ଇ-ଯାନ ସମସ୍ୟା

ଓଡ଼ିଶା ସରକାର ଇଲେକ୍‌ଟ୍ରିକ ଭେହିକିଲ ବା ବୈଦ୍ୟୁତିକ ଯାନ (ଇଭି) ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବା ଲାଗି ରିହାତି ହାର ବୃଦ୍ଧି କରିବାକୁ ନିକଟରେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଛନ୍ତି। ଇ-ଭେହିକିଲ ପଲିସି ବା ବୈଦ୍ୟୁତିକ ଯାନ ନୀତି ୨୦୨୧କୁ ଫଳପ୍ରଦ କରିବା ଲାଗି ସରକାରଙ୍କର ଏହି ପଦକ୍ଷେପ ଅନେକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ,୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ବୈଦ୍ୟୁତିକ ଯାନ ପଞ୍ଜୀକରଣ ଲକ୍ଷ୍ୟ ନେଇ ଏହି ନୀତିକୁ ସରକାର ସେପ୍ଟେମ୍ବର ୨୦୨୧ରେ ଲାଗୁ କରିଥିଲେ। ଉକ୍ତ ନୀତିରେ ବିଭିନ୍ନ ବର୍ଗର ଉପଭୋକ୍ତା ଓ ଗାଡ଼ି ନିର୍ମାତାଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି। ସେହିପରି ଜାତୀୟ ସ୍ତରରେ ନୀତି ଆୟୋଗ କହିଛନ୍ତି , ଇ-ଯାନ କ୍ଷେତ୍ରରେ ୨୦୩୦ ସୁଦ୍ଧା ଭାରତରେ ୮୦% ଦୁଇଚକିଆ ଯାନ, ୪୦% ବସ୍‌ ଏବଂ ୩୦-୭୦% କାର୍‌ ଗଡ଼ିବ। ନୀତି ଆୟୋଗ ହୁଅନ୍ତୁ କିମ୍ବା ରାଜ୍ୟ ସରକାର, ଭାବୁଛନ୍ତି ଯେ, ଇ-ଯାନକୁ ପ୍ରୋତ୍ସାହନ ଦେଲେ ଜୀବାଶ୍ମ ଇନ୍ଧନ ଦ୍ୱାରା ନିର୍ଗମନ ହେଉଥିବା କାର୍ବନ ମନୋକ୍ସାଇଡ୍‌ ହ୍ରାସ ହେବା ସହ ପ୍ରଦୂଷଣ ରୋକିବାରେ ପ୍ରମୁଖ ଭୂମିକା ନେବ। ହେଲେ ଇ-ଯାନ କିଣିବା ସାଧାରଣ ଭାରତୀୟ ପାଇଁ କଷ୍ଟକର। ମଧ୍ୟବିତ୍ତ ପରିବାର ପାଖରେ ସାଧାରଣତଃ ଗୋଟିଏ ଗାଡ଼ି ଥାଏ। ଆଜି ପର୍ଯ୍ୟନ୍ତ ସେହି ଗାଡ଼ି ଜୀବାଶ୍ମ ଇନ୍ଧନ( ଫସିଲ ଫୁଏଲ) ଦ୍ୱାରା ପରିଚାଳିତ ହୋଇଆସୁଛି। ଦଶବର୍ଷିଆ ନିୟମକୁ ମାନିବା ପାଇଁ ଇଚ୍ଛୁକ ନାଗରିକ ତାଙ୍କର ଗାଡ଼ି ବିକ୍ରି କରିବାକୁ ଚାହିଁଲେ କିିଣିବା ପାଇଁ କେହି ନାହାନ୍ତି। ଯଦି ଗ୍ରାହକ ମିଳୁଛି ତେବେ ନିହାତି କମ୍‌ ଦରରେ ନେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ବିକ୍ରି ଅର୍ଥକୁ ବ୍ୟାଙ୍କରେ ଋଣ ପାଇଁ ଦେଇ ନୂଆ ଗାଡ଼ି କିଣୁଥିବା ବ୍ୟକ୍ତି ସେହି ସୁବିଧା ହାସଲ କରିବାରୁ ବଞ୍ଚିତ ହୋଇପାରନ୍ତି। ଅର୍ଥାତ୍‌ ମୂଳ ଜମା ପରିମାଣ ପହଞ୍ଚିବା ପାଇଁ ଗାଡ଼ି ବିକ୍ରି କଲାପରେ ନିଜ ହାତରୁ ଅର୍ଥ ଯୋଡ଼ି ବ୍ୟାଙ୍କରେ ଦେବାକୁ ପଡ଼ିବ। ଏହା ବ୍ୟତୀତ ଆଜି ପର୍ଯ୍ୟନ୍ତ ଭାରତକୁ ଆସୁଥିବା ପ୍ରାୟ ସବୁ ଇ-ଯାନ ଚାଇନା ନିର୍ମିତ ହୋଇଥିବାରୁ ସେଗୁଡ଼ିକରେ ନିଆଁ ଲାଗିଯିବା ଭଳି ଅନ୍ୟସବୁ ବିପଦ କ୍ରମଶଃ ଜଣାପଡ଼ିବ। ତତ୍‌ସହିତ ଏହିସବୁ ଗାଡ଼ିର ଚାର୍ଜିଂ କରାଇବା ପାଇଁ ଭିନ୍ନ ପ୍ରକାର ଯନ୍ତ୍ରପାତି ବ୍ୟବହୃତ ହେଉଥିବାରୁ ଜଣେ ଇ-ଗାଡ଼ି ମାଲିକ ଦୂର ବାଟ ଯିବା ପାଇଁ ଭୟ କରିବେ। କାରଣ ରାସ୍ତାରେ ଚାର୍ଜିଂ ଷ୍ଟେଶନ ଆରମ୍ଭ ହୋଇନାହିଁ। ଆର୍ଥିକ ସମସ୍ୟା ବ୍ୟତୀତ ଆମକୁ ମନେରଖିବାକୁ ହେବ ଯେ, ଇ-ଯାନ ବ୍ୟବହାର କରିବାକୁ ହେଲେ ଗାଡ଼ି ବ୍ୟାଟେରିକୁ ଚାର୍ଜିଂ କରିବାକୁ ପଡ଼ିଥାଏ। ସେହି ଚାର୍ଜିଂ ପାଇଁ ବିଦ୍ୟୁତ୍‌ ଶକ୍ତିର ପ୍ରୟୋଜନ ପଡ଼ୁଛି। ଯେତେବେଳେ ଗାଡ଼ିର ସଂଖ୍ୟା ବଢ଼ିବ ସେତେବେଳେ ଅଧିକ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବାକୁ ହେବ। ମନେରଖିବାକୁ ହେବ ଯେ,ଭାରତରେ ଅଧାରୁ ଅଧିକ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଏବେ କୋଇଲା ଉପରେ ନିର୍ଭରଶୀଳ। ଏଣୁ ଅଧିକ ଚାହିଦା ହେଲେ ଅଧିକ କୋଇଲା ପୋଡ଼ି ବିଦ୍ୟୁତ୍‌ ଉତ୍ପାଦନ କରାଯିବ। ସେଥିପାଇଁ ପେଟ୍ରୋଲ ଏବଂ ଡିଜେଲକୁ ବାଦ୍‌ ପକାଇଲେ କୋଇଲା ଧୂଆଁ ଏବଂ ପାଉଁଶରେ ଆମ ଦେଶର ଅନେକ ଅଂଶ ଅନୁଗୋଳ ଜିଲା ଭଳି ‘ଆଶ୍‌-ପଣ୍ଡ’ରେ ବୁଡ଼ିଯିବେ। ଏଥିରୁ ବୁଝିବାକୁ ହେବ ଯେ,ଇ-ଯାନ ପଛରେ ଧାଇଁଲେ ସମସ୍ୟାର ଦୀର୍ଘମିଆଦୀ ସମାଧାନ ହେବ ନାହିଁ।
ତଥାପି ଇ-ଯାନ ପାଇଁ ସମସ୍ତଙ୍କ ମନରେ ପ୍ରବଳ ଇଚ୍ଛା ଏବଂ ନୀତିନିର୍ଦ୍ଧାରକମାନଙ୍କର ନିଶା ଭାରତକୁ ଏକ ନୂଆ ବିପଦ ଆଡ଼େ ଟାଣି ନେଇପାରେ। ଏଭଳି ପରିସ୍ଥିତିକୁ ବୁଝିପାରିଥିବାରୁ ବାଜ୍ରିଲ ଭଳି ଦେଶ ତାହାର ସବୁଗାଡ଼ିକୁ ଇଥାନଲରେ ଚଳାଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ଆଣବିକ ବିଦ୍ୟୁତ୍‌ କେନ୍ଦ୍ର ଥିବାରୁ କୋଇଲାଜନିତ ପ୍ରଦୂଷଣ ହେଉନାହିଁ। ସରକାର ଇ-ଯାନ ଗାଡ଼ି ନିର୍ମାତାଙ୍କ ଚାପରେ କିଛି ରିହାତି ଯାଚି ଦେଉଛନ୍ତି। କିନ୍ତୁ ଏହି ପରିବର୍ତ୍ତନ ଦ୍ୱାରା ଭବିଷ୍ୟତରେ ନୂତନ ପ୍ରକାର ସମସ୍ୟା ସୃଷ୍ଟିହେବାର ସବୁ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri