ସ୍ୱପ୍ନ ପାଲଟିଛି ଆବାସ ଯୋଜନା

ପାରଳାଖେମୁଣ୍ଡି, ୯। ୧୨ (ଡି.ଏନ୍‌.ଏ):ଜଣେ ବି କେହି ଯେମିତି କଚ୍ଚା ଘରେ ନ ରହିବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ରାଜ୍ୟ ବିଜୁ ପକ୍କାଘର ଓ ମୋ କୁଡ଼ିଆ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲା ରାୟଗଡ଼ ବ୍ଲକ ଅଧୀନ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗ୍ରାମରେ। ଦୀର୍ଘ ବର୍ଷ ବିତିଯାଇଥିଲେ ବି ସରକାରଙ୍କ ଯୋଜନା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ନା ପାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ନା ମୋ କୁଡ଼ିଆ ଘର। ଦୀର୍ଘ ୧୪ବର୍ଷ ପୂର୍ବରୁ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ଗ୍ରାମବାସୀ ନିଜ ପରିଶ୍ରମରେ ତିଆରି କରିଥିବା ଅତ୍ୟନ୍ତ ନିମ୍ନମାନର ପକ୍କା ଘରେ ଆଜି ପର୍ଯ୍ୟନ୍ତ ରହୁଛନ୍ତି। ଦୀର୍ଘ ୧୪ ବର୍ଷ ପୂର୍ବେ ୧୯୯୮ ସେପ୍ଟେମ୍ବର ମାସରେ ରେମ୍ପି ଗ୍ରାମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମବିକାଶ’ ସହଯୋଗରେ ଗ୍ରାମବାସୀଙ୍କ ଶ୍ରମଦାନରେ ପ୍ରାୟ ୩୦ଟି ପକ୍କା ଘର ତିଆରି ହୋଇଥିଲା। ଉକ୍ତ ଗ୍ରାମରେ ୩୦ଟି ପରିବାରର ପ୍ରାୟ ୨୦୮ ଜନସଂଖ୍ୟା ଥିବାବେଳେ ରହିବା ପାଇଁ ଭଲ ଘର ଖଣ୍ଡିଏ ନ ଥିଲା। ତେଣୁ ସ୍ବେଚ୍ଛାସେବୀ ସଂଗଠନ ‘ଗ୍ରାମବିକାଶ’ ପକ୍ଷରୁ ଘର ତିଆରି ପାଇଁ ଉପକରଣ ଓ ସାମଗ୍ରୀ ମିଳିଥିବାରୁ ଲୋକେ ଶ୍ରମଦାନ କରି ଘର ସବୁ ତିଆରି କରିଥିଲେ। ସେତେବେଳେ ଗ୍ରାମବାସୀ ବାଲି ସିମେଣ୍ଟର ଭାଗ ମାପ ଜାଣି ନ ଥିବାରୁ ଘର ଗୁଡ଼ିକ ନିମ୍ନମାନର ହୋଇଥିଲା। ସେମାନେ ସେହି ଘରେ ପ୍ରାୟ ୧୦ବର୍ଷ ରହିଥିଲେ। ଦିନକୁ ଦିନ ଘରଗୁଡ଼ିକର ଅବସ୍ଥା ବିପଦସଙ୍କୁଳ ହୋଇପଡ଼ିଲା। ବର୍ତ୍ତମାନ ଉକ୍ତ ଘରଗୁଡ଼ିକ ନିମ୍ନମାନର ହୋଇଥିବାରୁ ଛାତ ବଙ୍କା ହୋଇ ଦବି ଗଲାଣି ତ କେଉଁଠି କାନ୍ଥ ଫାଟିବା ସହିତ ଛାତର ଭିତର ପଟୁ ପରସ୍ତ ପରସ୍ତ ବାହାରି ଲୁହା ରଡ଼ ଦେଖାଗଲାଣି। ବର୍ଷା ହେଲେ ଛାତରୁ ପାଣି ଝରି ଘର ଭିତରେ ପୂରିଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବନ୍ୟା କିମ୍ବା ବାତ୍ୟା ହେଲେ ଘର ଛାଡ଼ି ନିକଟସ୍ଥ ସ୍କୁଲ ଏବଂ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଯାଇ ରହିବାକୁ ପଡୁଛି । ଏନେଇ ବାରମ୍ବାର ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କରିବା ପରେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ଆବାସ ଯୋଜନାରେ ସାମିଲ କରିବାକୁ ଆସୁଥିବା ତଦନ୍ତକାରୀ ଟିମ୍‌ ଠିକ ଭାବେ ନ ପରଖି ହିତାଧିକାରୀ ତାଲିକାରୁ ବାଦ ଦେଉଥିବା ସେମାନେ ପ୍ରକାଶ କରିଛନ୍ତି। ଏଥିସହ ରାଜନୈତିକ ନେତାମାନଙ୍କର ପାତରଅନ୍ତର ମନୋଭାବର ଶିକାର ହେଉଥିବା କହିଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଗଜପତି ଜିଲା ପରିଷଦର ନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମ୍ବାରି କହିଛନ୍ତି ଯେ, ରେମ୍ପି ଗାଁ ସମ୍ପର୍କରେ ଖବର ମିଳିବା ପରେ ତଦନ୍ତ କରି ସରକାରଙ୍କୁ ପଠାଯାଇଛି। ଏହି ଗାଁର ୩୧ଜଣଙ୍କୁ ପ୍ରାଥମିକତା ଭିତ୍ତିରେ ଖୁବ କମ୍‌ ଦିନ ମଧ୍ୟରେ ଘର ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri