ଜାତୀୟ ରାଜପଥରୁ ୫୦ ଫୁଟ ଯାଏ ହଟିବ ଜବରଦଖଲ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ହକି ବିଶ୍ୱ କପ୍‌କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କରାଯାଉଛି। ତେବେ ଏଥିରେ ଜବରଦଖଲ ବାଧକ ସାଜୁଥିବାରୁ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ଏଥିସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ରାଜପଥରୁ ୫୦ ଫୁଟ ଯାଏ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ସହର ଅନ୍ୟାନ୍ୟ ପ୍ରମୁଖ ଅଞ୍ଚଳରୁ ମଧ୍ୟ ଜବରଦଖଲ ହଟିବ। ଏହି କ୍ରମରେ ସୋମବାର ବିଡିଏର ମୋଟ ୧୬ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ବାଣୀବିହାର ଛକ ସମେତ ୪ଟି ଅଞ୍ଚଳରୁ ବ୍ୟାପକ ଜବରଦଖଲ ଉଚ୍ଛେଦ କରାଯାଇଛି।
ପାତ୍ରପଡ଼ାରୁ ଆଇଗିଣିଆ ଛକ ପର୍ଯ୍ୟନ୍ତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୧, ୨ ଓ ୩ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ବିରୋଧ ସତ୍ତ୍ୱେ ୧୧ଟି ଟିଣ ଘର, ୫ କ୍ୟାବିନ, ୨ ନର୍ସରୀ, ଗୋଟିଏ କାଠ ଗୋଲା ଓ ଏକ ମାର୍ବଲ ଦୋକାନର ଲୁହା ଗେଟ୍‌ ଭାଙ୍ଗିଦିଆଯାଇଛି। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ନଂ.୮, ୧୦, ୧୧ ଓ ୧୨ ପକ୍ଷରୁ ବାଣୀବିହାର ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତା କଡରେ ହୋଇଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଏହି ସମୟରେ ସ୍ଥାନୀୟ ଦୋକାନୀ ପ୍ରବଳ ବିରୋଧ କରିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରେ ୨୭ଟି କ୍ୟାବିନ, ୨୦୦ ମିଟର ଲମ୍ବର ପାଚେରି, ୬ଟି ବିଜ୍ଞାପନ ବୋର୍ଡ ଓ ୪ଟି ହୋଟେଲ ଭଙ୍ଗାଯାଇଛି। ସ୍କ୍ବାଡ୍‌ ନଂ.୫,୬,୭ ଓ ୮ ପକ୍ଷରୁ ଡମଣାରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିଲା। ଏଥିରେ ୭ଟି କ୍ୟାବିନ, ୩ଟି ଟ୍ରଲି, ୩ଟି ଟିଣ ନିର୍ମିତ ଘର, ୧୨ଟି ବିଜ୍ଞାପନ ହୋର୍ଡିଂ ଓ ୧୦ଟି ବିଜ୍ଞାପନ ବୋର୍ଡ, ୮ଟି ବାଉଁଶ ନିର୍ମିତ ଦୋକାନ, ୧୮ଟି ବକ୍ସ ଗେଟକୁ ମାଟିରେ ମିଶାଇ ଦିଆଯାଇଛି। ସେହିପରି ନୟାପଲ୍ଲୀରେ ସ୍କ୍ବାଡ୍‌ ନଂ. ୧୩, ୧୪, ୧୫ ଓ ୧୬ ପହଞ୍ଚତ୍ ୫ଟି ଆଜବେଷ୍ଟସ୍‌ ଘର, ଦୁଇଟି କାଠ ଦୋକାନ ଓ ୨ଟି ଟିଣ ଘର ଉଚ୍ଛେଦ କରିଛି। ଅନ୍ୟପଟେ ନହରକଣ୍ଟାସ୍ଥିତ ଜୟଦେବ କଲେଜ ନିକଟରେ ଥିବା ଗ୍ଲୋବାଲ ଟାଇଲ୍ସକୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ସିଲ୍‌ କରିଦିଆଯାଇଛି। ଦେବ ପ୍ଲାଷ୍ଟିକ ଡିଷ୍ଟ୍ରିବ୍ୟୁଟରର ଟ୍ରେଡ୍‌ ଲାଇସେନ୍ସ ନ ଥିବାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri