ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ମାଗୁଥିଲେ ଲାଞ୍ଚ, ସାମ୍ନାକୁ ଆସିଲା ଘଟଣା

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର  ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି।
ଷ୍ଟିଙ୍ଗ ଅପରେଶନରେ ଜଣେ ଡାକ୍ତର ଲାଞ୍ଚ ନେଉଥିବା ଘଟଣା ପଦାକୁ ଆସିଛି। ମୋବାଇଲରେ ଏହି ଭିଡିଓ ରେକର୍ଡ ହୋଇଛି। ଫଳରେ ଡାକ୍ତରଖାନାରେ ରୋଗୀସେବା ନାମରେ ଚାଲିଥିବା ଶୋଷଣ ପଦାରେ ପଡ଼ିଛି।

ପ୍ରକାଶ ଯେ, ଜଣେ ବ୍ୟକ୍ତି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଡାକ୍ତରଖାନା ଯାଇଥିବା ବେଳେ ତାଙ୍କୁ ଡାକ୍ତର ଜଣକ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ମୃତଦେହ ବ୍ୟବଚ୍ଛେଦ ଭଳି ଏକ ସମ୍ବେଦନଶୀଳ ଘଟଣାରେ ଅର୍ଥ ମାଗିବା ସମସ୍ତଙ୍କୁ ଚକିତ କରିଛି।

ଏଭଳି ଘଟଣା କେନ୍ଦୁଝର ଜିଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି। ଆଗରୁ ଏଭଳି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଲାଞ୍ଚ ନେବା ଘଟଣା ଅଭିଯୋଗ ହୋଇ ଆସୁଥିଲେ ହେଁ ବିଭାଗୀୟ ଉପରିସ୍ଥ ଅଧିକାରୀ ସଂପୃକ୍ତ ଡାକ୍ତରଙ୍କୁ ଘଣ୍ଟ ଘୋଡ଼ାଇ ଆସୁଥିବା ବେଳେ ଏବେ ଏଭଳି ଭିଡିଓ ଭାଇରାଲ ସ୍ବାସ୍ଥ୍ୟ ବିଭାଗର ଭିତିରି କଥା ପଦାରେ ପଡ଼ିଛି। ଉକ୍ତ ଡାକ୍ତର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଜଣେ ଗରିବ ଲୋକଙ୍କଠାରୁ ଦୁଇଟି କିସ୍ତିରେ ଟଙ୍କା ନେଇଥିବା ଭିଡିଓରେ ରେକର୍ଡ ହୋଇଛି।

ସୂଚନାନୁଯାୟୀ, ଫେବୃୟାରୀ ୫ରେ ତେଲକୋଇ ଥାନା କରଦାଙ୍ଗି ଗାଁ ଖଜୁରିଆ ସାହିର କଳାବତୀ ବେହେରା ଘୁରୁଡିଆ ନାଳରେ ବୁଡି ପ୍ରାଣ ହରାଇଥିଲେ। ତାଙ୍କର ତେଲକୋଇ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଡାକ୍ତର କଳାବତୀଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡ଼ାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଲାଞ୍ଚ ମାଗିବା ସମୟର ଭିଡିଓ ମଧ୍ୟ ରହିଛି। ଜଣେ ଡାକ୍ତର ସର୍ତକତାର ସହିତ କିଭଳି ଲାଞ୍ଚ ନେଉଛନ୍ତି ତାହା ଭିଡିଓ ଓ ଅଡିଓରେ ସ୍ପଷ୍ଟ ଜଣାପଡୁଛି। ଅଭିଯୁକ୍ତ ଡାକ୍ତର ଜଣଙ୍କ ଜିଲା ଖଣିଜ ପାଣ୍ଠି ଅନୁଦାନରେ ତେଲକୋଇ ମେଡିକାଲରେ ମାସକୁ ଲକ୍ଷାଧିକ ଟଙ୍କା ଦରମାରେ ଚାକିରି କରୁଥିବା ବେଳେ ଗରିବ ଖଟିଖିଆଙ୍କୁ ଲୁଟିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ତେବେ ଏ ଲାଞ୍ଚୁଆ ଡାକ୍ତରଙ୍କ ପ୍ରତି ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା। ଏନେଇ ସ୍ଥାନୀୟ ଥାନା ଅଧିକାରୀ ସାଇପ୍ରଭା ରାଉତଙ୍କୁ ପଚାରିବାରୁ ଏହି ଘଟଣାକୁ ନେଇ କୌଣସି ରିପୋର୍ଟ ମିଳି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri