୭୫ ପ୍ରତିଶତ ଉପକରଣ ସ୍ବଦେଶୀ କମ୍ପାନୀଗୁଡ଼ିକଠାରୁ ନିଆଯାଇଛି। ଏହାର ଡିଜାଇନ ଏବଂ ଇସ୍ପାତ ମଧ୍ୟ ସମ୍ପୂର୍ଣ୍ଣ ଭାରତରେ ନିର୍ମିତ। ଏହି ପ୍ରକଳ୍ପ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ମାଇଲଖୁଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?