ମଦ୍ୟପ ସ୍ବାମୀ ଘଟାଇଲା ଏଭଳି କାଣ୍ଡ…

କାଲିମେଳା/ଏମ୍‌ଭି-୭୯,୧ା୨: ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଥାନା ଅନ୍ତର୍ଗତ ଏମ୍‌ଭି-୭୨ ଗ୍ରାମର ବିମଲ ମିସ୍ତ୍ରି ତାଙ୍କର ସ୍ତ୍ରୀ ଦୁଲାଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପୋଲିସ ବିମଲଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, ବିମଲ ଅଧିକାଂଶ ସମୟ ମଦ୍ୟପାନ କରି ଘରକୁ ଆସୁଥିଲେ। ରବିବାର ରାତିରେ ଖାଇସାରି ସମସ୍ତେ ଶୋଇଥିଲେ। ହେଲେ ଭୋର ୫ଟାରେ ବିମଲ ଉଠି ଟାଙ୍ଗିଆରେ ସ୍ତ୍ରୀ ଦୁଲାଲିଙ୍କ ହାଣି ହତ୍ୟା କରିଥିଲେ। ଏହା ଦେଖି ସାନ ଝିଅ ପଡୋଶୀଙ୍କୁ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଖବରପାଇ ଏମ୍‌ଭି-୭୯ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ପୋଲିସ ଜବତ କରିଛି। ବିମଲଙ୍କ ଏକ ପୁଅ ମଧ୍ୟ ଅଛନ୍ତି।