ଦିବ୍ୟାଙ୍ଗଙ୍କ ନିକଟରେ ଭତ୍ତା ପହଞ୍ଚାଇଲା ଡ୍ରୋନ୍‌

ନୂଆପଡ଼ା ଅଫିସ,୧୮ା୨: ନୂଆପଡ଼ା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତରେ ଡ୍ରୋନ୍‌ ସାହାଯ୍ୟରେ ଦିବ୍ୟାଙ୍ଗଙ୍କ ନିକଟରେ ପହଞ୍ଚିଛି ଭତ୍ତା ଟଙ୍କା। ଜିଲାରେ ପ୍ରଥମ କରି ଡ୍ରୋନ୍‌ ଯୋଗେ ହିତାଧିକାରୀଙ୍କ ନିକଟକୁ ଭତ୍ତା ଟଙ୍କା ପଠାଇ ଇତିହାସ ସୃଷ୍ଟି କରିଛନ୍ତି ଭାଲେଶ୍ୱର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସରୋଜ ଦେବୀ ଅଗ୍ରଓ୍ବାଲ।

ସୂଚନାନୁଯାୟୀ, ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ଭାଲେଶ୍ୱର ପଞ୍ଚାୟତରୁ ୨ କିଲୋମିଟର ଦୂର ୫ ନଂ ଓ୍ବାର୍ଡ ଭୂତକାପଡ଼ା ଗାଁ ଘଞ୍ଚ ଜଙ୍ଗଲ ଭିତରେ ରହିଛି। ହେତରାମ ସତନାମୀ ଦିବ୍ୟାଙ୍ଗ ହୋଇ ମଧ୍ୟ ଭତ୍ତା ପାଉ ନ ଥିଲେ। ସରପଞ୍ଚ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା କରିଦେଇ ପଞ୍ଚାୟତକୁ ଆସିପାରୁ ନ ଥିବାରୁ ସରପଞ୍ଚ ନୂତନ ବୈଷୟିକ ଜ୍ଞାନକୌଶଳରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା ଟଙ୍କା ପଠାଇଛନ୍ତି। ଏହି ଜଣେ ଦିବ୍ୟାଙ୍ଗ ନୁହନ୍ତି, ପଞ୍ଚାୟତରେ ଥିବା ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା କରାଯାଇ ଆଗାମୀ ଦିନରେ ମଧ୍ୟ ଡ୍ରୋନ୍‌ ଯୋଗେ ଭତ୍ତା ଟଙ୍କା ପଠାଯିବ। ପଞ୍ଚାୟତକୁ ଆସିବାକୁ ପଡ଼ିବ ନାହିଁ ବୋଲି ସରପଞ୍ଚ କହିଛନ୍ତି। ଡ୍ରୋନ୍‌ ଯୋଗେ ଭତ୍ତା ଟଙ୍କା ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିବାରୁ ଖୁସି ବ୍ୟକ୍ତ କରି ସରପଞ୍ଚଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହିପରି ମହତ କାର୍ଯ୍ୟ କରିଥିବାରୁ ସରପଞ୍ଚଙ୍କୁ ଜିଲାରେ ଚର୍ଚ୍ଚା କରିବା ସହ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri