ହାତୀ କରୁଛନ୍ତି ହନ୍ତସନ୍ତ

ଭାପୁର, ୭।୧୧(ଡି.ଏନ.ଏ.)

ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମୁହଁାଇଛନ୍ତି ହାତୀ। ଚାଷ ଜମିରେ ଗଜ ଉପଦ୍ରବ ରାତିକ ଭିତରେ ଚାଷୀଙ୍କ ବର୍ଷକର ଆଶାକୁ ଧୂଳିସାତ୍‌ କରିଦେଉଛି। ଆଖି ଆଗରେ ସୁନାର ଫସଲ ଉଜୁଡ଼ି ଯାଉଥିବାବେଳେ ବିଲ ହୁଡ଼ାରେ ନିରୂପାୟ ହୋଇ ଚାହିଁ ରହିବା ଛଡ଼ା ଅନ୍ୟ କିଛି ପନ୍ଥା ନାହିଁ। କରୋନା ମାଡ଼ରେ ଶୋଚନୀୟ ହୋଇପଡ଼ିଥିବା ଆର୍ଥିକସ୍ଥିତି ସୁଧାରିବାକୁ ଚାଷକୁ ମାଧ୍ୟମ କରିଥିଲେ ଚାଷୀ। ଧାରକରଜ କରି ସବୁ ସମ୍ବଳ ଲଗାଇଥିଲେ ଫସଲରେ। ହେଲେ ହାତୀଙ୍କ ଉତ୍ପାତ ସେମାନଙ୍କ ମୁଣ୍ଡରେ ଚଡ଼କ ପକାଇଛି।
ଢେଙ୍କାନାଳ ସଦର ବନଖଣ୍ଡ ଅଧୀନ ଭାପୁର ବନାଞ୍ଚଳ ବଣୁଆ ହାତୀଙ୍କ ନୂଆ ଠିକଣା ପାଲଟିଛି। ୧୦ବର୍ଷ ତଳେ ଏହି ଅଞ୍ଚଳ ହାତୀମୁକ୍ତ ଥିଲା। ଥରେ ଅଧେ ଅଞ୍ଚଳକୁ ପଶି ଆସୁଥିବା ହାତୀପଲ ଦିନେ ଦୁଇଦିନ ଭିତରେ ନିଜର ଆବାସସ୍ଥଳୀକୁ ଫେରିଯାଉଥିଲେ। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ଅଞ୍ଚଳର ବିସ୍ତୀନ୍ନ ଆମ୍ବ, କାଜୁ ତୋଟା, ସଂରକ୍ଷିତ ଜଙ୍ଗଲର ନିରାପଦ ଆଶ୍ରୟ ଏବଂ ଶୀତ ଦିନେ ଅଞ୍ଚଳରେ ହେଉଥିବା ପ୍ରଚୁର ଧାନ ଫସଲ ହାତୀଙ୍କୁ ଆକୃଷ୍ଟ କରୁଛି। ଫଳରେ ଦୀର୍ଘଦିନ ହେଲା ଅଞ୍ଚଳରେ ୧୨ରୁ ୧୪ ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି।
ଛଦେଶ ଅଞ୍ଚଳର ଚନ୍ଦ୍ରଶେଖରପ୍ରସାଦ, କାଳିକାପ୍ରସାଦ ମୌଜାର ଅର୍ଦ୍ଧେକ ସୀମା ମାଟିଆମୁଣ୍ଡିଆ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି। କଟକ ଜିଲା ବଡ଼ମ୍ବା ବନଖଣ୍ଡ ସୀମାବର୍ତ୍ତୀ ହୋଇଥିବାରୁ ଅବାଧରେ ଏହି ଦୁଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧରେ ହାତୀପଲ ବିଚରଣ କରୁଛନ୍ତି। ଫଳରେ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଚାଷଜମି ସେମାନଙ୍କ ଉପଦ୍ରବର ପେଣ୍ଠସ୍ଥଳୀ ପାଲଟିଛି। ଏବେ ଧାନରୁ କେଣ୍ଡା ବାହାରୁଥିବାବେଳେ ହାତୀ ଫସଲ ଖାଇଯିବା ଚାଷୀଙ୍କୁ ବେଶି ବାଧୁଛି। ଗୋବିନ୍ଦପ୍ରସାଦ, ବିମ୍ବୋଳ, ଭାଗୀରଥିପୁର, କଳାଙ୍ଗ, କୋତ୍ତମ, କୋଟବେରେଣା, କରଡ଼ାମଡ଼ା, ମହୁଲପୁଞ୍ଜି ଅଞ୍ଚଳର ଚାଷୀ ଶୀତକାକରରେ ରାତି ଅନିଦ୍ରା ରହିବା ସତ୍ତ୍ୱେ ଫସଲକୁ ସୁରକ୍ଷା ଦେଇପାରୁନାହାନ୍ତି। ସେହିପରି ଭାପୁର-ଢେଙ୍କାନାଳ ରାସ୍ତା, ଘିଟିପିରି, କଳାଙ୍ଗ, ଭାପୁର, ଚନ୍ଦ୍ରଶେଖରପ୍ରସାଦ, ମହୁଲପୁଞ୍ଜି, ଟେଣୁଆ ଗ୍ରାମାଞ୍ଚଳ ରାସ୍ତା ହାତୀଙ୍କ ଚଲାପଥ ପାଲଟିଛି। ଫଳରେ ସଞ୍ଜ ନଇଁଲେ ଯାତାୟାତ ଠପ୍‌ ହୋଇଯାଉଛି। ଜରୁରୀ କାମରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ବନ ବିଭାଗ ସହଯୋଗ ନ କରିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଉଛି।
ଏ ସମ୍ପର୍କରେ ସଦର ରେଞ୍ଜର ଧରିତ୍ରୀ ମୁର୍ମୁ କୁହନ୍ତି, ଭାପୁର ବନାଞ୍ଚଳ ଅନ୍ତର୍ଗତ ଓଡ଼ାପଡ଼ାର ତାମଣ୍ଡା ଏବଂ ଇନ୍ଦିପୁର ଅଧିକ ଦୂରରେ ଅବସ୍ଥିତ। ଫଳରେ ପୃଥକ ଅଞ୍ଚଳରେ ଏକା ସଙ୍ଗରେ ହାତୀ ଉପଦ୍ରବ କଲେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି। ତଥାପି ହାତୀଙ୍କୁ ଘଉଡ଼ାଇବାକୁ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଛି। ହାତୀ ସ୍କ୍ବାଡ୍‌ ବୁଲୁଛନ୍ତି। ସ୍ଥିତି ନିୟନ୍ତ୍ରଣରେ ରହିଛି। ଫସଲ କ୍ଷତିପୂରଣ ରାଶି ସପ୍ତାହକ ମଧ୍ୟରେ ପ୍ରଦାନ କରାଯାଉଛି। ଅଧିକ ସମସ୍ୟା ହେଲେ ରେଞ୍ଜ୍‌ ଅଫିସରୁ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଚାଷୀଙ୍କୁ ସତର୍କ ରହିବା, ହାତୀଙ୍କ ବିଚରଣ ଉପରେ ନଜର ରଖିବା ଏବଂ ବନ ବିଭାଗକୁ ଅବଗତ କରିବା ଲାଗି ପରାମର୍ଶ ଦିଆଯାଉଛି।
ସହାୟତାକୁ ଅପେକ୍ଷା
୪ମାସ ହେଲା ପରିଶ୍ରମ କରି ୧ ଏକର ଜମିରେ ଧାନ ଚାଷ କରିଥିଲି। ଧାନରୁ କେଣ୍ଡା ବାହାରିବା ସମୟ ହୋଇଥିବାରୁ ମାସେ ହେଲା ରାତି ଅନିଦ୍ରା ହୋଇ ଫସଲ ସୁରକ୍ଷା କରି ଆସୁଥିଲି। ହେଲେ ରାତିକରେ ହାତୀପଲ ସବୁ ଉଜାଡ଼ି ଦେଲେ। ଏବେ ନିରୁପାୟ ହୋଇ ସହାୟତାକୁ ଅପେକ୍ଷା କରିଛି।
-ଲୋଚନ ନାଏକ, ଟେଣୁଆ
କମିଲାଣି ଅଧା ଅମଳ
ହାତୀପଲ ବ୍ୟାପକ ଧାନ ଫସଲ କ୍ଷତି କରୁଛନ୍ତି। ସେମାନଙ୍କ ନଜରରୁ କାଜୁ ଏବଂ ଆମ୍ବ ବଗିଚା ମଧ୍ୟ ବର୍ତ୍ତୁନି। ଆମ୍ବ ବଗିଚାରେ ଦିନ ତମାମ ଡେରା ପକାଉଥିବା ହାତୀ ଦଳବଦ୍ଧ ହୋଇ ରାତିରେ ଧାନ ଜମିରେ ପ୍ରବେଶ କରୁଛନ୍ତି। ଫଳରେ ଶ୍ରମିକ କାମ କରିବାକୁ ଡରୁଛନ୍ତି। ଗତ ୨ବର୍ଷ ହେଲା କାଜୁ ଏବଂ ଆମ୍ବ ଅମଳ ଅଧା କମିଗଲାଣି।
-ଅରୁଣ ପଣ୍ଡା, ଓସ୍ତପାଳ
ସନ୍ଧ୍ୟା ପରେ ଜରୁରୀ ସେବା ବନ୍ଦ
ଗ୍ରାମାଞ୍ଚଳର ବ୍ୟସ୍ତବହୁଳ ରାସ୍ତା ହାତୀଙ୍କ ଚଲାପଥ ପାଲଟିଛି। ସନ୍ଧ୍ୟା ଗଡ଼ିଲେ ଅଞ୍ଚଳରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଯାତାୟାତ ସମେତ ଅନ୍ୟ ଜରୁରିକାଳୀନ ସେବା ବନ୍ଦ ହୋଇଯାଉଛି। ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ହାତୀଙ୍କ ଆଗମନ ଆଗାମୀ ଦିନରେ ଅଧିକ ସମସ୍ୟା ସୃଷ୍ଟି କରିବ।
-ବ୍ରହ୍ମାନନ୍ଦ ନାୟକ, କରଡ଼ାମଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri