ବିଲୁପ୍ତ ଲୋକକଳା ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ୱ

ଦେଓଗାଁ,୧୮୧୧(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳ ଭୀମ ପାହାଡଠାରେ ମଙ୍ଗଳବାର ଜିଲା ମିକ୍ସଚର ରାମଲୀଳା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁଶାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଲୁପ୍ତ ହେବାକୁ ବସିଥିବା ଲୋକକଳା କିପରି ଉଜ୍ଜୀବିତ ରହିବ ତାହା ଉପରେ ଆଲୋକପାତ କରାଯାଇଥିଲା। ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଯୋଗୁଁ ଯୁବ ସମାଜ ଲୋକକଳା ପ୍ରତି ଆଉ ଆଗ୍ରହ ଦେଖାଉନାହାନ୍ତି ା ପୂର୍ବରୁ ଗାଁ ମାନଙ୍କରେ ପରିବେଷିତ ହେଉଥିବା ଗୀତିନାଟ୍ୟ ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ ପାଉନାହିଁ ା କରୋନା ଲକ୍‌ଡାଉନ ସମୟରେ ଜିଲାର ବଛାବଛା କଳାକାରଙ୍କୁ ନେଇ ମିକ୍ସଚର ରାମଳୀଳା ସଂଘ ଓ ଶୁଭମ କ୍ରୀଏସନରେ ରାମଲୀଳା, ସୀତାଚୋରୀ ଓ ମହିଷା ମର୍ଦ୍ଦିନୀ ଗୀତିନାଟ୍ୟ ସୁଟିଂ କରାଯାଇ ୟୁଟ୍ୟୁବରେ ବେଶ୍‌ ଆଦୃତ ହୋଇଛି। ତେବେ କରୋନା କଟକଣା ଯୋଗୁଁ କଳାକାରମାନେ ହାତବାନ୍ଧି ବସିଛନ୍ତି। ସରକାର ମଞ୍ଚକଳାକୁ କେବେ ସବୁଜ ସଙ୍କେତ ଦେବେ ବୋଲି କଳାକାରମାନେ ପ୍ରଶ୍ନ କରିଛନ୍ତି। ପରିସ୍ଥିତି ସ୍ବାଭାବିକ ହେଉଥିଲେ ମଧ୍ୟ କଳାକାରମାନେ ତାଙ୍କ ବୃତ୍ତିକୁ ଫେରି ପାରୁନାହାନ୍ତି। ଏହି ସ୍ଥିତିରେ କଳାକାରମାନେ କିଭଳି ପେଟ ପୋଷିବେ ସେ ଦିଗରେ ସରକାର କୌଣସୀ ପଦକ୍ଷେପ ନନେବା ଏକ ପରିତାପର ବିଷୟ ବୋଲି ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଛି। କାର୍ଯ୍ୟକ୍ରମକୁ ସଂଘ ସମ୍ପାଦକ ଭକ୍ତ ନାଏକ, କୋଷାଧ୍ୟକ୍ଷ ନିରାକାର ସାଏ, ଉପସଭାପତି ଶତ୍ରୁଘ୍ନ ବେହେରା ଓ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ। ସହସମ୍ପାଦକ ଶରତ କୁମାର ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ା