ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌, ଚାଲିଛି ତନାଘନା

ପୁରୀ,୫ା୧: ଶ୍ରୀମନ୍ଦିର ଉପରେ ରବିବାର ଭୋର୍‌ ପ୍ରାୟ ୪ଟା ୧୦ରେ ଡ୍ରୋନ୍‌ ଉଡ଼ିଥିବାର ଦେଖିବାକୁ ମିଳିଛି। ଡ୍ରୋନ୍‌ଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରି ପାଖରେ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ଉଡ଼ିଥିଲା।

ନୀଳଚକ୍ର ଉପରେ ଉଡ଼ିବା ସହ ଉତ୍ତରଦ୍ୱାର ଗୁମୁଟ ଦେଇ ବଡ଼ଦାଣ୍ଡରୁ କେଉଁଆଡ଼େ ଉଭାନ ହୋଇଯାଇଥିଲା। ତେବେ ଡ୍ରୋନ୍‌ କିଏ କାହିଁକି କେଉଁ ଉଦ୍ଦେଶ୍ୟରେ ଉଡ଼ାଇଛି ସେନେଇ ତଦନ୍ତ ଚାଲିଛି।  ଅନ୍ୟପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ୍‌ ଉଡା ଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।

ଏକ ଡ୍ରୋନ୍‌ ବେଳାଭୂମି ପଟୁ ଦୋଳମଣ୍ଡପ ଦେଇ ଶ୍ରୀମନ୍ଦିର ନିକଟକୁ ଆସିଥିଲା। ସିଂହଦ୍ୱାର ଗୁମୁଟ ଦେଇ ପାଖାପାଖି ୩୦ ମିନିଟ୍‌ ଧରି ଶ୍ରୀମନ୍ଦିର ଦଧିନଉତି, ନୀଳଚକ୍ର ଓ ମନ୍ଦିର ଚାରିପଟେ ଡ୍ରୋନ୍‌ ଉଡ଼ିଥିଲା। ପରେ ମେଘନାଦ ପାଚେରି କଡ଼ଦେଇ ଶ୍ରୀମନ୍ଦିର ଚାରିପାଖ ବୁଲି ଶେଷରେ ଉତ୍ତର ଦ୍ୱାର ଗୁମୁଟ ଦେଇ ଶ୍ରୀଦାଣ୍ଡ ଆଡ଼କୁ ଚାଲି ଯାଇଥିଲା। ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ କେମିତି ଜଣେ ଡ୍ରୋନ୍‌ ଉଡ଼ାଇଲା ତାକୁ ନେଇ ପ୍ରଶ୍ନ ଉଠିଛି। ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍‌ ଉଡ଼ାଇଲା ତାହା ଅସ୍ପଷ୍ଟ ରହିଛି। ଏପରିକି ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିରର ନୋ ଫ୍ଲାଇଙ୍ଗ ଜୋନ୍‌ ଉପରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବାରମ୍ବାର ଏପରି ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଲଗାଇବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।
ଏନେଇ ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଶ୍ରୀମନ୍ଦିର ପ୍ରତି ବାହ୍ୟଶତ୍ରୁ ଆକ୍ରମଣ ନେଇ ପୂର୍ବରୁ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାକୁ ଗୁରୁତ୍ୱର ସହକାରେ ନେଇ ଯେଭଁଭଳି ଭାବେ ସୁରକ୍ଷା ଯୋଗାଇଦେବା କଥା ସେପରି ଦିଆଯାଉ ନାହିଁ। ବେଆଇନ ଭାବେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ଉପରେ ଏସ୍‌ପିଙ୍କୁ ଭଏସ୍‌ ଅଫ କମନ୍‌ ମ୍ୟାନ୍‌ର ଆବାହକ ହେକ୍ଟର ମିଶ୍ର ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ବ୍ୟକ୍ତିବିଶେଷଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଏସ୍‌ପି ବିନୀତ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି, ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ନେଇ ନଜରକୁ ଆସିଛି। ଏପରି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପକ୍ଷରୁ ମଲ୍‌ଟି ଟିମ୍‌ ଗଠନ କରାଯାଇ ଯାଞ୍ଚ କରାଯାଉଛି। ଗୋଟିଏ ସ୍ବତନ୍ତ୍ର ଟିମ୍‌ ସିସିଟିଭି ଯାଞ୍ଚ କରୁଥିବା ବେଳେ ଆଉ ଗୋଟିଏ ଟିମ୍‌ ପୁରୀର ସମସ୍ତ ହୋଟେଲରେ ଯାଞ୍ଚ କରାଯାଉଛି। ଘଟଣାରେ ସପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପୋଲିସର ପ୍ରାଥମିକତା ରହିଛି। ବ୍ୟକ୍ତିମାନେ ଚିହ୍ନଟ ହେବା ପରେ ସମସ୍ତ ସୂଚନା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ଅନେକ ଥର ଶ୍ରୀମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷାଗାଇଡ ଲାଇନକୁ ନ ମାନି ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଯାଇଛି।  ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି।

ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ କ୍ଷମା ମାଗିଥିଲେ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଏଭଳି ଭିଡିଓ ଉତ୍ତୋଳନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।  ଏହା ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକର୍ମୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri