ଖଣି ଜଗିବ ଡ୍ରୋନ୍‌

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ବେଆଇନ ଖଣି କାରବାର ଉପରେ ନଜର ରଖିବ ଡ୍ରୋନ୍‌। ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଖଣି ଚୋରିକୁ ରୋକାଯିବ। ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ରିମୋଟ୍‌ ସେନ୍‌ସିଂ ଭଳି ଜ୍ଞାନକୌଶଳକୁ ଏଥିରେ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଛି।
ଏଥିପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂସ୍ଥାକୁ ନିୟୋଜିତ ଲାଗି ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ (ଇଓଆଇ) ଆହ୍ବାନ କରାଯାଇଛି। ଏଥିପାଇଁ ଆସନ୍ତା ୧୭ ତାରିଖ ସୁଦ୍ଧା ବିଡରମାନେ ଆବେଦନ କରିବାକୁ କୁହାଯାଇଛି। ଜୁଲାଇ ୪ରେ ଇଓଆଇ ଖୋଲାଯିବ ଏବଂ ସେହିମାସ ୧୧ ତାରିଖରେ ଟେଣ୍ଡର ଚୂଡ଼ାନ୍ତ ହେବ।
ଡ୍ରୋନ୍‌ ଦ୍ୱାରା ସଂଗୃହୀତ ତଥ୍ୟ, ଫଟୋ ଓ ଭିଡିଓକୁ ଏହି ସଂସ୍ଥା ଏକ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ଲାଟ୍‌ଫର୍ମରେ ଉପଲବ୍ଧ କରାଇବ। ଲିଜ୍‌ ଦିଆଯାଇଥିବା କୌଣସି ଖଣିରେ ବେଆଇନ ଭାବେ ଖନନ ହେଲେ ତାହାକୁ ବିଭାଗୀୟ ଅଧିକାରୀଙ୍କ ନଜରକୁ ଆଣିବ। ଖଣି ଲିଜ୍‌ ଓ ଏଠାରୁ ଉତ୍ତୋଳନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟକୁ ଏହି ପ୍ଲାଟ୍‌ଫର୍ମ ଅନୁଶୀଳନ କରିବା ସହିତ ତାହାର ରିପୋର୍ଟ ଭିଡିଓ ଆକାରରେ ପ୍ରଦାନ କରିବ। ଏହି ପ୍ଲାଟ୍‌ଫର୍ମ ବର୍ତ୍ତମାନର ଆଇ ୩ ଏମ୍‌ଏସ୍‌ ଜ୍ଞାନକୌଶଳ ସଂଶ୍ଳିଷ୍ଟ ହେବା ସହିତ ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟାର ଏକ ଅଂଶବିଶେଷ ହେବ।
ଡ୍ରୋନ୍‌ ଜରିଆରେ ବିଭାଗ ଲିଜ୍‌ ଦିଆଯାଇଥିବା ଖଣିର ସୀମା, ବ୍ୟବହାର ହେଉଥିବା ଜମି, ଉତ୍ତୋଳନ ସ୍ଥିତି, ମହଜୁଦ ଆଦି ସମ୍ପର୍କରେ ସୂଚନା ପାଇପାରିବ। ଏହି ଡ୍ରୋନ୍‌ ଦ୍ୱାରା ମଧ୍ୟ ଖଣି ଉତ୍ତୋଳନ, ସର୍ଭେ ଏବଂ ଗ୍ରହଣ କରାଯାଉଥିବା ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଜଣାପଡ଼ିବ। ଅଷ୍ଟ୍ରେଲିଆ ଓ ଆଫ୍ରିକୀୟ ଦେଶଗୁଡ଼ିକରେ ଖଣି କାରବାର ନେଇ ଡ୍ରୋନ୍‌ର ବ୍ୟବହାର କରାଯାଉଛି। ଏହାଦ୍ୱାରା ବେଆଇନ ଖଣି କାରବାର ଉପରେ ନଜର ରଖାଯିବା ସହ ଏହା ବିରୋଧରେ କଡ଼ା
କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।
ଭାରତରେ ବର୍ତ୍ତମାନ ସୁଦ୍ଧା ଡ୍ରୋନ୍‌ ବ୍ୟବସ୍ଥା ଆରମ୍ଭ ହୋଇନାହିଁ। ନିକଟରେ କେନ୍ଦ୍ର ସରକାର ଡ୍ରୋନ୍‌ ନୀତି ଆଣିଛନ୍ତି। ଏହାଦ୍ୱାରା ଖଣି ଅଞ୍ଚଳରେ ଡ୍ରୋନ୍‌ ବ୍ୟବହାର ପାଇଁ ଏକପ୍ରକାର ପଥ ପରିଷ୍କାର ହୋଇଛି। ଡ୍ରୋନ୍‌କୁ ଅତି ସହଜରେ ମୋବାଇଲ୍‌ ଆପ୍‌ ଦ୍ୱାରା ପରିଚାଳନା କରାଯାଇପାରୁଛି। ମାନବରହିତ ଏହି ଯାନ ସମୟ, ଶକ୍ତି ବଞ୍ଚାଇବା ସହିତ ଦୁର୍ଗମ ଅଞ୍ଚଳରେ ସହଜରେ ପହଞ୍ଚି ପାରୁଛି। ଏହାକୁ ଚଳାଇବା ପାଇଁ ଜଣେ ମାତ୍ର ବ୍ୟକ୍ତି ଆବଶ୍ୟକ।
ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ, ଯିଏ କି ଖଣି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବ୍ୟବହାର କରୁଛି। ରାଜ୍ୟ ସରକାର ବୈପ୍ଳବିକ ସମନ୍ବିତ ଖଣି ଓ ଖଣିଜ ପରିଚାଳନା ବ୍ୟବସ୍ଥା ଏବଂ ଆଇ ୩ ଏମ୍‌ଏସ୍‌ କାର୍ଯ୍ୟକାରୀ କରିଛନ୍ତି। ଏହାଛଡ଼ା ଖଣି କ୍ଷେତ୍ରରେ ପରମିଟ ପରିଚାଳନା, ଇ-ପାସ୍‌ ପରିଚାଳନା, ରୟାଲଟି ମ୍ୟାନେଜ୍‌ମେଣ୍ଟ, ଭିଟିଏସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏହାକୁ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଅନୁସରଣ କରୁଛନ୍ତି। ଗତ ଦଶନ୍ଧି ମଧ୍ୟରେ ଖଣିଜ କ୍ଷେତ୍ରରେ ବ୍ୟାପକ ସଂସ୍କାର କାର୍ଯ୍ୟକାରୀ ହୋଇଛି। ଖଣି କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ଜ୍ଞାନକୌଶଳ ବ୍ୟବହାର ସହିତ ରାଜ୍ୟ ସରକାର ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଅଧିନିୟମ ଆଣିଛନ୍ତି। ଏହାଦ୍ୱାରା ସମଗ୍ର ଦେଶରେ ଓଡ଼ିଶାରେ ସର୍ବାଧିକ ଖଣି ନିଲାମ ହୋଇପାରିଛି। ରାଜ୍ୟ ସରକାର ଖଣି କ୍ଷେତ୍ରରୁ ରାଜସ୍ବର ସିଂହଭାଗ ପାଉଛନ୍ତି। ଡ୍ରୋନ୍‌ ଦ୍ୱାରା ଖଣି ଚୋରିକୁ ରୋକାଯାଇପାରିବ ଓ ରାଜ୍ୟର ରାଜସ୍ବ ବୃଦ୍ଧିରେ ଏହା ସହାୟକ ହୋଇପାରିବ ବୋଲି ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri