Posted inଜାତୀୟ

ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି

ବାଷ୍ଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସେଠାର ଏକ କାର୍ଯ୍ୟକ୍ରମରେ ଭାରତର ନିର୍ବାଚନ କମିଶନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ର ନିର୍ବାଚନରେ ମତଦାନ ସଂଖ୍ୟାକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ନିର୍ବାଚନ କମିଶନ ସାଲିସ୍‌ କରିଥିବା କହିଛନ୍ତି। ବିଦେଶ ମାଟିରେ ତାଙ୍କର ଏଭଳି ଅଭିଯୋଗକୁ ନେଇ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କୁ ଦେଶଦ୍ରୋହୀ କହିଛି।
ରବିବାର ବୋଷ୍ଟନ୍‌ରେ ଏକ କାର୍ଯ୍ୟକ୍ରମରେ ରାହୁଲ କହିଥିଲେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଯେତିକି ଲୋକ ଭୋଟ ଦେଇଛନ୍ତି, ତାହା ରାଜ୍ୟର ବୟସ୍କମାନଙ୍କ ସଂଖ୍ୟାଠାରୁ ଅଧିକ। ନିର୍ବାଚନ ଦିନ ଅପରାହ୍ନ ୫ଟା ୩୦ ସୁଦ୍ଧା ୬୫ ଲକ୍ଷ ଭୋଟର ମତଦାନ କରିଥିବା ନିର୍ବାଚନ କମିଶନ ତଥ୍ୟ ଦେଇଥିଲେ। ତେବେ ଏହା ବାସ୍ତବତା ଦୃଷ୍ଟିରୁ ଅସମ୍ଭବ। କାରଣ ଜଣେ ଭୋଟର ଭୋଟ ଦେବା ପାଇଁ ୩ ମିନିଟ୍‌ ସମୟ ଲାଗିବ। ତାହା ହୋଇଥିଲେ ଏତେସଂଖ୍ୟାରେ ମତଦାନ ପାଇଁ ରାତି ୨ଟା ପର୍ଯ୍ୟନ୍ତ ଭୋଟରମାନଙ୍କୁ ଲାଇନ୍‌ରେ ଛିଡ଼ାହେବାକୁ ପଡ଼ିଥାନ୍ତା, ଯାହା ହୋଇନାହିଁ। ମତଦାନ ବେଳର ଭିଡିଓଗ୍ରାଫି ଦେବାକୁ ନିର୍ବାଚନ କମିଶନ ମନା କରିଦେଇ ସେଥିପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଆଇନରେ ପରିବର୍ତ୍ତନ କରାଇଥିବା ରାହୁଲ କହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି ଓ ବ୍ୟବସ୍ଥାରେ ତ୍ରୁଟି ରହିଛି, ଯାହାକୁ ମୁଁ ଅନେକ ବାର କହିଆସୁଛି କଂଗ୍ରେସ ନେତା କହିଛନ୍ତି।
ରାହୁଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଭାଜପା ଏମ୍‌ପି ତଥା ଦଳର ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର କହିଛନ୍ତି, ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଯୋଗୁ କ୍ଷୁବ୍ଧ ଥିବା ରାହୁଲ ବିଦେଶରେ ନିର୍ବାଚନ କମିଶନଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ବିଦେଶ ମାଟିରେ ଦେଶର ଅନୁଷ୍ଠାନକୁ ରାହୁଲ ଅପମାନିତ କରିଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ ରାହୁଲ ଓ ତାଙ୍କ ମାଆ ସୋନିଆଙ୍କୁ ସମ୍ପତ୍ତି ହେରଫେର ମାମଲାରେ ଜେଲ ପଠାଯିବ ବୋଲି ଭାଜପା କହିଛି। ରାହୁଲ ଯେତେବେଳେ ବିଦେଶ ଯାଉଛନ୍ତି, ଭାରତ ଓ ଏହାର ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଘୃଣିତ ଚିନ୍ତାଧାରା ଶେୟାର କରିବାକୁ ଭୁଲୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ଡ୍ରୋନ ସର୍ଭେ ଦ୍ୱାରା ଜଙ୍ଗଲ ନିଆଁ ଚିହ୍ନଟ, ରାତିସାରା ଅକ୍ଲାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ

ପାଟଣା,୧୪।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ ଅଟେଈ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତି ୨ଟାରେ ଲାଗିଥିବା ନିଆଁକୁ ବନବିଭାଗ କର୍ମଚାରୀ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ହତ୍ୟା କରି ପାଣିଟାଙ୍କି ଉପରେ ଲୁଚିଥିବା ଅଭିଯୁକ୍ତ ପିଇଦେଲେ ବିଷ, ତା’ପରେ…

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri