ଜଗତ୍‌ସିଂହପୁରରେ ଡ୍ରେନ୍‌ ସମସ୍ୟା ଚିନ୍ତାଜନକ

ଜଗତ୍‌ସିଂହପୁର ଅଫିସ,୨୭ା୫: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇ ପାରିବନାହିଁ। ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ଏନେଇ ରାଜ୍ୟ ସରକାର ତଥା ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟର ସମସ୍ତ ପୌର ପରିଷଦ, ମ୍ୟୁନିସିପାଲିଟିକୁ ଏସଂକ୍ରାନ୍ତରେ ଚିଠି କରାଯାଏ। କିନ୍ତୁ ବାସ୍ତବତା କିଛି ନିଆରା। ବର୍ଷାଦିନ ଆସିଲେ ତା’ପୂର୍ବରୁ ଡ୍ରେନ୍‌ ଓ ନାଳ ସଫେଇ କରାଯାଏ। ସଫେଇ ନାଁରେ ହରିଲୁଟ୍‌ ଚାଲେ। ପ୍ରତିକାର ହୁଏନାହିଁ। ଜଗତ୍‌ସିଂହପୁର ସହରରେ ଦୀର୍ଘ ବର୍ଷ ଧରି ଡ୍ରେନ୍‌ ସମସ୍ୟା ଲାଗି ରହିଛି। ପ୍ରତିବର୍ଷ ମରାମତି ଓ ସଫେଇ ନାଁରେ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି। ଜବରଦଖଲ ହଟେଇବା ପାଇଁ ନୋଟିସ୍‌ ହେଉଥିଲେ ସୁଦ୍ଧା ଉଚ୍ଛେଦ କରାଯାଉନି। ଆଗକୁ ବର୍ଷାଦିନ ଆସୁଥିବାରୁ ଡ୍ରେନ୍‌ ସମସ୍ୟାକୁ ନେଇ ସହରବାସୀ ଚିନ୍ତିତ ହେବାସହ ଅସନ୍ତୋଷବ୍ୟକ୍ତ କରିଛନ୍ତି।
ଜଗତ୍‌ସିଂହପୁର ସହରରେ ଥିବା ଡ୍ରେନ୍‌ଗୁଡିକ ହେଲା ନାଗପୁର, ପାଣିଶାଳିଆ ଓ ମାଧପୁର। ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସେଥିରୁ ୩ କିଲୋମିଟର ଜଗତ୍‌ସିଂହପୁର ପୌରପରିଷଦ ଅଧୀନରେ ଯାଉଛି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜାଦେଇ ପୁରୋହିତପୁର ପାଖ ନାଳରେ ପଡ଼ିଛି। ଜଗତ୍‌ସିଂହପୁର ସହରରେ ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ ବୋଲି କୁହାଯାଉଥିବା ବେଳେ ସେଥିରୁ ଅଧିକାଂଶ ଜବରଦଖଲ ହୋଇଯାଇଛି। ଏବେ ଓସାର ମାତ୍ର ୫/୬ ଫୁଟ ଭିତରେ ରହୁଥିବା ସୂଚନା ମିଳିଛି। ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପାଖାପାଖି ୧.୫ କିଲୋମିଟର ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହଁାଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ୍‌ ମଧ୍ୟ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ବିଶେଷକରି ବସ୍‌ଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଆଦି ସ୍ଥାନରେ ଅଧିକ ଜବରଦଖଲ ହୋଇଛି। ମାଧପୁର ଡ୍ରେନ୍‌ର ଲମ୍ବ ପାଖାପାଖି ୨ କିଲୋମିଟର ହେବ। ଏହି ଡ୍ରେନ୍‌ର କମ୍‌ ସ୍ଥାନ ଜବରଦଖଲ ହୋଇଥିଲେ ସୁଦ୍ଧା ଆପାତତଃ ଭଲ ସ୍ଥିତିରେ ଅଛି। ଏସବୁ ଡ୍ରେନ୍‌ ଦୀର୍ଘ ବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା ଉପୁଜିଛି। ନାଗପୁର ଡ୍ରେନ୍‌ଟି ସବୁଠାରୁ ଅଧିକ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି । ଜବରଦଖଲ ସାଙ୍ଗକୁ ବ୍ୟବସାୟୀମାନେ ଏଥିରେ ଅଳିଆଆବର୍ଜନା ପକାଉଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ସହରର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ପରିଷଦଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ପଦକ୍ଷେପ ନେବାକୁ ଆଗପଛ ହେଉଛନ୍ତି।
ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି, ବାସ୍ତବରେ ଜଗତ୍‌ସିଂହପୁର ପୌରାଞ୍ଚଳରେ ଡ୍ରେନ୍‌ ସମସ୍ୟା ଚିନ୍ତାଜନକ। ଜବରଦଖଲ ହେଉଛି ଏକ ମୁଖ୍ୟ ସମସ୍ୟା। ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ପୌର ପରିଷଦ ସଫେଇ କରାଯାଉଛି। ବାସ୍ତବରେ ଡ୍ରେନ୍‌ ସମସ୍ୟାର ସ୍ଥାୟୀ ପ୍ରତିକାର ଡ୍ରେନେଜ୍‌ ଡିଭିଜନ୍‌ କରିବା କଥା। ଯାହା ହେଉନାହିଁ । ତେଣୁ ନିକଟରେ ଜଗତ୍‌ସିଂହପୁର ଡ୍ରେନେଜ୍‌ ଡିଭିଜନ୍‌କୁ ସହରରେ ଥିବା ଡ୍ରେନ୍‌ଗୁଡିକର ମରାମତି, ସଫେଇ ସମେତ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ଚିଠି କରାଯାଇଥିବା ସିଂହ କହିଛନ୍ତି। ଏଥିସହ ପରିଷଦ ଅଞ୍ଚଳକୁ ୫ଟି ଜୋନରେ ବିଭକ୍ତ କରାଯାଇଛି। ସପ୍ତାହରେ ଗୋଟିଏ ଦିନ ଗୋଟିଏ ଜୋନର ଡ୍ରେନ୍‌ ଓ ପରିମଳ ସମସ୍ୟାର ସମାଧାନ ପାଇଁ ସମୟ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri