ବଡ଼ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି,୯।୨ (ଡି.ଏନ୍‌.ଏ.): ପୁଅ ପରି ମଧ୍ୟ ଜଣେ ଝିଅ ସବୁ କିଛି ଦାୟିତ୍ୱ ସୂଚାରୁରୂପେ ତୁଲାଇପାରେ। ଉଡାଜାହାଜରେ ଆକାଶରେ ଉଡିବାଠାରୁ ଆରମ୍ଭ କରି ପାଣିରେ ପହଁରିବା ପର୍ଯ୍ୟନ୍ତ ସବୁ ଅସମ୍ଭବକୁ ସମ୍ଭବ କରିପାରେ ଝିଅ। ଏପରି ଏକ ନଜିର ସୋମବାର ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଝିଅ ସଂଯୁକ୍ତା ବାପାଙ୍କ ମୃତଦେହକୁ କାନ୍ଧରେ ଶ୍ମଶାନକୁ ବୋହିନେଇ ମୁଖାଗ୍ନି ଦେଇଛନ୍ତି। ତାଙ୍କର ଏପରି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳିଛି। ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପ୍ରଧାନିଗୁଡା ଗ୍ରାମର ସତ୍ୟ ନାରାୟଣ ନାୟକ (୫୫)ଙ୍କ ରବିବାର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କର ପୁଅ ନ ଥିଲେ। ମୃତକଙ୍କୁ କିଏ ମୁଖାଗ୍ନି ଦେବେ ସେନେଇ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ବଡପୁଅ ମୁଖାଗ୍ନି ଦେବାର ପରମ୍ପରା ଆମର ରହିଛି। ମୃତ୍ୟୁ ପରେ ପୁଅ ପିଣ୍ଡପାଣି ଦେବ ଏହି ପାରମ୍ପରିକ ଚିନ୍ତାଧାରାରେ ବଡଝିଅ ସଂଯୁକ୍ତା ପୂର୍ଣ୍ଣଚ୍ଛେଦ ପକାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ବାପାଙ୍କ ମୃତଦେହକୁ କାନ୍ଧରେ ମଶାଣିକୁ ବୋହି ନେଇଥିଲେ। ସେଠାରେ ଅନ୍ୟ ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ସଂଯୁକ୍ତା ମୁଖାଗ୍ନି ଦେଇଥିଲେ। ସୂଚନାଯୋଗ୍ୟ ସତ୍ୟ ନାରାୟଣ ଜଣେ ଅଟୋଚାଳକ ଥିଲେ। ଅଟୋ ଚଳାଇ ସେ ପରିବାର ଚଳାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ବୁଲିଲେ

ବନ୍ତ,୨୬।୨(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅଧୀନ ମଙ୍ଗୁଲି ଗ୍ରାମର ସମସ୍ତ ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦକଙ୍କ ସମେତ ସଦସ୍ୟ ବୁଧବାର ମଦବିରୋଧୀ...

ଭୋର ୪ଟାରେ କଟକରେ ପହଞ୍ଚିଲେ ୫-ଟି ସଚିବ: ଖାନନଗରକୁ ଘୁଞ୍ଚିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

କଟକ ଅଫିସ୍‌,୧୦ା୩: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ କଟକ ବାଦାମବାଡ଼ିରେ ପହଞ୍ଚିଥିଲେ । ବାଦାମବାଡ଼ି ବସ୍‌ଷ୍ଟାଣ୍ଡର...

କରୋନା ଚିନ୍ତା: ବ୍ରହ୍ମପୁରରେ ଫୁଲରେ ହୋଲି ଖେଳିଲେ ଦିବ୍ୟାଙ୍ଗ ଛାତ୍ରୀ

ବ୍ରହ୍ମପୁର ଅଫିସ,୧୦ା୩- ଭାରତରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ଓ ସଚେତନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ...

ଖଜୁରିପଡାରେ କାଳବୈଶାଖୀ ତାଣ୍ଡବ

ଖଜୁରିପଡ଼ା/ବଲସକୁମ୍ପା,୧୬ା୫(ଡି.ଏନ.ଏ.)- ଖଜୁରିପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୂତିପଡା ଓ ବଲସକୁମ୍ପା ପଞ୍ଚାୟତରେ ବାରପୁଲିୟା ଠାରୁ ପାକନା...

ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଛେଦ କରାଯାଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୨ା୧୦: ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧କୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏହି ଅଧିନିୟମରୁ ଗୋବର୍ଦ୍ଧନ ମଠକୁ ବାଦ୍‌ ଦିଆଯାଇଛି। ଏଣିକି ଏହି...

କଲରାପତରିଆ ବାଘ ଚମଡ଼ା ଜବତ, ବାବା ଗିରଫ

ପରଜଙ୍ଗ,୨୪।୫(ଡି.ଏନ.ଏ.) : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧୀନ କୁଲେଇସ୍ଥିତ ବାବା ତାଳେଶ୍ୱର ଶିବମନ୍ଦିରରୁ ଗୁରୁବାର ବନ ବିଭାଗ ଏକ କଲରାପତିରିଆ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାଜେଲ ଗଲେ ଗ୍ରାସୀମର ପୂର୍ବତନ ସୁରକ୍ଷା ଅଧିକାରୀ

ଛତ୍ରପୁର/ଗଞ୍ଜାମ, ୬ା୮(ଡି.ଏନ.ଏ.)-ଗଞ୍ଜାମ ଥାନା ଅଞ୍ଚଳରେ କାମ ଦେବା ନାଁରେ ଜଣେ ମହିଳାଙ୍କୁ ବଳାକତ୍ାର ଉଦ୍ୟମ କରିବା ଘଟଣାର ଅଭିଯୁକ୍ତ ତଥା ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ର ପୁର୍ବତନ ମୁଖ୍ୟ...

କଣ୍ଟେନମେଣ୍ଟ ଜୋନରେ ରହଣିଆ ପଞ୍ଚାୟତ

ଭଣ୍ଡାରିପୋଖରୀ, ୭ା୮(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଣିଗାଡ଼ିଆ ଗ୍ରାମରୁ ତିନି ଦିନ ପୂର୍ବେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ...

Advertisement


Archives

Model This Week

Why Dharitri