ଅକ୍ଟୋବରରେ ୫.୫ ଲକ୍ଷ ନିଯୁକ୍ତି କମିଲା

ନୂଆଦିଲ୍ଲୀ: କରୋନା ମହାମାରୀ ନିୟନ୍ତ୍ରଣ କରିବା ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ କଟକଣା ବର୍ତ୍ତମାନ କୋହଳ ହେଉଛି। ଫଳରେ ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଦେଶ ମଧ୍ୟରେ ରୋଜଗାରକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି। ଆର୍ଥତ୍କ ସୁଧାର ସତ୍ତ୍ୱେ ମେ ମାସ ପରେ ଅକ୍ଟୋବରରେ ପ୍ରଥମଥର ଲାଗି ରୋଜଗାର ହ୍ରାସ ହୋଇଥିବା ଜଣାପଡିଛି। ଅକ୍ଟୋବର ମାସରେ ପ୍ରାୟ ୫.୫ ଲକ୍ଷ ଚାକିରି ହ୍ରାସ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ପକ୍ଷରୁ ଜାରି ହୋଇଥିବା ଡାଟାରୁ ସାମ୍ନାକୁ ଆସିଛି।
ନଭେମ୍ବର ୧ରେ ଶେଷ ହୋଇଥିବା ଶ୍ରମ ବଜାରର ସାପ୍ତାହିକ ବିଶ୍ଳେଷଣ ଡାଟା ମୁତାବକ ଚଳିତ ବର୍ଷ ମେ ମାସରେ ଚାକିରିରେ ସୁଧାର ଧାରା ଆରମ୍ଭ ହୋଇଥିଲା। ମାତ୍ର ଅକ୍ଟୋବର ଏମିତି ଏକ ମାସ ଯେଉଁଠି ଚାକିରି ହ୍ରାସ ପରିଲକ୍ଷିତ ହୋଇଛି। ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ବେରୋଜଗାରୀ ହାର ହ୍ରାସ ଘଟି ୬.୭% ସ୍ତରକୁ ଖସି ଆସିଥିଲା। ଅକ୍ଟୋବରରେ ଏଥିରେ ଆହୁରି ସୁଧାର ପରିଲକ୍ଷିତ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏହି ମାସରେ ବେରୋଜଗାରୀ ହାର ୭%ସ୍ତର ଛୁଇଁଛି। ଅକ୍ଟୋବରରେ ସାଧାରଣତଃ ପାର୍ବଣ ମାସ ରହିଥାଏ। କିଛି ରାଜ୍ୟରେ ନିର୍ବାଚନ ସହ ଖରିଫ ଫସଲର ଏହା ମାସ ରହିଥିଲା। ମାତ୍ର ଭଲ ସମୟ ସତ୍ତ୍ୱେ ଚାକିରି କମିଥିବା ନଜରକୁ ଆସିଛି।
ରିପୋର୍ଟ ମୁତାବକ, ଦେଶର ରୋଜଗାର ହାର ୩୭.୮% ରହିଛି। ଏହା ସେପ୍ଟେମ୍ବରରେ ୩୮% ରହିଥିଲା। ଶ୍ରମ ଶକ୍ତି ଯୋଗଦାନ ହାର ହ୍ରାସ ଏବଂ ବେରୋଜଗାରୀ ହାର ବଢିବାର ସ୍ଥିତି ଉପୁଜିଛି। ଚଳିତ ବର୍ଷ ଏପ୍ରିଲରେ ନିଯୁକ୍ତି ହାର ୧୨.୨% ସ୍ତର ଛୁଇଁଥିଲା। ମେ, ଜୁନ ଏବଂ ଜୁଲାଇ ସମୟରେ ଏହା ୧୦.୪% ସ୍ତରରେ ରହିଥିଲା। ଲକଡାଉନ ପରେ ମେ ମାସରେ ୩.୧୬% ରୋଜଗାର ବଢିଥିଲା। ଏହା ଜୁନରେ ୬.୩୨ କୋଟି ଏବଂ ଜୁଲାଇରେ ୧.୫୩ କୋଟି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri