Posted inରାଜ୍ୟ

୭ ଯୋଡ଼ା ଟ୍ରେନ୍‌ର ପୁନଃ ପ୍ରଚଳନ

ଭୁବନେଶ୍ୱର,୩୦।୬: ଲକ୍‌ଡାଉନ ସମୟରେ ବାତିଲ ହୋଇଥିବା କିଛି ଟ୍ରେନ୍‌ ପୁନଃ ପ୍ରଚଳନ ପାଇଁ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳପଥର ୪ ଯୋଡ଼ା ଟ୍ରେନ୍‌ ପୁନଃ ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହା ଅଧୀନରେ ୭ ଯୋଡ଼ା ଟ୍ରେନକୁ ପୁନଃ ପ୍ରଚଳନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି।

ଉକ୍ତ ଟ୍ରେନ୍‌ଗୁଡିକ ହେଉଛି ପୁରୀ-ସାଇନାଗର ଶିରିଡ଼ି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ, ବିଶାଖାପଟନମ୍‌-କୋରାପୁଟ-ବିଶାଖାପଟନମ୍‌ ଇଣ୍ଟରସିଟି, ବିଶାଖାପଟନମ୍‌-ବ୍ରହ୍ମପୁର-ବିଶାଖାପଟନମ ଏକ୍ସପ୍ରେସ, କଟକ-ପଲାସା-କଟକ ସ୍ପେଶାଲ୍‌ ଏବଂ ପୁରୀ-ତାଳଚେର-ପୁରୀ ମେମୁ ସ୍ପେଶାଲର ନାମ ରହିଛି।
୧୮୪୧୪-୧୩ ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ ୨୭ଜୁନଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। ଏହା ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡୁଥିବାବେଳେ ପାରାଦୀପରୁ ସା ୬ ଘଟିକାରେ ଛାଡୁଛି। ୦୮୪୩୮-୩୭ କଟକ-ଭଦ୍ରକ-କଟକ ସ୍ପେଶାଲ୍‌ ୨୭ ଜୁନଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। କଟକରୁ ଏହି ଟ୍ରେନ୍‌ ପୂର୍ବାହ୍ନ ୧୧ଘ.୫୫ମି.ରେ ଏବଂ ଭଦ୍ରକରୁ ଅପରାହ୍ନ ୩ଘ.୩୦ମି.ରେ ଛାଡୁଛି। ୧୮୫୧୨-୧୧ ବିଶାଖାପଟନମ୍‌-କୋରାପୁଟ-ବିଶାଖାପଟନମ୍‌ ଇଣ୍ଟର ସିଟି ଏକ୍ସପ୍ରେସ ଜୁଲାଇ ୧ରୁ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଅପରାହ୍ନ ୨ଘ.୫୦ମି.ରେ ବିଶାଖାପାଟଣା ଠାରୁ ଛାଡିବାକୁ ଥିବାବେଳେ ଏହା ଜୁଲାଇ ୨ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ସକାଳ ୫ଘ.୨୫ମି.ରେ କୋରାପୁଟଠାରୁ ଛାଡିବ। ୧୮୫୨୬-୨୫ ବିଶାଖାପଟନମ୍‌-ବ୍ରହ୍ମପୁର-ବିଶାଖାପାଟନମ୍‌ ଏକ୍ସପ୍ରେସ ଜୁଲାଇ ୧୪ଠାରୁ ବିଶାଖାପାଟଣାରୁ ଅପରାହ୍ନ ୩ ଘଟିକାରେ ଛାଡିବାକୁ ଥିବାବେଳେ ଜୁଲାଇ ୧୫ଠାରୁ ବ୍ରହ୍ମପୁରରୁ ପୂର୍ବାହ୍ନ ୦୯ଘ.୪୫ମି.ରେ ଛାଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri