ଏଡ୍‌ସର ବିଷ ବଳୟରେ ସୁବର୍ଣ୍ଣପୁର ଜିଲା

ସୋନପୁର,୧।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଏଡ୍‌ସ କାୟା ବିସ୍ତାର କରି ଚାଲିଛି । ସରକାରୀ ହିସାବରେ ଜିଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୧। ଆକ୍ରାନ୍ତଙ୍କ ମଧ୍ୟରେ ଗର୍ଭବତୀ ମହିଳା ଅଛନ୍ତି । ୨୦୦୫ରୁ ୨୦୨୨ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲାରେ ଏଡ୍‌ସରେ ୩୦ଜଣଙ୍କ ମୃତ୍ୟୁ ହୋଇଛି। ପ୍ରତିମାସରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ। ସେହିଭଳି ୨୫ ଜଣ ଆକ୍ରାନ୍ତ ମୃତ କିମ୍ବା ଜୀବିତ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ସ୍ବାସ୍ଥ୍ୟ ବିଭାଗ ନିକଟରେ ନାହିଁ।
ଜିଲାର ସୋନପୁର ବ୍ଲକରେ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ପଡୋଶୀ ବୌଦ୍ଧ ଜିଲାର ୩୨ଜଣ, ବଲାଙ୍ଗୀରର ୩ ଜଣ, କଳାହାଣ୍ଡିର ୨ ଜଣ, ବରଗଡ, ରାଜ୍ୟ ବାହାର ତେଲେଙ୍ଗାନା ଓ ଛତିଶଗଡର ଜଣେ ଲେଖାଏ ଥିବା ଜଣାପଡିଛି। ଏହା ପଛକୁ ବୀରମହାରାଜପୁର, ଡୁଙ୍ଗୁରିପାଲି, ବିନିକା ଓ ଉଲୁଣ୍ଡା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଶିଳ୍ପ ବିହୀନ ଏହି ଜିଲାରେ ନିଯୁକ୍ତି ପାଇଁ ବିଶେଷ ସୁଯୋଗ ନ ଥିବାରୁ ଅଧିକାଂଶ ବେକାରୀ ଯୁବକ ରାୟପୁର, ହାଇଦ୍ରାବାଦ, ସୁରଟ, ଚେନ୍ନାଇ, କଲିକତା ଓ ବମ୍ବେ ଆଦି ସ୍ଥାନକୁ କାମ କରିବାକୁ ଯାଇଥାନ୍ତି। ସେଠାରେ ଅଧିକାଂଶ ଅସୁରକ୍ଷିତ ଯୌନ କ୍ରିୟାରେ ଲିପ୍ତ ରହିବା ଯୋଗୁଁ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଉ କେତେକ ଡ୍ରାଇଭର ସଚେତନତା ଅଭାବରୁ ଏହି ରୋଗର ବାହକ ସାଜୁଛନ୍ତି । ଏହି ରୋଗକୁ ସମ୍ପୂର୍ଣ୍ଣ ବିଲୁପ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ସଂସ୍ଥା ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଚେତନତା କାର୍ଯ୍ୟ କରୁଥିଲେ ହେଁ ଏହା ନିୟନ୍ତ୍ରଣ ହୋଇ ପାରୁନାହିଁ।
ସୁବର୍ଣ୍ଣପୁର ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୫ରୁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୬୪ହଜାର ୯୧୩ଜଣ ଏଡ୍‌ସ ସମ୍ପର୍କରେ ପରାମର୍ଶ ପାଇଁ ଡାକ୍ତରଖାନାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୩୬ହଜାର ୩୨୨ଜଣଙ୍କ ପରୀକ୍ଷା କରାଯାଇଥିଲା। ପୂର୍ବରୁ ଆକ୍ରାନ୍ତ ମାନେ କଟକ, ବ୍ରହ୍ମପୁର ଅବା ବୁର୍ଲା ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଉଥିଲେ। ଏବେ ଏଡ୍‌ସର ଭୟାବହତାକୁ ଲକ୍ଷ୍ୟ କରି ବଲାଙ୍ଗୀରରେ ଏଡ୍‌ସ ଚିକିତ୍ସା ପାଇଁ ଏଆରଟି(ଆଣ୍ଟି ରେଟ୍ରୋ ଭାଇରାଲ ଥେରାପି) ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଫଳରେ ଜିଲାର ଆକ୍ରାନ୍ତମାନେ ଏଠାରୁ ଔଷଧ ମାଗଣାରେ ପାଉଛନ୍ତି। ସୋନପୁର, ଡୁଙ୍ଗୁରିପାଲି ଓ ତରଭାରେ ପରୀକ୍ଷା କେନ୍ଦ୍ର ଖୋଲାଯାଇ ରକ୍ତ ପରୀକ୍ଷା କରାଯାଉଛି। ବୀରମହାରାଜପୁର, ବିନିକା, ଉଲୁଣ୍ଡା ଓ ନାଇକେନପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସ୍କ୍ରିନିଂ ଟେଷ୍ଟ ହେଉଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ କେବଳ ୧୩୬ ଜଣ ରୋଗୀ ହିଁ ଔଷଧ ଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri