ପୂର୍ଣ୍ଣାଙ୍ଗ ହେଉନି ପାନୀୟ ଜଳ ପ୍ରକଳ୍ପ

ଖଇରା, ୧୬।୭(ଡି.ଏନ.ଏ.)

ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶହୀଦ ନଗର ଗ୍ରାମବାସୀଙ୍କୁ ପାଣି ଯୋଗାଇବାକୁ ନିର୍ମାଣାଧୀନ ସୋଲାର ପମ୍ପ୍‌ ହାଉସ ଏବେ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଜଟିଳ ସମସ୍ୟାରେ ପକାଇଛି ା ପାଇପ ବିଛାଯିବା କାର୍ଯ୍ୟ ପାଇଁ ଖୋଳାଯାଇଥିବା ଗାତରେ ପଡି ଦୈନନ୍ଦିନ ଗୃହପାଳିତ ପ୍ରାଣୀ ସମେତ ଅନ୍ୟାନ୍ୟ ଜୀବଜନ୍ତୁ ଆହତ ହେଉଛନ୍ତି ା ଏଭଳିକି ମାଟି କାଦୁଅ ଯୋଗୁ ଗ୍ରାମବାସୀ ଯାତାୟାତ ପାଇଁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବନିତା ପ୍ରଧାନଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ା ସ୍ଥାନୀୟ ତୁରନ୍ତ ଗାତ ପୋତାଯାଇ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରା ନ ଗଲେ ଗ୍ରାମବାସୀ ଧାରଣାରେ ବସିବାକୁ ଆରତୀ ବେହେରା, ମୁକୁନ୍ଦ ବେହେରା, ଭାଗବତ ବେହେରା, ରମାକାନ୍ତ ବେହେରା, ହଡିବନ୍ଧୁ ମୁର୍ମୁ ଓ ୱାର୍ଡସଭ୍ୟା ଦମୟନ୍ତୀ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।
ସେମାନଙ୍କର ଅଭିଯୋଗ ଅନୁଯାୟୀ ଗ୍ରାମରେ ଗ୍ରାମ୍ୟ ଜଳ ଏବଂ ପରିମଳ ବିଭାଗ ତରଫରୁ ଏକ ସୋଲାର ପମ୍ପ ବସାଇବା ଉଦ୍ଦେଶ୍ୟରେ ପାଇପ ବିଛାଇବାକୁ ଅନ୍ୟୁନ ୧ ମାସ ତଳେ ଗାତ ଖୋଳି ଛାଡି ଦିଆଯାଇଥିଲା ା
ତେବେ ବର୍ଷା ହେବା ପରେ ଏହି ଗାତରେ ପାଣି ଭର୍ତ୍ତି ହେବା ସହ ଗ୍ରାମବାସୀଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରୁଛି। ଯାତାୟାତ ରାସ୍ତାରେ ମାଟି କାଦୁଅ ଜମିବା ଯୋଗୁ ସାଧାରଣ ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି ା
ଗୋରୁ ଓ ଛେଳି ଏହି ଗାତରେ ପଡି ଖଣ୍ଡିଆଖାବରା ହେଉଛନ୍ତି ା
ଗ୍ରାମବାସୀ ପୂର୍ବର ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ଠିକାଦାର ସମ୍ୟକ କର୍ଣ୍ଣପାତ କରୁନାହାନ୍ତି ା ଏ ସମ୍ପର୍କରେ ଯନ୍ତ୍ରୀ ବିକ୍ରମାଦିତ୍ୟ ପ୍ରଧାନଙ୍କୁ ପଚାରିବାରେ ସେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri