ଶେଷ ହେଉନି ପାଲା କଳାକାରଙ୍କ ସଂଘର୍ଷ

ବଇଣ୍ଡା, ୧୫ା୧୦ (ପରିକ୍ଷିତ ସାହୁ): ବର୍ଷକ ୧୨ ମାସରୁ ୯ ମାସ ବିତୁଥିଲା ଧର୍ମ ଚର୍ଚ୍ଚାରେ। କିଏ ମାନସିକ ପୂରଣ ପାଇଁ ଖୋଜୁଥିଲେ ତ ଆଉ କିଏ ଏକୋଇଶିଆ ପାଲା ପରିବେଷଣ ନିମନ୍ତେ ବଇନା ଦେବାକୁ ପହଞ୍ଚିଯାଉଥିଲେ ଗାୟକଙ୍କ ଦୁଆରେ। ହେଲେ କରୋନା କାରଣରୁ ୬ ମାସ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଫଳରେ ସଂକଟରେ ପଡ଼ିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୩ଶହ ପାଲା କଳାକାର। ସରକାର ପାଲା ପରିବେଷଣ ପାଇଁ ଅନୁମତି ଦେଉ ନ ଥିବାରୁ ଶେଷ ହେଉନି ଏହି କଳାକାରମାନଙ୍କ ସଂଘର୍ଷ।
ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ରହିଛି ମୋଟ୍‌ ୫୨ଟି ପାଲା ଦଳ। ଗାୟକ, ବାୟକ ଓ ଅନ୍ୟ ସହଯୋଗୀଙ୍କୁ ମିଶାଇ ୩ ଶହ କଳାକାର ଏହି ଦଳର ସଦସ୍ୟ। କେବଳ ବର୍ଷା ୩ ମାସ ଛାଡିଦେଲେ ଅନ୍ୟ ସମୟରେ ବିଭିନ୍ନ ସ୍ଥାନରେ ଏମାନେ ପାଲା ପରିବେଷଣ କରିଥାନ୍ତି। ସରକାରଙ୍କ ବହୁ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ରୋଜଗାର ପାଇଥାନ୍ତି। ପର୍ବପର୍ବାଣି, ପୂଜା, ଯାନିଯାତ୍ରା ବେଳେ ବିଭିନ୍ନ ସହରରୁ ଏହି କଳାକାରମାନଙ୍କୁ ଡାକରା ମିଳେ। କେଉଁଠି ୫ ଦିନ ତ ଆଉ କେଉଁଠି ୭ ଦିନ ଧରି ଗୋଟିଏ ଲେଖାଏ ଦଳ ପାଲା ପରିବେଷଣ କରନ୍ତି। ବିଶେଷକରି ବାଦୀ ପାଲାର ଅଧିକ ଆଦର ଥିବାରୁ ଗୋଟିଏ ସ୍ଥାନରେ ଏକାଧିକ ଗାୟକ ନିଜ ଧାର୍ମିକ ଜ୍ଞାନର ଗଭୀରତା ଦେଖାଇଥାନ୍ତି। କିନ୍ତୁ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗତ ମାର୍ଚ୍ଚରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଥିବାରୁ ଉପଖଣ୍ଡ ପାଲା କଳାକାରମାନଙ୍କ ରୋଜଗାର ବାଟ ବନ୍ଦ ହୋଇଯାଇଛି। ଫଳରେ ପରିବାର ଚଳାଇବା ପାଇଁ ସେମାନଙ୍କୁ ଦୈନିକ ସଂଘର୍ଷ କରିବାକୁ ପଡ଼ୁଛି। ଯାହାଙ୍କ ଧର୍ମ ଚର୍ଚ୍ଚା ହଜାର ହଜାର ଶ୍ରୋତାଙ୍କ ମନମୁଗ୍ଧ କରୁଥିଲା ସେହି ଗାୟକମାନଙ୍କ ମଧ୍ୟରୁ ଏବେ କିଏ ପରିବା ବେପାର କରୁଛନ୍ତି ତ ଆଉ କିଏ ଗଁା ଗଁା ବୁଲି ମନୋହରି ସାମଗ୍ରୀ ବିକୁଛନ୍ତି। ପାଲା କଳାକାରମାନଙ୍କୁ ଏପରି ଦୁର୍ଦ୍ଦଶାରୁ ରକ୍ଷା କରିବାକୁ ସରକାର ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ହେଉଛି। ଏ ନେଇ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, ପାଲା ପରିବେଷଣ ପାଇଁ ସରକାରୀ ସ୍ତରରେ ଅନୁମତି ଆସିନାହିଁ। ଅନୁମତି ମିଳିଲେ ପାଲା କଳାକାରମାନଙ୍କୁ ଏଥିପାଇଁ ସୁଯୋଗ ପ୍ରଦାନ କରାଯିବ।
ପରିବାର ଚଳାଇବା କଷ୍ଟକର ହେଉଛି
କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପାଲା ଏକ ମାଧ୍ୟମ। ହେଲେ କରୋନା ଯୋଗୁ ଉପଖଣ୍ଡର ୩ଶହ କଳାକାରଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯାଉ।
-ଶ୍ରୀକାନ୍ତ ମାହାର (ଗାୟକ), ରଞ୍ଜନା, ମାଧପୁର
ରୋଜଗାର ପାଇଁ ଅଟୋ ଚଳାଉଛି
ଦୀର୍ଘ ୬ ମାସ ହେବ ପାଲା କଳାକାରମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଫଳରେ ଆର୍ଥିକ ସ୍ଥିତି ଜଟିଳ ହୋଇପଡ଼ିଛି। ତେଣୁ ପେଶା ବଦଳାଇ ଅଟୋ ଚଳାଇ ପରିବାର ପାଇଁ କିଛି ରୋଜଗାର କରିବାକୁ ବାଧ୍ୟ ହୋଇଛି।
-ଜଗତମୋହନ ମିଶ୍ର (ଗାୟକ), ବଇଣ୍ଡା
ପରିବା ବିକି ପରିବାର ଚଳାଉଛି
ପାଲାରେ ଗାୟକଙ୍କୁ ସହଯୋଗ କରି ବାର୍ଷିକ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଥିଲି। ଲକ୍‌ଡାଉନ୍‌ ଯୋଗୁ ପାଲାକୁ ଅନୁମତି ମିଳୁ ନ ଥିବାରୁ ଆୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ତେଣୁ ବାଧ୍ୟ ହୋଇ ପରିବା ବିକି ପରିବାର ଚଳାଉଛି।
-ବିନୟ ସ୍ବାଇଁ, ହଣ୍ଡପା
ମନୋହରି ସାମଗ୍ରୀ ବିକୁଛି
ବର୍ଷ ତମାମ କଳା ପରିବେଷଣ କରୁଥିଲୁ। କିନ୍ତୁ କରୋନା ଜୀବିକା ଛଡ଼ାଇ ନେଇଥିବାରୁ ଏବେ ଗଁା ଗଁା ବୁଲି ମନୋହରି ସାମଗ୍ରୀ ବିକ୍ରି କରୁଛି। ଭତ୍ତା ପାଇଁ ଆବେଦନ କରିଛି। ସରକାର ପାଲା କଳାକାରମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ।
-ଗଦାଧର ମେହେର (ଗାୟକ), ଡାବାରାପାଲି, ଆଠମଲ୍ଲିକ
ମନ୍ଦିରରେ ପୂଜକ ସାଜିଛି
ବର୍ଷକୁ ୯ ମାସ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ ପାଇଁ ଡାକରା ମିଳୁଥିଲା। ୬ ମାସ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଆୟ କିଛି ନାହିଁ। ତେଣୁ ଗଁା ମନ୍ଦିରରେ ପୂଜକ ସାଜି ଯାହା କିଛି ରୋଜଗାର କରୁଛି।
– ଶମ୍ଭୁନାଥ ମହାପାତ୍ର (ଗାୟକ), ବଡ଼ବର, ଆଠମଲ୍ଲିକ
କାମ ମିଳୁ ନ ଥିବାରୁ ଘରେ ବସିଛି
ପାଲା ଆମ ଜୀବନ ଥିଲା। ତେଣୁ ପରିବାର ଚଳାଇବାରେ ଅସୁବିଧା ହେଉ ନ ଥିଲା। କିନ୍ତୁ ସରକାରଙ୍କ ଅନୁମତି ନ ଥିବାରୁ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ୬ ମାସ ହେଲା କାମଧନ୍ଦା ବି କିଛି ମିଳୁନାହିଁ। ଘରେ ବସି ରହିବା ଛଡ଼ା ଉପାୟ ନାହିଁ।
ଭ୍ରମରବର ମିଶ୍ର, ବଡ଼ଗୋବିନ୍ଦପୁର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri