ଖରାପ ରାସ୍ତାରୁ ଡାକ୍ତରଙ୍କ ଜୀବନ ଗଲା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀରେ ଖାଲଖମାପୂର୍ଣ୍ଣ ରାସ୍ତା ପାଇଁ ଦୁର୍ଘଟଣାରେ ଜଣେ ଯୁବ ଡାକ୍ତରଙ୍କ ଜୀବନ ଯାଇଛି। ଶନିବାର ରାତିରେ କଟକ ରୋଡ୍‌ର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଓଭରବ୍ରିଜ୍‌ ତଳ ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ମୃତ ଡାକ୍ତର ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ା ଗ୍ରାମର ଅମିତ ବିଶୋଇ (୨୬)। ସେ ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ପାତ୍ରପଡ଼ାସ୍ଥିତ ନିର୍ମାଲ୍ୟ ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟରେ ରହିବା ସହ ଗଜପତିନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଜରୁରିକାଳୀନ ବିଭାଗର ମେଡିସିନ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରନ୍ତି। ରାତି ପ୍ରାୟ ୧୨ଟା ୧୦ରେ ଅମିତ ରସୁଲଗଡ଼ ପଟୁ କଳ୍ପନା ଆଡକୁ ଯାଉଥିବାବେଳେ ରାସ୍ତାରେ ଥିବା ଏକାଧିକ ଖାଲରେ ତାଙ୍କ କାର୍‌ (ଓଡି୦୨ଏଟି୨୦୬୧) ଭାରସାମ୍ୟ ହରାଇ ବମିଖାଲ ଓଭରବ୍ରିଜ୍‌ରେ ପିଟି ହୋଇଯାଇଥିଲା। ଫଳରେ କାର୍‌ର ଉପର ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଡାହାଣ ପାର୍ଶ୍ୱ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ଅମିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ସହାୟତାରେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରଶାସନିକ ଅବହେଳା ପାଇଁ ଡାକ୍ତର ଅମିତଙ୍କ ଏଭଳି ଅକାଳ ବିୟୋଗ ଘଟିଲା ବୋଲି ପରିବାର ଲୋକେ କହିଛନ୍ତି। ଆଉ ମାତ୍ର ୫ ମାସ ପରେ ଅର୍ଥାତ୍‌ ଆସନ୍ତା ଫେବୃୟାରୀ ୨୮ରେ ଡାକ୍ତର ଅମିତଙ୍କର ବିବାହ ସ୍ଥିର ହୋଇଥିଲା। ଏଥିପାଇଁ ଡିସେମ୍ବର ୧୦ରେ ନିର୍ବନ୍ଧ ହେବାର ଥିଲା। ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଅମିତଙ୍କ ଏଭଳି ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି।
ରବିବାର କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ଅମିତଙ୍କ ମୃତଦେହକୁ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାପା ମଙ୍ଗଳୁ ଚରଣଙ୍କ ଏତଲାକ୍ରମେ ଲକ୍ଷ୍ମୀସାଗର ଥାନା ପୋଲିସ ଆଇପିସି ଦଫା ୨୭୯, ୩୦୪(କ)ରେ ଏକ ମାମଲା (ନଂ.୩୭୫/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ କାଳରାତିରେ ଘଟିଥିବା ଦୁର୍ଘଟଣାର ଛାତିଥରା ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। କାର୍‌ଟି ଖାଲରେ ପଡି ଉପରକୁ ଉଠିଯିବା ସହ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଓଭରବ୍ରିଜ ବିମ୍‌ରେ ଶକ୍ତ ଧକ୍କା ହେବା ପରେ ବାମକୁ ବୁଲି ରାସ୍ତା ପାର୍ଶ୍ୱରେ ଅଟକିଯାଇଛି। ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଉକ୍ତ ସିସିଟିଭି ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି।
କଟକ ରୋଡର ସ୍ଥିତି ଭୟଙ୍କର ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଖରାପ ଥିବାରୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଏପରିକି ଛୋଟମୋଟ ଦୁର୍ଘଟଣାର ମଧ୍ୟ ସାମ୍ନା କରୁଛନ୍ତି। ଦୁର୍ଘଟଣାସ୍ଥଳର ୨୦ ମିଟର ଓ ଅପରପାର୍ଶ୍ୱରେ ଶହେ ମିଟରରୁ ଅଧିକ ରାସ୍ତାରେ ବଡ଼ ବଡ଼ ଖାଲ ରହିବା ସହ ସେଥିରେ ପାଣିଜମି ରହିଥିବାରୁ ରାତିରେ ଦୂରରୁ ଜଣାପଡୁ ନାହିଁ। ମାସ ମାସ ଧରି ରାସ୍ତାରେ ଏଭଳି ଖାଲଖମା ମୃତ୍ୟୁର ଆଁ ମେଲି ରହିଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶତାଧିକ ଗାଡ଼ି ଯାତାୟାତ କରୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଜଣେ ଯୁବ ଡାକ୍ତରଙ୍କ ଜୀବନ ଯାଇଛି। ଅମିତଙ୍କ ମୃତ୍ୟୁ ପାଇଁ ସମ୍ପର୍କୀୟ ପ୍ରଶାନ୍ତ ସାହୁ ଓ ପରିବାର ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି। ସ୍ମାର୍ଟସିଟିର ଏଭଳି ଅସଜଡ଼ା ରାସ୍ତାକୁ ତୁରନ୍ତ ସଜାଡ଼ିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri