ବିପଦରେ ଆର୍ଦ୍ରଭୂମି ଭିତରକନିକାର ଫିଶିଂ କ୍ୟାଟ୍‌

କେନ୍ଦ୍ରାପଡ଼ା ଅଫିସ, ୧ା୩: ଓଡ଼ିଶାର ଚିଲିକା ଓ ଭିତରକନିକାରେ ଫିଶିଂ କ୍ୟାଟ୍‌ ଦେଖାଯାଇଥା’ନ୍ତି। ଚିଲିକାରେ ଏହି ବିରଳ ଓ ବିଲୁପ୍ତପ୍ରାୟ ଜୀବଙ୍କ ସଂଖ୍ୟା ଅଧିକ ଥିବା ବେଳେ ଦୁଇବର୍ଷିଆ ସଂରକ୍ଷଣ ସତ୍ତ୍ୱେ ଭିତରକନିକାରେ ଆଶାନୁରୂପ ସଂଖ୍ୟା ବଢ଼ୁନାହିଁ। ଏହି ପ୍ରାଣୀଙ୍କ ଶିକାର ସନ୍ଦେହ ହେଉଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଶେଷ ଆଗ୍ରହ ରଖିଥିବା ଅଧ୍ୟାପକ କ୍ଷିତୀଶ କୁମାର ସିଂହ କୁହନ୍ତି, ବିଲେଇଠାରୁ ଯଥେଷ୍ଟ ବଡ଼ ଓ ବାଘଠାରୁ ଛୋଟ ଆକାରର ଫିଶିଂ କ୍ୟାଟ୍‌ର ଆୟୁଷ ମାତ୍ର ୧୨ ବର୍ଷ। ଆବଶ୍ୟକ ପଡିଲେ ବତକ ପରି ଶବ୍ଦ କରିଥାଏ। ସାଧାରଣରେ ରାତ୍ରିଚର ହୋଇଥିବା ବେଳେ ପାଣିରେ ସମୟ ବିତାଇବା ପାଇଁ ପଛଗୋଡ ବା ପଞ୍ଝା ପରଦା ପ୍ରାୟ ୪ ଇଞ୍ଚ ଖୋଲିଯାଏ। ହେନ୍ତାଳବଣ ଅଞ୍ଚଳରେ ଏ ପ୍ରକାର ବିଲେଇଙ୍କୁ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାର ଭିତରକନିକାରେ କମ ସଂଖ୍ୟକ ଫିଶିଂ କ୍ୟାଟ ଅଛି। ୨୦୧୯ ପ୍ରାଣୀ ଗଣନା ସମୟରେ ଏମାନଙ୍କ ସଂଖ୍ୟା ମାତ୍ର ୨୦ ମଧ୍ୟରେ ସୀମିତ ଥିଲା। ତେବେ ଚିଲିକାରେ ଏମାନଙ୍କ ସଂଖ୍ୟା ୨୦୨୨ ରିପୋର୍ଟ ଅନୁଯାୟୀ ୧୩୦ରୁ ଅଧିକ ଅଛି। ଭିତରକନିକାରେ ଫିଶିଂ କ୍ୟାଟ୍‌ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ୨୦୨୦ ମସିହାରେ ୨ ବର୍ଷିଆ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାସତ୍ତ୍ୱେ ସଂଖ୍ୟା ବଢ଼ୁ ନ ଥିବା ଲକ୍ଷ୍ୟ କରାଯାଉଛି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ ହେନ୍ତାଳ ବନର ଭବିଷ୍ୟତ ଆକଳନ ପାଇଁ ପରିବେଶବିତ୍‌ମାନେ ସାଧାରଣରେ ଫିଶିଂ କ୍ୟାଟଙ୍କ ସଂଖ୍ୟା ଅନୁଧ୍ୟାନ କରିଥାନ୍ତି। ୧୯୭୨ର ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ପ୍ରଥମ ସିଡ୍ୟୁଲରେ ଥିବା ଏହି ପ୍ରାଣୀଙ୍କ ପାଇଁ ଭିତରକନିକାରେ ବିପଦ ବଢ଼ି ଚାଲିଛି। ସମୁଦ୍ର ତଟକ୍ଷୟ ହେନ୍ତାଳବଣ ଓ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ନାଳଗୁଡିକର ଅସ୍ତିତ୍ୱ ଲୋପ ପାଉଛି ା ସେହିପରି ଆଇୟୁସିଏନର ରେଡ୍‌ ଡାଟା ଲିଷ୍ଟରେ ଥିବା ଏହି ଜୀବଙ୍କ ଉପରେ ଶିକାରୀଙ୍କ ଆଖି ପଡିଛି। ଏହାର ଚମଡ଼ା ମୂଲ୍ୟ ଅଧିକ ଥିବାରୁ ଆର୍ଦ୍ରଭୂମି ଅଞ୍ଚଳରେ ଲୁଚିଛପି ଶିକାର କରୁଛନ୍ତି। ଏହାବ୍ୟତୀତ ଭିତରକନିକା ଅଞ୍ଚଳ କୁମ୍ଭୀରପ୍ରବଣ ହୋଇଥିବାରୁ ସଂଖ୍ୟା ନ ବଢ଼ିବାର ଅନ୍ୟତମ କାରଣ। ଏହାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଫିଶିଂ କ୍ୟାଟ ନଦୀନାଳରୁ ବିଭିନ୍ନ ପ୍ରକାର ଜଳଜୀବଙ୍କୁ ଶିକାର କରିବା କ୍ଷମତା ରଖିଛି। ଏଥିସହ ବେଙ୍ଗ ଓ ଅନ୍ୟାନ୍ୟ ସ୍ଥଳଚର ଛୋଟ ଜୀବଙ୍କୁ ଏହି ପ୍ରାଣୀ ଶିକାର କରିପାରେ। ଶିକାର ପାଇଁ ମୁଖ୍ୟତଃ ପଞ୍ଝା ଓ ମୁହଁକୁ ବ୍ୟବହାର କରିଥାଏ। ଭିତରକନିକାର ପରିବେଶ ଅନୁଯାୟୀ ଏହି ପ୍ରାଣୀଙ୍କ ସଂଖ୍ୟା ଅଧିକ ରହିବା କଥା। ରାତ୍ର ସମୟରେ ବାହାରୁ ଥିବାରୁ ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଟ୍ରାପିଂ କରାଯାଉଛି। ଏମାନଙ୍କ ସଂରକ୍ଷଣ ଓ ସଂଖ୍ୟା ବୃଦ୍ଧି ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବା ଡିଏଫ୍‌ଓ ଯାଦବ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri