ଧୂଳିରେ ଅଞ୍ଚଳବାସୀ ବଞ୍ଚିବା ଅସହ୍ୟ ହୋଇପଡ଼ିଛି

ଉମରକୋଟ,୧ା୧୨(ସ୍ବ.ପ୍ର.): ରାୟପୁର ଠାରୁ ବିଶାଖାପାଟଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାସ୍ତାକାମ ଦ୍ରୁତଗତିରେ ଚାଲିଛି। ତେବେ ରାସ୍ତାକାମ ଯୋଗୁ ହଜାର ହଜାର ଟ୍ରକ୍‌ ଚାଲିବା କାରଣରୁ ରାସ୍ତା ନଷ୍ଟ ହେବା ସହ ପ୍ରବଳ ଧୂଳି ଉଡ଼ୁଛି। ଏହାର ପରିମାଣ ଗ୍ରାମାଞ୍ଚଳର ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁକିଗାଁ ପଞ୍ଚାୟତର ମାଟାଗାଁ କ୍ୟାମ୍ପ ସମ୍ମୁଖରେ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ କ୍ୟାମ୍ପ୍‌ରୁ କୌଣସି ଟ୍ରକ୍‌ ବହାରିବାକୁ ଦେଇ ନ ଥିଲେ। ପ୍ରତିବାଦ କରିବା ସହ ପ୍ରକଳ୍ପ ଅଧୀନରେ ଚଳାଚଳ କରୁଥିବା ଟ୍ରକ୍‌ ଗୁଡ଼ିକୁ ୩ ଘଣ୍ଟା ଧରି ବନ୍ଦ କରି ଦେଇଥିଲେ।
ଭାରତମାଳା ପ୍ରକଳ୍ପର ଏକ ବଡ଼ କ୍ୟାମ୍ପ ଏଠାରେ ରହିଛି। ଏହି ପ୍ରକଳ୍ପ ରାସ୍ତାକାମ ସୁକିଗାଁ ପଞ୍ଚାୟତ ଦେଇ ଯାଉଛି। ପ୍ରତ୍ୟେକ ଦିନ କାମ ପାଇଁ ହଜାର ହଜାର ସଂଖ୍ୟାରେ ଟିପର୍‌, ଟ୍ରକ୍‌, ଟ୍ରଲି ଟ୍ରକ୍‌ ଯାତାୟାତ କରୁଛି। ଅଧିକ ଗାଡ଼ି ଚଳାଚଳ ଫଳରେ ବେହେଡ଼ା ଠାରୁ କେଶରୀବେଡ଼ା ଯାଇଁ ରହିଥିବା ପିଚୁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ଏବେ ରାସ୍ତାରେ ଉଡ଼ୁଥିବା ଧୂଳି ନିକଟସ୍ଥ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସେମାନେ ସେଠାରେ ରହିବା କଷ୍ଟକର ହୋଇପଡ଼ିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକଳ୍ପ ପକ୍ଷରୁ ରାସ୍ତା ମରାମତି କରାଯାଉ ନ ଥିବାରୁ ଏଭଳି ସସସ୍ୟାଉପୁଜିଥିବା ଜଣାପଡ଼ିଛି। ଅଭିଯୋଗ କଲେ କେବଳ ଖାଲଖମା ସ୍ଥାନରେ ମାଟି ପକାଇ କାମ ଚଳାଇ ଦେଉଛନ୍ତି। ଏହା ଧୂଳିକୁ ବଢ଼ାଇଛି। ବିଶେଷ କରି ବୃଦ୍ଧ, ରୋଗୀ ଏବଂ ଶିଶୁଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡ଼ିଛି ବୋଲି ଶୁକିଗାଁ ସରପଞ୍ଚ ସୁବାସ ସାନ୍ତା ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ପ୍ରକଳ୍ପକୁ ବିରୋଧ କରୁନାହାନ୍ତି ବରଂ ଅଧିକାରୀ ମାନେ ସ୍ଥାନୀୟ ଲୋକଙ୍କ ପ୍ରତି ମାନବିକତା ଦେଖାଉ ନାହାଁନ୍ତି ବୋଲି ସେ କହିଛନ୍ତି। ଏମିତିକି ସବୁବେଳେ ଓଭରଲୋଡ୍‌ ଟ୍ରକ୍‌ ଦ୍ରୁତଗତିରେ ଚଳଚଳ କରୁଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ଯାନବାହାନ ଚଳାଜଳ ନିମନ୍ତେ ରାସ୍ତା ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି ଜମି ମାଲିକଙ୍କ ଅନୁମତି ନ ନେଇ ମାଟି ନେଇ ଯାଉଛନ୍ତି। ପ୍ରତିବାଦ କଲେ ଗଣ୍ଡଗୋଳ କରୁଥିବା ଗ୍ରାମବାସି ପ୍ରକାଶ କରିଛନ୍ତି। ଲୋକଙ୍କ ଯାତାୟାତ ପାଇଁ ଡାଇଭରସନ ରାସ୍ତା ମଧ୍ୟ କରାଯାଉ ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହା ବ୍ୟତୀତ ସ୍ଥାନୀୟ ପିଲା ସ୍କୁଲକୁ ଯିବା, ରୋଗୀ ଏବଂ ଗର୍ଭବତୀଙ୍କୁ ଆମ୍ବୁଲାନ୍ସରେ ନେବା ଆଣିବା ମୁସ୍କିଲ ହୋଇପଡ଼ିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ଗ୍ରାମବାସୀ ଟ୍ରକ୍‌ ଚଳାଚଳ ବନ୍ଦ କରି ଦେଇଥିଲେ। ସକାଳ ୯ ଟା ରୁ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଟ୍ରକ୍‌ ଚଳାଚଳ ବନ୍ଦ ରହିଥିଲା। ପ୍ରକଳ୍ପର ସିପିଏମ୍‌ ଓ ଏଲାଇନମେଣ୍ଟ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚି ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଫାଟକ ଖୋଲିଥିଲେ। ଏହି ସମୟରେ ସରପଞ୍ଚ ସୁବାସ ସାନ୍ତା, ସମିତି ସଭ୍ୟା ମଞ୍ଜୁ ପରଜା, ସମସ୍ତ ୱାର୍ଡମେମ୍ବର ଓ ଶତାଧିକ ଲୋକ ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ସ୍ଥାନୀୟ ଲୋକ ଭୋଗୁଥିବା ସମସ୍ୟାକୁ ହୃଦୟଙ୍ଗମ କରି ଉଚିତ୍‌ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri