ଦୁଇ ମହିଳାଙ୍କୁ ଦଳିଦେଲା ହାତୀ

ଅନୁଗୋଳ ଅଫିସ,୨୪ା୪): ଅନୁଗୋଳ ଜିଲା ବନ୍ତଳା ରେଞ୍ଜର ବଡ଼କନ୍ତକୁଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସୋମବାର ସକାଳେ ଘର ନିକଟସ୍ଥ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦୁଇ ମହିଳାଙ୍କୁ ହାତୀ ଆକ୍ରମଣ କରିବାରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଜିଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ସେହି ଗାଁର ମୁନି ପ୍ରଧାନ(୪୫) ଏବଂ ଗୌରୀ ରାଉଳ(୬୨)।

ସୂଚନାଯୋଗ୍ୟ, ଏକ ୫ ଟିକିଆ ହାତୀ ପଲ ମଧ୍ୟରୁ ୩ଟି ମାଈ ଏବଂ ଦୁଇଟି ଦନ୍ତା ହାତୀ ଥିଲେ। ଦନ୍ତା ହାତୀ ମହିଳାଙ୍କ ଜୀବନ ନେଇଥିବା ବନବିଭାଗ ପକ୍ଷରୁ ଅନୁମାନ କରାଯାଉଛି।