ମାସେ ବଢ଼ିଲା ଇ-ଇପିକ୍‌ ଡାଉନ୍‌ଲୋଡ୍‌ ଅବଧି

ଭୁବନେଶ୍ୱର,୧ା୨(ବ୍ୟୁରୋ): ଭାରତର ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସରେ ନୂଆ ମତଦାତାଙ୍କ ପାଇଁ ଇଲେକ୍‌ଟ୍ରୋନିକ୍ସ ଭୋଟର ପରିଚୟପତ୍ର(ଇ-ଇପିକ୍‌)ର ଶୁଭାରମ୍ଭ କରିଥିଲେ। ଏହା ଏକ ଡିଜିଟାଲ ଭୋଟର ପରିଚୟ ହୋଇଥିବାରୁ ସେମାନେ ଏହାକୁ ଭୋଟର ହେଲ୍ପଲାଇନ ମୋବାଇଲ ଆପ୍‌ କିମ୍ବା ଭୋଟର ପୋର୍ଟାଲ.ଇସିଆଇ.ଇନ୍‌ ଅଥବା ଏନ୍‌ଭିଏସ୍‌ପି.ଇନ୍‌ ଜରିଆରେ ଡାଉନ୍‌ଲୋଡ୍‌ କରିପାରିବେ। ଇସିଙ୍କ ନିର୍ଦ୍ଦେଶାନୁସାରେ ଯେଉଁମାନଙ୍କ ଭୋଟର ତାଲିକା ସହ ନିଜ ମୋବାଇଲ ନମ୍ବର ପଞ୍ଜୀକୃତ ହୋଇଥିବ ସେମାନଙ୍କ ଲାଗି ଏହି ବ୍ୟବସ୍ଥା କରାଯାଇଛି। ସେମାନେ ଜାନୁୟାରୀ ୨୫ରୁ ୩୧ ପର୍ଯ୍ୟନ୍ତ ନିଜ ମୋବାଇଲ ମାଧ୍ୟମରେ ଇ-ଇପିକ୍‌ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଘୋଷଣା ହୋଇଥିଲା। ମାତ୍ର ଏବେ ଏହାର ଅବଧିକୁ ଅଧିକ ଏକ ମାସ ବୃଦ୍ଧି କରାଯାଇଛି। ଇ-ଇପିକ୍‌ ପ୍ରତି ନୂତନ ଭୋଟରଙ୍କ ଆଗ୍ରହ ବଢୁଥିବା ଦେଖି ନିର୍ବାଚନ ଆୟୋଗ ଏହାର ଡାଉନ୍‌ଲୋଡ୍‌ର ସମୟସୀମା ଫେବୃୟାରୀ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବହୁ ନୂତନ ଭୋଟର ଇ-ଇପିକ୍‌ ବା ଡିଜିଟାଲ ଫଟୋ ପରିଚୟପତ୍ର ନିଜ ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଡାଉନ୍‌ଲୋଡ୍‌ କରି ନ ଥିବାରୁ ଏଥିଲାଗି ଅଧିକ ସମୟ ଦେବାକୁ ବିଭିନ୍ନ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ। ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପ୍ରାଥମିକତା ଭିତ୍ତିରେ ୨୦୨୧ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାରେ ନୂତନଭାବେ ପଞ୍ଜୀକୃତ ହୋଇଥିବା ଭୋଟରଙ୍କ ନିମନ୍ତେ ଇ-ଇପିକ୍‌ ଡାଉନ୍‌ଲୋଡ୍‌ କରିବା ସମୟସୀମାକୁ ବୃଦ୍ଧି କରିଛନ୍ତି। ସେହିପରି ଏସ୍‌ଏସ୍‌ଆର୍‌-୨୦୨୧ ପୂର୍ବରୁ ପଞ୍ଜୀକୃତ ଭୋଟରମାନେ ଯେଉଁମାନଙ୍କ ମୋବାଇଲ ନମ୍ବର ସଂଯୋଗ ହୋଇଥିବ, ସେମାନଙ୍କ ପାଇଁ ମଧ୍ୟ ଇ-ଇପିକ୍‌ ବା ଡିଜିଟାଲ ଫଟୋ ପରିଚୟ ଡାଉନ୍‌ଲୋଡ୍‌ କରିବାର ସମୟ ଅଲଗା ଭାବେ ପରେ ନିର୍ବାଚନ ଆୟୋଗଙ୍କ ତରଫରୁ ଜଣାଇ ଦିଆଯିବ ବୋଲି ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀମାନେ ସମ୍ପୃକ୍ତ ଜିଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଜଣାଇବା ସହ ଇ-ଇପିକ୍‌ର ସୁଯୋଗ ନେବା ନିମନ୍ତେ ସମସ୍ତ ନୂତନ ଭୋଟରଙ୍କୁ ଉତ୍ସାହିତ କରିବାକୁ ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri