ଟ୍ରାଙ୍କୁଲାଇଜ୍‌ ବେଳେ ବନ ଅଧିକାରୀଙ୍କୁ ଶୁଣ୍ଢରେ କଚାଡ଼ିଲା ହାତୀ: ଦୁଇ ଆହତ

ନିରାକାରପୁର,୨୨ା୧୧(ଡି.ଏନ୍‌.ଏ.): ଦୀର୍ଘ ଦିନହେଲା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଭୂଷଣ୍ଡପୁର ଫରେଷ୍ଟର ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବା ସହିତ ଧନଜୀବନ ହାନି ଘଟୁଛି। ଏହାକୁ ରୋକିବା ପାଇଁ ବନ ବିଭାଗ ବିଫଳ ହେବା ପରେ ହାତୀର ଗତି ବିଧିଉପରେ ନଜର ରଖିବା ପାଇଁ ଆଜି ଭୋର୍‌ ସମୟରେ ବନ ବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଳାଇଜ କରାଯାଇଥିଲା। ଏହି ସମୟରେ ଦୁଇ ବନ ଅଧିକାରୀ ଆହତ ହୋଇଛନ୍ତି। ଭୂଷଣ୍ଡପୁର ଫରେଷ୍ଟର ସିଧୁ ଚରଣ ସିଂଙ୍କ ଛାତିରେ ହାତୀ ପାଦ ପକାଇଦେଇଥିବା ବେଳେ ଏସିଏଫ୍‌ଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଆହତ ଦୁଇ ବନ ଅଧିକାରୀଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।