ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହୃଦୟକୁ ଛୁଇଁଯାଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଏ ଯେ, ଭାଇଟିଏ ତା’ ଭାଇକୁ ସୁଖରେ ଦୁଃଖରେ ଭଲରେ ମନ୍ଦରେ ସବୁଥିରେ ସମର୍ଥନ କରେ। ଭାଇରାଲ ହେଉଥିବା ଏହି ଭିଡିଓରେ, ଦେଖିବାକୁ ମିଳିଛି ଯେ, ଜଣେ ଭାଇ ତାଙ୍କ ସାନଭାଇକୁ ଚଟାଣରେ ପଡ଼ିବାରୁ କିପରି ରକ୍ଷା କରୁଛନ୍ତି। ସୋଫା ଉପରୁ ସାନ ଭାଇ ପଡ଼ି ଯାଉଥିବା ବେଳେ ବଡ଼ ଭାଇ ଚାହୁଁଚାହୁଁ ଅଧ ସେକେଣ୍ଡରେ ତାର ସର୍ଟକୁ ଭିଡି ଧରୁଛନ୍ତି। ପରେ ଧିରେ ପଡ଼ିବା ପରେ କାନ୍ଦିବାରୁ ଭଡ଼ଭାଇ ତାକୁ ଉଠାଇ ମୁଣ୍ଡ ଆଉଁସି ଦେଉଛି। ଭିଡିଓକୁ ବୁଟେନ ଗେବିଡେନ ଟୁଇଟରର ଆକାଉଣ୍ଟରୁ ଶେୟାର କରାଯାଇଛିି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
This little boy quickly saved his baby sister from falling off the couch.. 🙏 pic.twitter.com/nu2DIV5Pgm
— Buitengebieden (@buitengebieden) September 1, 2022