ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସେହିଭଳି ମଙ୍ଗଳବାର ସରସ୍ବତୀ ପୂଜା ଯୋଗୁ ମଧ୍ୟ ସ୍କୁଲ୍‌ ବନ୍ଦ ରହିବ। ଏନେଇ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏଥିସହ ଭାରତ ବନ୍ଦ ପାଇଁ

ସୋମବାର ଉଚ୍ଚ ଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ ଓ ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ/ବୃତ୍ତିଗତ ଶିକ୍ଷାନୁଷ୍ଠାନ, ଆଇଟିଆଇ ଓ ପଲିଟେକ୍‌ନିକ୍‌ ମଧ୍ୟ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କରୋନା ଯୋଗୁ ମାର୍ଚ୍ଚରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଏବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିଥିବାବେଳେ ୟୁଜି ଦ୍ୱିତୀୟ ଓ ତୃତୀୟ ଏବଂ ପିଜି ପିଲାଙ୍କ ପାଇଁ ପାଠପଢ଼ା ଚାଲିଛି।