ସ୍ବପ୍ନ ହେବ ସାକାର

ଅନୁଗୋଳ ଅଫିସ, ୧୦।୧୧

ଜରିପାଲ ତଳେ କି ଝାଟିମାଟି ଘରେ ଆଉ ମୁଣ୍ଡ ଗୁଞ୍ଜିବାକୁ ପଡ଼ିବନି। ପିଇବା ପାଣି ପାଇଁ ଘଣ୍ଟା ଘଣ୍ଟା ନଳ ନିକଟରେ ଅପେକ୍ଷା କରିବାକୁ ହେବନି। ଡିବିରି ଆଲୁଅ ଓ ଅପନ୍ତରା ରାସ୍ତାର କଷ୍ଟ ମଧ୍ୟ ସହିବେନି ଅନୁଗୋଳ ବସ୍ତିବାସିନ୍ଦା। କାରଣ ସେମାନଙ୍କ କୋଠା ଘରର ସ୍ବପ୍ନ ସାକାର ହେବ। ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌ ସଂଯୋଗ ସହ ପକ୍କା ରାସ୍ତାର ସୁବିଧା ମିଳିବ। ମାର୍ଚ୍ଚ ୨୦୨୧ ସୁଦ୍ଧା ସେମାନଙ୍କ ଭାଗ୍ୟ ବଦଳାଯିବ। ଅନୁଗୋଳକୁ ବସ୍ତିମୁକ୍ତ କରିବାକୁ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ପ୍ରଶାସନ ପକ୍ଷରୁ ଏ ନେଇ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
ଅନୁଗୋଳ ସହରରେ ରହିଛି ୧୩ଟି ବସ୍ତି। ମୁସ୍‌ଲିମ୍‌ ସାହି, ରାଜକିଶୋରପଡ଼ା, ନଖରା ସାହି, ଦୋଳମଣ୍ଡପ ସାହି, ଜୟାନନ୍ଦ ମାର୍ଗ, ହାକିମପଡ଼ା ହାପି ବସ୍ତି, ରାଧାରମଣପଡ଼ା, ସୌଭାଗ୍ୟନଗର, ଭରତନଗର, ସୁଇପର କଲୋନୀ, ହରିଜନ ସାହି, ଜବରଦସ୍ତିପଡ଼ା ଓ ମହିଳା ମହାବିଦ୍ୟାଳୟ ପଛପାର୍ଶ୍ୱରେ ବସ୍ତି ରହିଛି। ଏସବୁ ବସ୍ତିରେ ରହୁଥିବା ଲୋକଙ୍କୁ ସହରୀ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଚାହଁୁଥିବାରୁ ପୌରପାଳିକା ପକ୍ଷରୁ ଏଠାରେ ମୋଟ୍‌ ୨୬୧୨ଟି ଘର ରହିଥିବା ଚିହ୍ନଟ କରାଯାଇଛି। ଇତିମଧ୍ୟରେ ହଜାରେରୁ ଅଧିକ ଲୋକଙ୍କୁ ଭୂମି ଅଧିକାର ପ୍ରମାଣପତ୍ର(ଏଲ୍‌ଆର୍‌ସି) ବଣ୍ଟନ କରାଯାଇଛି। ଏତଦ୍‌ବ୍ୟତୀତ ଘରଟିଏ ନ ଥିବା ୩୭୫ ଜଣଙ୍କୁ ସହରରେ ବାସ କରୁଥିବା ଯୋଗ୍ୟତା ପ୍ରମାଣପତ୍ର(ଏଲଇସି) ବଣ୍ଟନ କରାଯାଇଛି। ହାତରେ ଆଉ ମାତ୍ର କେଇମାସ ଥିବାରୁ ବସ୍ତିବାସିନ୍ଦାଙ୍କ ନିମନ୍ତେ କିପରି ଶୀଘ୍ର କୋଠା ନିର୍ମାଣ ସହ ଅନ୍ୟ ଆନୁଷଙ୍ଗିକ ସୁବିଧା କରାଯିବ ସେଥିପାଇଁ ଜୋରଦାର କାର୍ଯ୍ୟ ଚାଲିଛି। ୩୦୬ଟି ଘରକୁ ଟ୍ୟାପ୍‌ ପାଣି ପହଞ୍ଚାଯାଇଥିବା ବେଳେ ୮୯୨ଟି ଘରେ ପାଇଖାନା, ୧୧୮ ଘରେ ବିଜୁଳି ସଂଯୋଗ କରାଯାଇଛି। ସେହିପରି ୨୬୮ଟି ଷ୍ଟ୍ରିଟ୍‌ ଲାଇଟ୍‌, ୧.୯୦୨ କିଲୋମିଟରର ପକ୍କା ରାସ୍ତା, ୯୭୪ ମିଟରର ଡ୍ରେନ୍‌ ବ୍ୟବସ୍ଥା କରାଯାଇଛି। ୫ଟି ବସ୍ତିରେ ୮୦ ପ୍ରତିଶତ ଉନ୍ନୟନ କାର୍ଯ୍ୟ ସରିଥିବାବେଳେ ଅବଶିଷ୍ଟ ବସ୍ତିଗୁଡ଼ିକରେ ୬୦ ପ୍ରତିଶତ କାର୍ଯ୍ୟ ହୋଇଥିବା ପୌରପାଳିକା ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ସପ୍ତାହରେ ଜିଲା ପ୍ରଶାସନ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଜାଗା ପାଇଥିବାରୁ ଖୁସି ଲାଗୁଛି
ଅନୁଗୋଳ ସହରରେ ରହୁଥିଲେ ମଧ୍ୟ ନିଜସ୍ବ ଜାଗା ନ ଥିଲା। ଏବେ ପୌର ପ୍ରଶାସନଠାରୁ ଭୂମି ଅଧିକାର ପ୍ରମାଣପତ୍ର ପାଇବା ପରେ ଖୁସି ଲାଗୁଛି। ଜବରଦଖଲ କରିଥିବା ଆଉ କେହି କହିପାରିବେ ନାହିଁ। ସହରୀ ସୁବିଧା ମିଳିବା ପରେ ବସ୍ତି ବାସିନ୍ଦା ବୋଲି ମଧ୍ୟ କହିବାକୁ କୁଣ୍ଠାବୋଧ କରିବେ।
-ରେଣୁବାଳା ଦାସ, ରାଜକିଶୋରପଡ଼ା
ଯୋଗ୍ୟତାଧାରୀଙ୍କୁ ଭୂମି ପ୍ରମାଣପତ୍ର ମିଳୁ
ଯୋଗ୍ୟତା ପ୍ରମାଣପତ୍ର ପାଇଥିବା ଲୋକଙ୍କୁ ତୁରନ୍ତ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଉ। ସେହିପରି ସହରକୁ ବସ୍ତିମୁକ୍ତ କରିବାର ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରାଯାଉ। ନ ହେଲେ ଏହି ସରକାରୀ ଯୋଜନା ଉପରୁ ଲୋକଙ୍କ ବିଶ୍ୱାସ ହଟିଯିବ।
-ରଶ୍ମିରଞ୍ଜନ ପ୍ରଧାନ, ବୁଦ୍ଧିଜୀବୀ
ପୌର ନିର୍ବାଚନ ପୂର୍ବରୁ ଥୋପ
ଆଗକୁ ପୌର ନିର୍ବାଚନ ଥିବାରୁ ବସ୍ତିବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ସରକାର ଥୋପ ଦେଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଯେମିତି ‘କାଳିଆ’ ଯୋଜନା ଘୋଷଣା କରିଥିଲେ ଏହା ଠିକ୍‌ ସେହିପରି। ପରବର୍ତ୍ତୀ ଅବସ୍ଥାରେ ଏହା ମଧ୍ୟ ଯୋଜନାରେ ରହିଯିବା ଭଳି ଲୋକେ ମନେ କରୁଛନ୍ତି।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ
ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବୁ
ଅନୁଗୋଳ ସହରକୁ ବସ୍ତିମୁକ୍ତ କରିବା କାର୍ଯ୍ୟ ଜୋର୍‌ଧରିଛି। ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେତୋଟି ବସ୍ତିରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ବସିଥିବାରୁ ବିଳମ୍ବ ହେବନାହିଁ ବୋଲି ମନେ ହେଉଛି।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri