ଆଶା ଆଶଙ୍କାରେ ଆଶାୟୀ

ବରୀ, ୨୫। ୧୨ (ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କେବେ ହେବ ତାହାର ତାରିଖ ଘୋଷଣା ହୋଇନାହିଁ। ଏଭଳିସ୍ଥଳେ ଏହି ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଉଠିଥିବା ଆପତ୍ତି ଆଧାରରେ ହାଇକୋର୍ଟ ତାହାକୁ ପ୍ରତ୍ୟାହାର କରି ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ନିର୍ବାଚନ ପାଇଁ ତାରିଖ ଘୋଷଣା ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ହୋଇଯାଇପାରେ। ହେଲେ ନିର୍ବାଚନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୮ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବା ଆଶା କରାଯାଉଛି। ଅନ୍ୟପକ୍ଷରେ ପୂର୍ବରୁ ପ୍ରକାଶିତ ସଂରକ୍ଷଣ ବିଜ୍ଞପ୍ତି ଆଧାର କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇସାରିଥିବା ପ୍ରାର୍ଥିନୀ ଓ ପ୍ରାର୍ଥୀମାନେ ଏବେ ଆଶଙ୍କାରେ ପଡ଼ିଛନ୍ତି। ବିଶେଷକରି ଯାଜପୁର ବରୀ ବ୍ଲକର ୪ ଜିଲା ପରିଷଦ ଜୋନ (ନଂ. ୨୧,୨୨,୨୩ ଓ ୨୪) ଏବଂ ୨୯ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟା/ସଭ୍ୟ, ଓ୍ବାର୍ଡ ସଭ୍ୟା/ସଭ୍ୟ ଆସନରେ ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ଘଟିବ ତାହା ଆଶାୟୀଙ୍କୁ ବିଚଳିତ କରିଛି।
ମୁତାବକ ପଛୁଆବର୍ଗଙ୍କ ପାଇଁ ହୋଇଥିବା ସ୍ଥାନ ସଂରକ୍ଷଣରେ ବ୍ୟାପକ ପରିବର୍ତ୍ତନ ଘଟିପାରେ। ଏପରି କି ପଛୁଆବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷିତ ରହି ନ ପାରେ। କାରଣ ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ ବୋଲି ହାଇକୋର୍ଟ ଗତ ବୁଧବାର ରାୟ ଦେଇଥିଲେ। କାରଣ ଅନ୍ୟ କେତେକ ରାଜ୍ୟର ମାମଲାରେ ସୁପ୍ରିମ୍‌କୋର୍ଟ ଗତ ୧୭ ତାରିଖରେ ରାୟ ଦେଇଥିଲେ ଯେ, କୌଣସି ଅଞ୍ଚଳରେ ଯଦି ପଛୁଆବର୍ଗଙ୍କ ଜନସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ତାହାହେଲେ ସେଠାରେ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଅଣସରଂକ୍ଷିତ ରହିବ। ସୁପ୍ରିମ୍‌କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟ ଗୁରୁତ୍ୱ ଦେଇଥିବାରୁ ରାଜ୍ୟ ସରକାର ଏବେ ସଂରକ୍ଷଣ ତାଲିକାକୁ ସଂଶୋଧନ କରି ସାନି ବିଜ୍ଞପ୍ତି ପ୍ରକାଶ କରିବେ। ଏହାପରେ ପଛୁଆବର୍ଗ ଆଶାୟୀଙ୍କ ପାଇଁ ଚିନ୍ତା ବଢ଼ିଯାଇଥିବାବେଳେ ଅନ୍ୟମାନେ ମଧ୍ୟ ସଂରକ୍ଷଣ ତାଲିକା ବଦଳିବା ନେଇ ନାନା ଆଶା ଆଶଙ୍କାରେ ରହିଛନ୍ତି। ଏହାକୁ ନେଇ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଳମ୍ବ ହେବା ମଧ୍ୟ ସ୍ବାଭାବିକ, ଯାହାକୁ ନେଇ ରାଜନୈତିକ ଦଳଗୁଡ଼ିକ ପାଇଁ ଅଡ଼ୁଆ ବଢ଼ିଯାଇଛି। ଏବେ ସମସ୍ତଙ୍କ ଅପେକ୍ଷା ସଂଶୋଧିତ ଚୂଡ଼ାନ୍ତ ସରଂକ୍ଷଣ ତାଲିକାକୁ, ଯାହାକୁ ରାଜ୍ୟ ସରକାର ଆସନ୍ତା ୭ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri