ବିଦ୍ୟାଳୟ ରାସ୍ତାରେ ବାଡ଼, ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ

ବାଲିକୁଦା,୨୩ା୯ (ତାପସ ସ୍ବାଇଁ): ବାଲିକୁଦା ବ୍ଲକ ଶିକ୍ଷା ଅଧୀନରେ ଥିବା ଅନନ୍ତପୁର ପଞ୍ଚାୟତ କେଉପଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାତାୟାତ କରିବା କଷ୍ଠକର ହେଉଛି। ମୁଖ୍ୟ ରାସ୍ତାକୁ ସେହି ଗ୍ରାମର ଦେବେନ୍ଦ୍ର ସେଠୀ ଓ ଟୁକୁନା ସେଠୀ ଜବରଦଖଲ ପୂର୍ବକ ରାସ୍ତାରେ ବାଡ଼ ପୋତିଛନ୍ତି। ଫଳରେ ବିଦ୍ୟାଳୟର ଛାତ୍ରୀଛାତ୍ର ରାସ୍ତା ଉପରେ ବସିଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ୨୬ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯାଜନିକା ସାହୁ ଓ ସହକାରୀ ଶିକ୍ଷକ ଭାବେ ପରୀକ୍ଷିତ ପ୍ରଧାନ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥାନ୍ତି। ବିଦ୍ୟାଳୟକୁ ଆସିବା ସମୟରେ ରାସ୍ତାରେ ବାଉଁଶ ବାଡ଼ ଦିଆଯାଇଥିବା ପିଲା ଦେଖିବାକୁ ପାଇଥିଲେ। ଶିକ୍ଷକ ଏଣୁ ଉକ୍ତ କାରଣ ସମ୍ପର୍କରେ ପଚାରିବାରୁ ଉକ୍ତ ଗ୍ରାମର ଦେବେନ୍ଦ୍ର, ତାଙ୍କ ଭାଇ ଟୁକୁନା ସେଠୀ ସେହି ଜାଗାଟି ଆମର ଓ ସରକାର ଏହାର କାଗଜପତ୍ର ଆମ ନାମରେ କରିଛନ୍ତି। ଏଣୁ ଆମେ ଉକ୍ତ ରାସ୍ତାକୁ ଅବରୋଧ କରିଛୁ। ଯଦି କେହି ଉକ୍ତ ବାଡକୁ ଭାଙ୍ଗିବାକୁ ଚେଷ୍ଟା କରେ ତେବେ ତା’ ନାମରେ ଆମେ ଥାନାରେ ଅଭିଯୋଗ କରିବୁ ବୋଲି ଧମକାଇ ଥିଲେ। ଏପରିକି ଉକ୍ତ ରାସ୍ତାର ଗତିବିଧି ଲକ୍ଷ୍ୟ ରଖିବା ପାଇଁ ଏକ ସିସିଟିଭି କ୍ୟାମେରା ଲଗାଇ ଘରେ ବସି ଏହାର ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।
ଗ୍ରାମବାସୀଙ୍କ ସୂଚନା ମୁତାବକ, ଉକ୍ତ ଜମିଟି ଝୁଡି ଜଙ୍ଗଲ ହୋଇଥିବା ବେଳେ ଏମାନଙ୍କୁ ଲିଜ୍‌ ସୂତ୍ରରେ ତହସିଲ ପକ୍ଷରୁ ଦିଆଯାଇଥିଲା। ଯାହାର ଅବିଧି ଶେଷ ହୋଇଥିଲେ ସୁଦ୍ଧା ସେମାନେ ବଳପୂର୍ବକ ଏହାକୁ ଜବରଦଖଲ କରିବାକୁ ଚେଷ୍ଟା କରୁଛନ୍ତି। ବିଦ୍ୟାଳୟ ଆରମ୍ଭରୁ ଛାତ୍ରୀଛାତ୍ର ଓ ଶିକ୍ଷକ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ। ଆଜିର ଘଟଣା ପିଲାମାନଙ୍କୁ ରାସ୍ତା ଉପରେ ଠିଆ କରାଇଛି। ଏଣୁ ସରକାର ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ରାସ୍ତା ବନ୍ଦ ହୋଇଯିବା ପରେ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ରାସ୍ତା ଉପରେ ଏକ ଜରି ପାଲ ପକାଇ ଶିକ୍ଷା ପ୍ରଦାନ କରିଥିବା େ ମଧ୍ୟାହ୍ନ ଭୋଜନ ନ ପାଇ ପିଲା ଭୋକରେ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସିଆର୍‌ସିସି ବଙ୍ଗେଶ୍ୱର ସ୍ବାଇଁଙ୍କୁ ପଚାରିବାରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ ବିଇଓଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ଏକ ଚିଠି ନେଇ ଅଫିସ କାର୍ଯ୍ୟାଳୟରେ ଦିଆଯାଇଛି। ଏବିଡିଓ ସଞ୍ଜୟ କୁମାର ଦାସଙ୍କୁ ପଚାରିବାରେ ବିଇଓଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ ପାଇଁ ବ୍ୟବସ୍ଥା କରୁଛି। ହେଲେ କଥା ଉଠୁଛି ଜଣେ ବ୍ୟକ୍ତି ସରକାରଙ୍କ ସମ୍ପତ୍ତିକୁ ଜବରଦଖଲ କରିଥିବା ବେଳେ କୋମଳମତି ପିଲା ରାଜରାସ୍ତାରେ ଠିଆ ହୋଇଥିବା ଦୃଶ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ସମ୍ମୁଖକୁ ଆଣିଛି। କିଭଳି ବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ବୋଲି ଦାବି କରିଛନ୍ତି ଗ୍ରାମବାସୀ। ସକାଳ ୧୦ଟାରୁ ଘଟଣା ଘଟିଥିବା ବେଳେ ଅତିରିକ୍ତ ତହସିଲଦାର ବିରଜା ପ୍ରସାଦ ରାୟ, ଅନନ୍ତପୁର ଫାଣ୍ଡି ଅଧିକାରୀ ବୈକୁଣ୍ଠନାଥ ଘଡ଼େଇଙ୍କୁ ନେଇ ଘଟଣାସ୍ଥଳରେ ସା ୭ ଟାରେ ପହଞ୍ଚତ୍ ଅବରୋଧକାରୀଙ୍କ ଘରକୁ ଯାଇ କାଗଜପତ୍ର ମାଗିଥିଲେ। ଏହାର କାଗଜପତ୍ର ମାଗିବା ସହ କ’ଣ ପାଇଁ ଅବରୋଧ କଲ ବୋଲି ଚେତାବନୀ ଦେଇଥିଲେ। ଶନିବାର ଉକ୍ତ ବାଡ଼କୁ ଉଚ୍ଛେଦ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଧିକାରୀଙ୍କୁ ଜଣାଇଛନ୍ତି। ଗ୍ରାମବାସୀ ତହସିଲଦାରଙ୍କ ବିଳମ୍ବରେ ଉପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri