ଘୋଷଣାରେ ଅଟକିଛି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ

ଯାଜପୁର ଅଫିସ୍‌,୨୩।୧୦: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନ୍‌ଷ୍ଟ୍ରିମ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ୩୬ଟି ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରିଜ(ଏସ୍‌ଏସ୍‌ଆଇ)କୁ ଇଡ୍‌କୋ ଜରିଆରେ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଏଯାଏ ନିର୍ଦ୍ଦିଷ୍ଟ ଭାବେ ଜମି ଦଖଲ ମିଳିପାରି ନାହିଁ। ଫଳରେ କଳିଙ୍ଗନଗରରେ ଏସ୍‌ଏସ୍‌ଆଇର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଅନ୍ୟପକ୍ଷେ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ ଅଭିଜ୍ଞତା ନିମନ୍ତେ ପୁରୀରେ ଥିବା ବିଜୁ ପଟ୍ଟନାୟକ ନ୍ୟାଶନାଲ ଷ୍ଟିଲ୍‌ ଇନ୍‌ଷ୍ଟିଚ୍ୟୁଟ(ବିପିଏନ୍‌ଏସ୍‌ଆଇ) କଳିଙ୍ଗନଗରକୁ ସ୍ଥାନାନ୍ତର ପ୍ରସ୍ତାବ ରହିଛି। କିନ୍ତୁ ଇଡ୍‌କୋ ଏହି ଇନ୍‌ଷ୍ଟିଚ୍ୟୁଟକୁ ଆବଶ୍ୟକ ଜମି ଯୋଗାଇ ଦେଇପାରି ନ ଥିବାରୁ ଏହାର ପ୍ରତିଷ୍ଠା ନେଇ ସଂଶୟ ପ୍ରକାଶ ପାଇଛି। ତେବେ କଳିଙ୍ଗନଗର ଏସ୍‌ଏସ୍‌ଆଇ ସଭାପତି ପ୍ରଭାତ ରଞ୍ଜନ ନାୟକ ଛୋଟବଡ଼ କମ୍ପାନୀ ପ୍ରତିଷ୍ଠା ପାଇଁ ବିଦ୍ୟୁତୀକରଣ ସମେତ ଡ୍ରେନେଜ, ରାସ୍ତା, ପାଣି, ଜମି ଦଖଲ ଆଦି ପ୍ରକ୍ରିୟା ସମ୍ପନ୍ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପରେ ଛୋଟବଡ଼ କମ୍ପାନୀକୁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେବାରେ ଇଡ୍‌କୋ ବିଫଳ ହୋଇଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି ପରିବର୍ତ୍ତେ ଛଟେଇ ସଂଖ୍ୟା ଅଧିକ ହେଉଥିବା ଅଭିଯୋଗ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ପୁରୁଣା କମ୍ପାନୀ ହଜାର ହଜାର ଏକର ଜମି ଅଯଥାରେ ମାଡ଼ି ବସିଛନ୍ତି। ଫଳରେ ନୂତନ ଆଗ୍ରହୀ ଶିଳ୍ପ କମ୍ପାନୀ ପାଇଁ ଜମି ଅଭାବ ଦେଖାଦେଇଛି। ଅନ୍ୟପକ୍ଷେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ହେବାରେ ସମସ୍ୟା ସୃଷ୍ଟି ହେଉଛି। ଏପରି କି ସାଧାରଣ ପ୍ରଜା ପୂର୍ବରୁ ଜମି ବିକ୍ରି କରି ଶୋଷିତ ହୋଇଥିବାରୁ ଆଉ ଜମି ଦେବାକୁ ଆଗ୍ରହ ପ୍ରକାଶ ମଧ୍ୟ କରୁନାହାନ୍ତି। କଳିଙ୍ଗନଗରର ଏକ ସର୍ବପୁରାତନ ଶିଳ୍ପ କମ୍ପାନୀ ୨୧ ବର୍ଷ ହେଲା ପ୍ରାୟ ୧୫୦୦ ଏକର ଜମି ମାଡି ବସିଛି। ଇଡ୍‌କୋ ସେହି ଜମିକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିବାବେଳେ ଉକ୍ତ କମ୍ପାନୀ କୋର୍ଟ କଚେରିର ଦ୍ୱାରସ୍ଥ ହୋଇଛି। ଏହାବାଦ ଅନ୍ୟ ଏକ କମ୍ପାନୀ ନାମରେ ୩୭୦ ଏକର ଜମି ରହିଛି। ଏହି ଦୁଇ ବୃହତ୍‌ କମ୍ପାନୀ ଶିଳ୍ପ ପ୍ରତିଷ୍ଠା ନାମରେ ଜମି ନେଇ ସରକାରଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାସହ ୪ଟି ବୃହତ୍‌ ଶିଳ୍ପ କମ୍ପାନୀ ବନ୍ଦ ପଡିଛି। ପ୍ରାୟ ୨୨୦୦ ଏକର ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରିବାକୁ ଇଡ୍‌କୋ ଆବେଦନ କରିଛି। ଏହିସବୁ କାରଣରୁ ଡାଉନଷ୍ଟ୍ରିମ ଶିଳ୍ପ ପାଇଁ କମ୍ପାନୀଗୁଡ଼ିକୁ ଜମି ନିଅଣ୍ଟ ହୋଇଛି ବୋଲି ମତପ୍ରକାଶ ପାଇଛି। ତେବେ ଏନେଇ ଇଡ୍‌କୋ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଷ୍ଟିଲ, ପେଲେଟ, ସ୍ପଞ୍ଜ ଓ ସିମେଣ୍ଟ କାରଖାନା ପରେ ଏକ ତାଲିମ ଶିକ୍ଷାନୁଷ୍ଠାନ ପାଦ ଥାପିବାକୁ ଯାଉଛି। ବିପିଏନ୍‌ଏସ୍‌ଆଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ଥାନାନ୍ତରଣ କରାଯାଉଛି। ଏଥିପାଇଁ ଇଡ୍‌କୋ ପକ୍ଷରୁ ୨୯।୫।୨୦୨୦ରେ ବିପିଏନ୍‌ଏସ୍‌ଆଇକୁ ଦାନଗଦୀ ତହସିଲ ଅଧୀନ ଯଖପୁରା ଓ କଚେରିଗାଓଁ ମୌଜାରେ ମାତ୍ର ୧୦ଏକର ଜମି ଆବଣ୍ଟିତ ହୋଇଥିଲା। ଏହି ଜମି ବିପିଏନ୍‌ଏସ୍‌ଆଇ ପ୍ରତିଷ୍ଠା ପାଇଁ ନିଅଣ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇବାପରେ କିଛି ଅଧିକ ଜମି ଦିଆଯାଇଥିବା ଶୁଣିବାକୁ ମିଳିଛି। ବିପିଏନ୍‌ଏସ୍‌ଆଇରେ ଉପତ୍ାଦିତ ସମସ୍ତ ଷ୍ଟିଲ ସାମଗ୍ରୀର ମାନ ପରୀକ୍ଷା କରାଯିବା ସହିତ ଷ୍ଟିଲ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯିବ। ଏହାବାଦ କାରଖାନାରେ ନିଯୁକ୍ତି ପାଇଁ ଅପେକ୍ଷାରତ କିମ୍ବା ବିଭିନ୍ନ ବୈଷୟିକ ଡିଗ୍ରୀଧାରୀମାନେ ଏଠାରେ ତାଲିମ ନେଇ ଅଭିଜ୍ଞତା ହାସଲ କରିପାରିବେ। ତେବେ ଇଡକୋ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri