ଚକ୍ରବୃଦ୍ଧି ସୁଧ ଛାଡ଼ ନିଷ୍ପତ୍ତି ନଭେମ୍ବର ୨ ସୁଦ୍ଧା ଲାଗୁ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ଅବଧିରେ ଲାଗୁ ହୋଇଥିବା ଚକ୍ରବୃଦ୍ଧି ସୁଧ ଛାଡ଼ ସମ୍ପର୍କିତ ନିଷ୍ପତ୍ତି ନଭେମ୍ବର ୨ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୁଦ୍ର ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେବେ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି। ଏଭଳି ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ମାତ୍ର ଏହାର ପ୍ରକୃତ ଲାଭ ଲୋକମାନେ ଯେଭଳି ପାଇପାରିବେ ତାକୁ ମଧ୍ୟ ବିଚାର କରିବାକୁ ହେବ। ଲୋକଙ୍କର ଦୀପାବଳୀ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ରେ ହେବ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଚକ୍ରବୃଦ୍ଧି ସୁଧ ଛାଡ଼ ହେଲେ ସରକାରଙ୍କୁ ୬,୫୦୦ କୋଟି ଟଙ୍କାର ବୋଝ ପଡିବ ବୋଲି ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଥିଲେ। କୋଭିଡ୍‌-୧୯ ଯୋଗୁ ଲୋକମାନେ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ସାମ୍ନା କରୁଥିବା ସମସ୍ୟାକୁ ଧ୍ୟାନରେ ରଖି ସରକାର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡିକ ସୁଧ ଉପରେ ସୁଧ ଲାଗୁ କରିବା ଦେଖାଯାଇଥିଲା। ଏଭଳି ବିଭିନ୍ନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅନେକ ଆବେଦନ ହୋଇଛି। ଏହା ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି ଜାରି ରଖିଛନ୍ତି। ୨ କୋଟି ଟଙ୍କାର କମ୍‌ ଋଣ ଉପରେ ଚକ୍ରବୃଦ୍ଧି ସୁଧ ଭାର ବହନ କରିବାକୁ ପ୍ରସ୍ତୁତ ଥିବା ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ମୋରାଟୋରିୟମ ସୁବିଧା ନ ନେଇଥିଲେ ମଧ୍ୟ ଏଭଳି ସୁବିଧା ଦେବାକୁ ସରକାର ସ୍ପଷ୍ଟ କରିଛନ୍ତି। ମାତ୍ର ଘରୋଇ ବ୍ୟାଙ୍କଗୁଡିକ ଏଭଳି ପଦକ୍ଷେପ ନେଲେ କେତେ ପରିମାଣର ଭାର ପଡିବ ସେ ନେଇ ସରକାର କିଛି ବି ସ୍ପଷ୍ଟ କରିନାହାନ୍ତି। ଏହାବାଦ୍‌ ସରକାର ଡେଭଲପମେଣ୍ଟ ଫାଇନାନ୍ସ କମିଶନ ଗଠନ ନେଇ ବର୍ତ୍ତମାନ ପ୍ରସ୍ତୁତି କରୁଛନ୍ତି। ଏହି ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ଲାଗି ଶୀଘ୍ର ଆସିବ ବୋଲି ଜଣାପଡିଛି। ସେହିଭଳି ଋଣ ପୁନର୍ଗଠନ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ସ୍ପଷ୍ଟୀକରଣ ଦିଆଯାଇଛି। ମାର୍ଚ୍ଚ ୧ ସୁଦ୍ଧା ଏନ୍‌ପିଏ ହୋଇ ନ ଥିବା ଆକାଉଣ୍ଟଗୁଡିକୁ ଋଣ ପୁନର୍ଗଠନ ସୁବିଧା ଦିଆଯିବ ବୋଲି ଏହା ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପିଏସ୍‌ଇଜେଡ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୦ା୫: ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦ା୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ,...

ଡାବର ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୧୦ା୫ (ଅଭୟ ଦାଶ): ଡାବର ଇଣ୍ଡିଆ ଲିମିଟେଡ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌ ଡାବର ଗ୍ଲୁକୋଜ ପକ୍ଷରୁ...

ଆଜି ଅକ୍ଷୟତୃତୀୟା

ଭୁବନେଶ୍ୱର,୧୦ା୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରୋଇ ବଜାରର ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ‘ଅକ୍ଷୟ ତୃତୀୟା ମହୋତ୍ସବ’ର ଆୟୋଜନ କରାଯାଇଛି। ଅକ୍ଷୟ ତୃତୀୟା ଉପଲକ୍ଷେ...

ଏପ୍ରିଲରେ ହୋଣ୍ଡାର ୧୦,୮୬୭ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୧୦ା୫:  ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ମାସିକ ଗାଡ଼ି ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ୨୦୨୪ ଏପ୍ରିଲରେ କମ୍ପାନୀ ମୋଟ ୧୦,୮୬୭ ୟୁନିଟ୍‌...

ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି

ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ...

୬୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍‌ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri