ହାତୀ କରୁଛନ୍ତି ହନ୍ତସନ୍ତ

ଭାପୁର, ୭।୧୧(ଡି.ଏନ.ଏ.)

ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମୁହଁାଇଛନ୍ତି ହାତୀ। ଚାଷ ଜମିରେ ଗଜ ଉପଦ୍ରବ ରାତିକ ଭିତରେ ଚାଷୀଙ୍କ ବର୍ଷକର ଆଶାକୁ ଧୂଳିସାତ୍‌ କରିଦେଉଛି। ଆଖି ଆଗରେ ସୁନାର ଫସଲ ଉଜୁଡ଼ି ଯାଉଥିବାବେଳେ ବିଲ ହୁଡ଼ାରେ ନିରୂପାୟ ହୋଇ ଚାହିଁ ରହିବା ଛଡ଼ା ଅନ୍ୟ କିଛି ପନ୍ଥା ନାହିଁ। କରୋନା ମାଡ଼ରେ ଶୋଚନୀୟ ହୋଇପଡ଼ିଥିବା ଆର୍ଥିକସ୍ଥିତି ସୁଧାରିବାକୁ ଚାଷକୁ ମାଧ୍ୟମ କରିଥିଲେ ଚାଷୀ। ଧାରକରଜ କରି ସବୁ ସମ୍ବଳ ଲଗାଇଥିଲେ ଫସଲରେ। ହେଲେ ହାତୀଙ୍କ ଉତ୍ପାତ ସେମାନଙ୍କ ମୁଣ୍ଡରେ ଚଡ଼କ ପକାଇଛି।
ଢେଙ୍କାନାଳ ସଦର ବନଖଣ୍ଡ ଅଧୀନ ଭାପୁର ବନାଞ୍ଚଳ ବଣୁଆ ହାତୀଙ୍କ ନୂଆ ଠିକଣା ପାଲଟିଛି। ୧୦ବର୍ଷ ତଳେ ଏହି ଅଞ୍ଚଳ ହାତୀମୁକ୍ତ ଥିଲା। ଥରେ ଅଧେ ଅଞ୍ଚଳକୁ ପଶି ଆସୁଥିବା ହାତୀପଲ ଦିନେ ଦୁଇଦିନ ଭିତରେ ନିଜର ଆବାସସ୍ଥଳୀକୁ ଫେରିଯାଉଥିଲେ। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ଅଞ୍ଚଳର ବିସ୍ତୀନ୍ନ ଆମ୍ବ, କାଜୁ ତୋଟା, ସଂରକ୍ଷିତ ଜଙ୍ଗଲର ନିରାପଦ ଆଶ୍ରୟ ଏବଂ ଶୀତ ଦିନେ ଅଞ୍ଚଳରେ ହେଉଥିବା ପ୍ରଚୁର ଧାନ ଫସଲ ହାତୀଙ୍କୁ ଆକୃଷ୍ଟ କରୁଛି। ଫଳରେ ଦୀର୍ଘଦିନ ହେଲା ଅଞ୍ଚଳରେ ୧୨ରୁ ୧୪ ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି।
ଛଦେଶ ଅଞ୍ଚଳର ଚନ୍ଦ୍ରଶେଖରପ୍ରସାଦ, କାଳିକାପ୍ରସାଦ ମୌଜାର ଅର୍ଦ୍ଧେକ ସୀମା ମାଟିଆମୁଣ୍ଡିଆ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି। କଟକ ଜିଲା ବଡ଼ମ୍ବା ବନଖଣ୍ଡ ସୀମାବର୍ତ୍ତୀ ହୋଇଥିବାରୁ ଅବାଧରେ ଏହି ଦୁଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧରେ ହାତୀପଲ ବିଚରଣ କରୁଛନ୍ତି। ଫଳରେ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଚାଷଜମି ସେମାନଙ୍କ ଉପଦ୍ରବର ପେଣ୍ଠସ୍ଥଳୀ ପାଲଟିଛି। ଏବେ ଧାନରୁ କେଣ୍ଡା ବାହାରୁଥିବାବେଳେ ହାତୀ ଫସଲ ଖାଇଯିବା ଚାଷୀଙ୍କୁ ବେଶି ବାଧୁଛି। ଗୋବିନ୍ଦପ୍ରସାଦ, ବିମ୍ବୋଳ, ଭାଗୀରଥିପୁର, କଳାଙ୍ଗ, କୋତ୍ତମ, କୋଟବେରେଣା, କରଡ଼ାମଡ଼ା, ମହୁଲପୁଞ୍ଜି ଅଞ୍ଚଳର ଚାଷୀ ଶୀତକାକରରେ ରାତି ଅନିଦ୍ରା ରହିବା ସତ୍ତ୍ୱେ ଫସଲକୁ ସୁରକ୍ଷା ଦେଇପାରୁନାହାନ୍ତି। ସେହିପରି ଭାପୁର-ଢେଙ୍କାନାଳ ରାସ୍ତା, ଘିଟିପିରି, କଳାଙ୍ଗ, ଭାପୁର, ଚନ୍ଦ୍ରଶେଖରପ୍ରସାଦ, ମହୁଲପୁଞ୍ଜି, ଟେଣୁଆ ଗ୍ରାମାଞ୍ଚଳ ରାସ୍ତା ହାତୀଙ୍କ ଚଲାପଥ ପାଲଟିଛି। ଫଳରେ ସଞ୍ଜ ନଇଁଲେ ଯାତାୟାତ ଠପ୍‌ ହୋଇଯାଉଛି। ଜରୁରୀ କାମରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ବନ ବିଭାଗ ସହଯୋଗ ନ କରିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଉଛି।
ଏ ସମ୍ପର୍କରେ ସଦର ରେଞ୍ଜର ଧରିତ୍ରୀ ମୁର୍ମୁ କୁହନ୍ତି, ଭାପୁର ବନାଞ୍ଚଳ ଅନ୍ତର୍ଗତ ଓଡ଼ାପଡ଼ାର ତାମଣ୍ଡା ଏବଂ ଇନ୍ଦିପୁର ଅଧିକ ଦୂରରେ ଅବସ୍ଥିତ। ଫଳରେ ପୃଥକ ଅଞ୍ଚଳରେ ଏକା ସଙ୍ଗରେ ହାତୀ ଉପଦ୍ରବ କଲେ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି। ତଥାପି ହାତୀଙ୍କୁ ଘଉଡ଼ାଇବାକୁ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଛି। ହାତୀ ସ୍କ୍ବାଡ୍‌ ବୁଲୁଛନ୍ତି। ସ୍ଥିତି ନିୟନ୍ତ୍ରଣରେ ରହିଛି। ଫସଲ କ୍ଷତିପୂରଣ ରାଶି ସପ୍ତାହକ ମଧ୍ୟରେ ପ୍ରଦାନ କରାଯାଉଛି। ଅଧିକ ସମସ୍ୟା ହେଲେ ରେଞ୍ଜ୍‌ ଅଫିସରୁ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଚାଷୀଙ୍କୁ ସତର୍କ ରହିବା, ହାତୀଙ୍କ ବିଚରଣ ଉପରେ ନଜର ରଖିବା ଏବଂ ବନ ବିଭାଗକୁ ଅବଗତ କରିବା ଲାଗି ପରାମର୍ଶ ଦିଆଯାଉଛି।
ସହାୟତାକୁ ଅପେକ୍ଷା
୪ମାସ ହେଲା ପରିଶ୍ରମ କରି ୧ ଏକର ଜମିରେ ଧାନ ଚାଷ କରିଥିଲି। ଧାନରୁ କେଣ୍ଡା ବାହାରିବା ସମୟ ହୋଇଥିବାରୁ ମାସେ ହେଲା ରାତି ଅନିଦ୍ରା ହୋଇ ଫସଲ ସୁରକ୍ଷା କରି ଆସୁଥିଲି। ହେଲେ ରାତିକରେ ହାତୀପଲ ସବୁ ଉଜାଡ଼ି ଦେଲେ। ଏବେ ନିରୁପାୟ ହୋଇ ସହାୟତାକୁ ଅପେକ୍ଷା କରିଛି।
-ଲୋଚନ ନାଏକ, ଟେଣୁଆ
କମିଲାଣି ଅଧା ଅମଳ
ହାତୀପଲ ବ୍ୟାପକ ଧାନ ଫସଲ କ୍ଷତି କରୁଛନ୍ତି। ସେମାନଙ୍କ ନଜରରୁ କାଜୁ ଏବଂ ଆମ୍ବ ବଗିଚା ମଧ୍ୟ ବର୍ତ୍ତୁନି। ଆମ୍ବ ବଗିଚାରେ ଦିନ ତମାମ ଡେରା ପକାଉଥିବା ହାତୀ ଦଳବଦ୍ଧ ହୋଇ ରାତିରେ ଧାନ ଜମିରେ ପ୍ରବେଶ କରୁଛନ୍ତି। ଫଳରେ ଶ୍ରମିକ କାମ କରିବାକୁ ଡରୁଛନ୍ତି। ଗତ ୨ବର୍ଷ ହେଲା କାଜୁ ଏବଂ ଆମ୍ବ ଅମଳ ଅଧା କମିଗଲାଣି।
-ଅରୁଣ ପଣ୍ଡା, ଓସ୍ତପାଳ
ସନ୍ଧ୍ୟା ପରେ ଜରୁରୀ ସେବା ବନ୍ଦ
ଗ୍ରାମାଞ୍ଚଳର ବ୍ୟସ୍ତବହୁଳ ରାସ୍ତା ହାତୀଙ୍କ ଚଲାପଥ ପାଲଟିଛି। ସନ୍ଧ୍ୟା ଗଡ଼ିଲେ ଅଞ୍ଚଳରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଯାତାୟାତ ସମେତ ଅନ୍ୟ ଜରୁରିକାଳୀନ ସେବା ବନ୍ଦ ହୋଇଯାଉଛି। ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ହାତୀଙ୍କ ଆଗମନ ଆଗାମୀ ଦିନରେ ଅଧିକ ସମସ୍ୟା ସୃଷ୍ଟି କରିବ।
-ବ୍ରହ୍ମାନନ୍ଦ ନାୟକ, କରଡ଼ାମଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri